ଭୁବନେଶ୍ୱର: ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପରିବାର ପାଇଁ ଚଳିତ ନିର୍ବାଚନୀ ଗଣିତର ସବୁ ଅଙ୍କ ସତେ ଯେମିତି ଭୁଲ୍ ଭାଲ୍ ହୋଇଯାଇଛି । ସୁରଙ୍କ ୨ପୁଅ ସିଦ୍ଧାର୍ଥ ଏବଂ ମନ୍ମଥଙ୍କ ପରାଜୟକୁ ନେଇ ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଦୁଇ ପୁଅଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିବା ସମୟରେ କଂଗ୍ରେସ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବହିସ୍କାର କରିଥିଲା । ତେବେ ବର୍ତ୍ତମାନ ଦୁଇ ପୁଅଙ୍କ ପରାଜୟ ରାଉତରାୟ ପରିବାରକୁ ଶକ୍ତ ଝଟକା ଦେଇଛି ।


COMMERCIAL BREAK
SCROLL TO CONTINUE READING

ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରେ ଉଚ୍ଚ ବେତନର ଚାକିରୀ ଛାଡି ଚଳିତ ବିଧାନସଭା ନିର୍ବାଚନରେ ନିମାପଡାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ କିନ୍ତୁ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ଟକ୍କର ଦେବାରେ ଅସମର୍ଥ ହୋଇଛନ୍ତି । କେବଳ ସେତିକି ନୁହେଁ ଦ୍ୱିତୀୟ ସ୍ଥାନରେ ମଧ୍ୟ ସିଦ୍ଧାର୍ଥ ରହିପାରି ନାହାନ୍ତି । ବିଜେଡି ପ୍ରାଥୀ ଦିଲୀପ କୁମାର ନାୟକ ଦ୍ୱିତୀୟ ସ୍ଥାନରେ ହାସଲ କରିଛନ୍ତି । ନିମାପଡାରେ ସାଇକେଲ ଚଳାଇ ଜୋରଦାର ପ୍ରଚାର ପ୍ରସାର କରିଥିଲେ ମଧ୍ୟ ଏପରି ଶୌଚନୀୟ ପରାଜୟ ଘଟିବା ସିଦ୍ଧାର୍ଥଙ୍କ ରାଜନୈତିକ କ୍ୟାରିୟର ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ସେହିପରି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱରରୁ ବିଜେଡି ଟିକେଟରେ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେଇ ବାଜିମାତ କରିବା ମନ୍ମଥଙ୍କ ପାଇଁ ସମ୍ଭବପର ହୋଇପାରିଲା ନାହିଁ । ଫଳରେ ସେ ପରାଜୟ ହାସଲ କରିଛନ୍ତି । ଦୀର୍ଘ ବର୍ଷ ଧରି ବିମାନରେ ପାଇଲଟ ଭାବେ କାର୍ଯ୍ୟ କରିବା ପରେ ରାଜନୀତି ମୈଦାନକୁ ଓହ୍ଲାଇବା ପାଇଁ ସେ ଚାକିରୀ ଛାଡିଥିଲେ । କିନ୍ତୁ ବର୍ତ୍ତମାନ ସିଦ୍ଧାର୍ଥଙ୍କର ପରବର୍ତ୍ତୀ ପଦକ୍ଷପ କଣ ହେବ ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଅନ୍ୟପଟେ, ନିଜର ଦୁଇ ପୁଅଙ୍କ ସଫଳତା ପାଇଁ ଅଣ୍ଟା ଭିଡିଥିଲେ ସୁର କିନ୍ତୁ ଦୁଇ ପୁଅଙ୍କ ପରାଜୟ ପରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ରାଜନୈତିକ କ୍ୟାରିଅର ଆରମ୍ଭରୁ ଦୁଇ ଭାଈ ସିଦ୍ଧାର୍ଥ ଏବଂ ମନ୍ମଥ ପରସ୍ପରଙ୍କ ବିଷୟରେ ଅନେକ କଥା କହିଥିଲେ । ସିଦ୍ଧାର୍ଥ ଖୋଲାଖୋଲି କହିଥିଲେ ଯେ, ଭାଇଟାକୁ ଯେତେ ବୁଝେଇଲି ସେ ବୁଝିଲା ନାହିଁ ଫସିଗଲା । ତେବେ ଦୁହିଁ ଭାଈଙ୍କ ପରାଜୟ ଏବଂ ବାପାଙ୍କୁ କଂଗ୍ରେସ ପକ୍ଷରୁ ୬ ବର୍ଷ ପାଇଁ ନିଲମ୍ୱନ ପାରିବାରିକ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଛି ।


Also Read- BSKY କାର୍ଡ ବନ୍ଦ ନେଇ ଏମିତି କହିଲେ ରାଜ୍ୟ BJP ସଭାପତି


Also Read- Shani Jayanti 2024: ଶନି ଜୟନ୍ତୀରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା ଏବଂ ସୁଖ