Sikkim Politics HSP adopted SSP flag, ଗାଙ୍ଗଟକ୍: ୨୦୨୪ରେ ଲଢେଇ ଜୋରଦାର ହେବ ବୋଲି ପୂର୍ବରୁ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଦକ୍ଷିଣ-ପୂର୍ବରେ ଏକ ବଡ ରାଜନୈତିକ ପରିବର୍ତ୍ତନର ଆଭାସ ମିଳୁଛି। ଭାରତୀୟ ଦଳର ପୂର୍ବତନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ Hamro Sikkim Party (HSP)ର ନୂଆ ଆଶାର ସଂଚାର ହୋଇଛି। HSPରେ Sikkim Sangram Parishad (SSP)ର ବିଲୟ ହୋଇଛି। SSPକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନର ବାହାଦୂର ଭଣ୍ଡାରୀ ୧୯୮୫  ମସିହା ନିର୍ବାଚନ ପୂବରୁ ଗଠନ କରିଥିଲେ। ନିର୍ବାଚନ ଆୟୋଗର ତାଲିକାରୁ SSP ହଟିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା SSP ପ୍ରତିଷ୍ଠାତା ନର ବାହାଦୂର ଭଣ୍ଡାରୀଙ୍କ ୮୨ତମ ଜନ୍ମ ବାର୍ଷିକି ପାଳନ କରାଯାଇଛି। ଏହି ପବିତ୍ର ଦିବସ ଅବସରରେ SSPର ଦଳୀୟ ପତାକା (ନାଲି ଓ ଧଳା) କୁ ବାଇଚୁଙ୍ଗ ଭୂତିଆଙ୍କ HSP ଦଳକୁ ହସ୍ତାନ୍ତର କରାଯାଇଛି। HSP କହିଛି, ନର ବାହାଦୂର ଭଣ୍ଡାରୀ, ଆଧୁନିକ ସିକ୍କିମର ମୂଳଦୁଆ ପକାଇଥିଲେ। ସେ ଜଣେ ଲୋକପ୍ରିୟ ରାଜନେତା ମଧ୍ୟ ରହିଛନ୍ତି। ତାଙ୍କର ବିଚାରଧାରା ଓ ମୂଲ୍ୟବୋଧକୁ HSP ଆଗକୁ ନେବ। ନୂଆ ପତାକାର ସଙ୍କେତରୁ ନୂଆ ଆରମ୍ଭ, ନୂଆ ବିକଳ୍ପ ଓ ବିକାଳର ନୂଆ ଯୁଗ ଆରମ୍ଭ ହେବ। ଏବେ ବର୍ତ୍ତମାନ ପତାକା ହସ୍ତାନ୍ତର ହୋଇଛି, ଆଗାମୀ ଦିନରେ ଏକାଧିକ ନେତା HSPରେ ଯୋଗ ଦେବେ ବୋଲି ଦଳର ସାଧାରଣ ସମ୍ପାଦକ ବିରାଜ ଅଧିକାରୀ କହିଛନ୍ତି।


Also Read: BJD Observers List: ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ୱ, କାହାର କଟିଲା ପତା?


 


HSPରେ SSPର ବିଲୟକୁ ନେଇ ବିଶେଷଜ୍ଞ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ଯେଉଁ ସେମାନଙ୍କ କହିବା ହେଲା, ସେପ୍ଟେମ୍ୱରରେ ନିର୍ବାଚନ କମିଶନ ଯେଉଁ ୮୬ଟି ଦଳକୁ RUPPs ଭାବେ ଘୋଷଣା କରିଥିଲା ସେଥିରେ ସିକ୍କିମର ୫ଟି ଦଳ ମଧ୍ୟରେ SSPର ନାଁ ମଧ୍ୟ ରହିଛି। ଦଳୀୟ ମିଶ୍ରଣ ସିକ୍କିମ ରାଜନୀତି ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଯଦି କୌଣସି ଦଳ ଥରେ ନିର୍ବାଚନ ହାରୁଛି ତେବେ ସେ ପୁନଃର୍ବାର ମୁଣ୍ଡ ଟେକିବା କଷ୍ଟ ହୋଇଯାଉଛି। ଏହି ଟ୍ରେଣ୍ଡ ପୂର୍ବରୁ ଲାଗି ରହିଛି। ଯେଉଁଥିପାଇଁ SSP ନିଜକୁ ବିଲୟ କରି ନେତାଙ୍କୁ ବଞ୍ଚାଇ ରଖିବାକୁ ଚାହୁଁଛି। ବର୍ତ୍ତମା ସିକ୍କିମରେ Sikkim Krantikari Morcha (SKM) ର ଶାସନ ଚାଲିଛି। ଭୋଟର ଶାସକ ଦଳକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ତଥାପି ପ୍ରତିଦ୍ୱନ୍ଦୀ ଭାବେ Sikkim Democratic Front (SDF)ମଧ୍ୟ ରହିଛି। HSP ଏବେ ସରକାର ଚଳାଇବା ଠାରୁ ବହୁ ଦୂରରେ ଅଛି।



