Imposition of Hindi: ହିନ୍ଦୀ ଭାଷାକୁ ନେଇ ପୁଣି ଥରେ ତାମିଲନାଡୁରେ ବିବାଦ ତୀବ୍ର ହେବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ହିନ୍ଦୀ ଭାଷାର ପ୍ରୟୋଗ ବିରୋଧରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଦ୍ରାବିଡା ମୁନ୍ନେତ୍ରା କାଜାଘ ସରକାର ତାମିଲନାଡୁ ବିଧାନସଭାରେ ହିନ୍ଦୀ ଭାଷାର ପ୍ରୟୋଗ ବିରୋଧରେ ପାରିତ ହୋଇଥିବା ସଂକଳ୍ପ ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ଏନେଇ ନଭେମ୍ବର ୪ ତାରିଖରେ ରାଜ୍ୟବ୍ୟାପୀ ଜନସଭା କରିବାକୁ ଯାଉଛି ଡିଏମକେ ସରକାର। ରାଜ୍ୟର କିଛି  ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଜନସଭାରେ ବକ୍ତା ତାମିଲନାଡୁ ବିଧାନସଭାରେ (Tamil Nadu Legislative Assembly) ହିନ୍ଦୀ ଭାଷାର ପ୍ରୟୋଗ ବିରୋଧରେ ପାରିତ ହୋଇଥିବା ସଂକଳ୍ପକୁ ବ୍ୟାଖ୍ୟା କରିବେ। ସରକାରୀ ଭାଷା ଉପରେ ସଂସଦୀୟ କମିଟି ସୁପାରିଶକୁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏହାପୂର୍ବରୁ ୧୩ ଅକ୍ଟୋବରରେ ଶାସକ ଡିଏମକେ ଦଳର ଯୁବ ଏବଂ ଛାତ୍ର ସଙ୍ଗଠନ ତାମିଲନାଡୁରେ କେନ୍ଦ୍ର ଦ୍ୱାରା ହିନ୍ଦୀ ପ୍ରୟୋଗକୁ ନେଇ ରାଜ୍ୟବ୍ୟାପୀ ବିରୋଧ ଘୋଷଣା କରିଥିଲେ।


Also Read: Hindi: ହିନ୍ଦୀ ଭାଷା ପ୍ରୟୋଗ ବିରୋଧରେ ତାମିଲନାଡୁ ବିଧାନସଭାରେ ପାରିତ ହେଲା ସଂକଳ୍ପ


ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamilnadu CM MK Stalin) ହିନ୍ଦୀ ଭାଷା ପ୍ରୟୋଗ (Use of Hindi Language) ବିରୋଧରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ଏଭଳି ଉଦ୍ୟମ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ବିପଦରେ ପକାଇଥାଏ। ଅଷ୍ଟମ ଅନୁସୂଚୀରେ ସମସ୍ତ ଭାଷା ସରକାରୀ ଭାଷା ହେବା ଆବଶ୍ୟକ। କଥିତ ରୂପେ ହିନ୍ଦୀ ଥୋପିବା (Imposition of Hindi) ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଏକ ଚିଠି ଲେଖିଛନ୍ତି। 


ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ହିନ୍ଦୀ ଲାଗୁ କରିବାକୁ ସାମ୍ପ୍ରତିକ ପ୍ରୟାସ ଅଯୌକ୍ତିକ ଏବଂ ବିଭାଜନକାରୀ। ଯାହା ଅନେକାଂଶରେ ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ଅତ୍ୟନ୍ତ ଅସୁବିଧାଜନକ ସ୍ଥିତିରେ ରଖିଛି। ଏହା କେବଳ ତାମିଲନାଡୁ ନୁହେଁ, ମାତୃଭାଷାକୁ ସମ୍ମାନ କରୁଥିବା କୌଣସି ରାଜ୍ୟ ପାଇଁ ମଧ୍ୟ ଗ୍ରହଣୀୟ ହେବ ନାହିଁ।


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସରକାରୀ ଭାଷା କମିଟି ରିପୋର୍ଟର ଏକାଦଶ ଭଲ୍ୟୁମ୍ ଗତ ୯ ସେପ୍ଟମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିଲା। ଶାହ ଏବଂ କମିଟିର ଅନ୍ୟ ସଦସ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ  ସାର୍ବଜନୀନ ହୋଇନାହିଁ। ହେଲେ ତାମିଲନାଡୁ ଏବଂ କେରଳ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ପୁଣିଥରେ ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବାର ସମ୍ଭାବନା ଉପୁଜିଲାଣି। 


Also Read: Hindi Languaae: ରାଷ୍ଟ୍ର ଭାଷା ପାଇଁ ମୁହାମୁହିଁ କେନ୍ଦ୍ର-ରାଜ୍ୟ, ଜାଣନ୍ତୁ ପୁରା ମାମଲା


ହିନ୍ଦୀ ଭାଷା ଥୋପାଯିବା ବିରୋଧରେ ଅକ୍ଟୋବର ୧୮ ତାରିଖ ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି ଏକ ସଂକଳ୍ପ। ସରକାରୀ ଭାଷା ସଂସଦୀୟ କମିଟି ରିପୋର୍ଟରେ ଦିଆଯାଇଥିବା ସୁପାରିଶକୁ କାର୍ଯ୍ୟକାରୀ ନକରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ତାମିଲନାଡୁ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ୱାରା ଆଗତ ହୋଇଥିବା ସଂକଳ୍ପରେ କୁହାଯାଇଛି ଯେ ସେପ୍ଟେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ସୁପାରିଶ ତାମିଲ ସମେତ ଅନ୍ୟ ରାଜ୍ୟ ଭାଷା ଏବଂ ଏକ କହୁଥିବା ଲୋକଙ୍କ ସ୍ୱାର୍ଥ ବିରୋଧୀ।