ଯଦି ରାଜ୍ୟର ଦଳୀୟ ସରକାର ଗଠିତ ହୁଏ ତାହେଲେ ଲୋକଙ୍କ କ'ଣ କରାଯିବ ତାହା ଜଣାଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ହୋଇସାରିଛି ଦଳୀୟ ନିର୍ବାଚନ ଇସ୍ତାହାର ଘୋଷାଣା। ଯଦି ରାଜ୍ୟର ଦଳୀୟ ସରକାର ଗଠିତ ହୁଏ ତାହେଲେ ଲୋକଙ୍କ କ'ଣ କରାଯିବ ତାହା ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ଅବସରରେ ତାହାକୁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି ବିଭିନ୍ନ ଦଳର ନେତା।
ଏହି କ୍ରମରେ ଗଣାମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ଏ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ'ଣ ରହିଛି ତାହା ଜଣାଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ (Akhilesh Yadav)।
Also Read: ଲୋକସଭାରେ କେହିନଥିଲେ ମୁସଲିମ ସାଂସଦ; ଆମେ କୈରାନାରୁ ଜିତାଇ ପଠାଇଥିଲୁ: ଅଖିଲେଶ ଯାଦବ
ଏନେଇ ପ୍ରତିକ୍ରିୟା ରଖି ଅଖିଲେଶ ଯାଦବ କହିଛନ୍ତି ସମାଜବାଦୀ ପାର୍ଟି ସର୍ବଦା ଦେଇଥିବା ପ୍ରତିଶ୍ରୁତି ପାଳନ କରିଆସୁଛି। ଦଳ କଥା ଏବଂ କାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଦଳ ଏହାର ଦଳୀୟ ଇସ୍ତାହାରକୁ ଜନସାଧାରଣଙ୍କ ନିକଟରେ ରଖିଛି। ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୨୨ ଲକ୍ଷ ନିଯୁକ୍ତି କରାଯିବ। ସରକାରୀ ବିଭାଗରେ ୧୧ ଲକ୍ଷ ପଦବୀ ଖାଲି ପଡିଛି। ଏହି ପଦବୀକୁ ବେରୋଜଗୋର ଯୁବପିଢିଙ୍କ ଦ୍ୱାରା ଭରଣା କରାଯିବ।
ଦଳ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ। ପୁରୁଣା ପେନସନ୍ ପୁନର୍ବାର ପ୍ରଦାନ କରାଯିବ। ଚାଷୀଙ୍କୁ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ। ଚାଷୀଙ୍କୁ ମାଗଣାରେ ୨ ବସ୍ତା DAP ଏବଂ ୫ ବସ୍ତା ୟୁରିଆ ସାର ପ୍ରଦାନ କରାଯିବ। ଆଖୁ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। ଏହା ହେଉଛି ସମାଜବାଦୀ ସରକାରଙ୍କ ଦାୟିତ୍ୱ। ଏହି ନିର୍ବାଚନ ହେଉଛି ରାଜ୍ୟର ଚାଷୀଙ୍କ ପାଇଁ ସମ୍ମାନର ପ୍ରଶ୍ନ। ପ୍ରତ୍ୟେକ ପ୍ରତିଶ୍ରୁତିର ମୂଲ୍ୟ ବାହାର କରିବା ପରେ ହିଁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି।
Also Read: 'ମୁଖ୍ୟମନ୍ତ୍ରୀ କୌଣସି Compressor ନୁହଁନ୍ତି ଯିଏ ଗରମ ପାଗକୁ ଥଣ୍ଡା କରିଦେବେ'
ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଅମଳରେ ପରୀକ୍ଷା ବାତିଲ କରାଯିବା ସହ ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାଢେ ୪ ବର୍ଷ ଧରି କିଛି କରିନାହାଁନ୍ତି। ଯୋଗୀ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡି଼ଛି। ଏହି ପରିପ୍ରେକ୍ଷୀରେ ବିଜେପି ଏହାର ନିଜସ୍ୱ ଆକଳନ ଦେଖୁ। ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ଏବଂ ଆଇନ ଶୃଙ୍ଖଳାକୁ ନଷ୍ଟ କରିଛନ୍ତି। ଆମେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିବୁ।
ଆମ ସରକାର ଗଠନ ହେଲେ ଏହାକୁ ସୁଧାରିବା ଆମର ପ୍ରଥମ ପ୍ରାଥମିକତା ହେବ।ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି ଆଉ ଏହାକୁ ନଜରରେ ରଖି ପୋଲିସ ବିଭାଗରେ ସ୍ୱତନ୍ତ୍ର ମହିଳା ଶାଖା ଖୋଲାଯିବ। ସର୍ବାଧିକ ସଂଖ୍ୟକ ଅପରାଧିକ ମାମଲା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ରହିଛି। ବିଜେପି ସରକାର ଅମଳରେ ମାଫିଆ ଖୋଲାଖୋଲି ଭାବେ କ୍ରିକେଟ୍ ଖେଳୁଛନ୍ତି। କ୍ଷମତାସୀନ ଯୋଗୀ ସରକାର ହଟିବାକୁ ଯାଉଛି।
Also Read: ଅମିତ ଶାହଙ୍କ ଚ୍ୟାଲେଞ୍ଜ ସ୍ୱୀକାର କଲେ ଅଖିଲେଶ ଯାଦବ
ବିଜେପି ନେତା ମିଛ କହୁଛନ୍ତି। ସମାଜବାଦୀ ମେଣ୍ଟ ପ୍ରଥମ ପର୍ଯ୍ୟାୟରେ ବିଜେପି ଭଳି ଦଳକୁ ପରାସ୍ତ କରିଦେବ। ପ୍ରତ୍ୟେକ ପର୍ଯ୍ୟାୟରେ ବିଜେପି ସଫା ହେବାରେ ଲାଗିବ। ଆମକୁ ସମର୍ଥନ କରିବାକୁ ଟିଏମସି ସୁପ୍ରିମୋ ଉତ୍ତର ପ୍ରଦେଶ ଆସିଥିଲେ। ପଶ୍ଚିମବଙ୍ଗ ନିର୍ବାଚନରେ ହୋଇଥିବା ପରାଜୟକୁ ବିଜେପି ମନେ ରଖିଛି। ନିର୍ବାଚନ ଲାଗି ବିଜେପି ସଙ୍କଳ୍ପ ପତ୍ର ନୁହେଁ ଗଳ୍ପ ପତ୍ର ଜାରି କରିଛି। ବିଜେପି ଏହାର ସଙ୍କଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହିଁ। ନକଲି ସମାଜବାଦ ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କହିଛନ୍ତି ଯେ ବିଜେପି ହେଉଛି ନକଲି। ଆଉ ବିଜେପି ନେତା ସର୍ବଦା ମିଛ କହିଥାନ୍ତି। ପରାଜୟର ଭୟ ଯେତେ ଶୀଘ୍ର ବିଜେପିକୁ ହନ୍ତସନ୍ତ କରିବ ସେତେବଳେ ବିଜେପିର ବଡ ବଡ ନେତା ଉତ୍ତର ପ୍ରଦେଶ ଗସ୍ତରେ ଆସିବେ।