ସୂଚନାଯୋଗ୍ୟ, ସିକ୍କିମ ୧୯୭୫ରେ ଭାରତର ୨୨ତମ ରାଜ୍ୟ ଭାବେ ପ୍ରତିଷ୍ଠା ହେଲା। ୧୯୭୭ରେ ନର ବାହାଦୂର ଭଣ୍ଡାରୀ Sikkim Janata Parishad (SJP) ନାମରେ ରାଜନୈତିକ ଦଳ ଗଠନ କଲେ। ୧୯୭୯ ବିଧାନସଭା ନିର୍ବାଚନ ଲଢି ସେ ଯୁବ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଦୁଇ ବର୍ଷ ପରେ ସେ SJPକୁ କଂଗ୍ରେସରେ ମିଶ୍ରଣ କଲେ। ୧୯୮୪ରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ରାଜ୍ୟପାଳ ହଟାଇଦେଲେ। ତାପରେ ସେହି ବର୍ଷ ଭଣ୍ଡାରୀ ସ୍ୱାଧିନ ଭାବେ ଲୋକସଭାକୁ ନିର୍ବାଚିତ ହେଲେ ଓ SSP ଗଠନ କଲେ। ୧୯୮୫ରେ ପୁଣି ଥରେ ବିଧାନସଭା ନିର୍ବାଚନ ହେଲା। SSPକୁ ବହୁମତ ମିଳିଲା ଆଉ ଭଣ୍ଡାରୀ, ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇ ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହେଲେ। ୧୯୮୯ ନିର୍ବାଚନ ମଧ୍ୟ SSP ଜିତିଲା କିନ୍ତୁ ୧୯୯୪ରେ କ୍ଷମତା SDF ହାତକୁ ଗଲା।


Also Read: ଦଳୀୟ ପୋଷ୍ଟରରେ ପୁଣି ସ୍ଥାନ ପାଇଲେ ସାବରକର, ଅସାମାଜିକ ବ୍ୟକ୍ତିଙ୍କୁ ଦାୟୀ କଲା କଂଗ୍ରେସ


୧୯୯୯ ଠାରୁ ସିକ୍କିମରେ SSP ଗୋଟିଏ ମଧ୍ୟ ବିଧାନସଭା ସିଟ୍ ଜିତି ନାହିଁ। ୨୦୦୩ରେ SSP ପୁଣି ଥରେ କଂଗ୍ରେସରେ ମିଶିଗଲା ଆଉ ୧୦ ବର୍ଷ ପରେ ସେ ଅଲଗା ହୋଇଗଲା। ଏଥର ଭଣ୍ଡାରୀଙ୍କ ଦଳ, SKMକୁ ସମର୍ଥନ କଲା। ନିଜ ମୃତ୍ୟୁ ପର୍ଯ୍ୟନ୍ତ ୨୦୧୭ ପର୍ଯ୍ୟନ୍ତ ଭଣ୍ଡାରୀ SKMର ନିକଟତର ଥିଲେ। ତାପରେ ଦଳର ସାଙ୍ଗଠାନିକ ଦାୟିତ୍ୱ ତାଙ୍କ ପତ୍ନୀ ଦିଲ କୁମାରୀ ସମ୍ଭାଳିଲେ। ବର୍ତ୍ତମାନ SSP ଯେଉଁ HSPରେ ବିଲୟ ହୋଇଛି, ତାହାର ସ୍ଥିତି ମଧ୍ୟ ସିକ୍କିମରେ ଭଲ ନୁହଁ। ଭାରତୀୟ ଫୁଟବଲର ବାଇଚୁଙ୍ଗ ଭୂତିଆ ୨୦୧୮ରେ HSP ଗଠନ କରିଥିଲେ। ଦଳ ୨୦୧୯ ବିଧାନସଭା ନିର୍ବାଚନରେ ୨୪ଟି ଆସନରେ ଲଢିଥିଲା, କିନ୍ତୁ ସେଠାରୁ ଗୋଟିଏ ମଧ୍ୟ ପ୍ରାର୍ଥୀ ଜିତି ନାହାନ୍ତି। ୨୦୧୯ରେ ନିଜେ ଭୂତିଆ, ଗାଙ୍ଗଟକ ଉପନିର୍ବାଚନ ଲଢିଥିଲେ। ଆଉ ରାଜଧାନୀରେ ତାଙ୍କୁ ନିରାଶ ହେବାକୁ ପଡିଥିଲା।