ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ତାଙ୍କ ଅବସର ପରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ(Subramaniam Swamy) ତାଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ ଏମଏସ ଧୋନି ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାଁନ୍ତି ।



COMMERCIAL BREAK
SCROLL TO CONTINUE READING

ବିଜେପି ନେତା(BJP Leader) ସୁବ୍ରମଣ୍ୟମ ସ୍ୱାମୀ ରବିବାର ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କୁ ପରାମର୍ଶ ଦେଇ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, "ଏମଏସ ଧୋନି କ୍ରିକେଟରୁ ଅବସର ନେଉଛନ୍ତି, କିନ୍ତୁ ଅନ୍ୟ କୌଣସି ଜିନିଷରୁ ନୁହେଁ । ଚ୍ୟାଲେଞ୍ଜ ସହ ଲଢ଼ିବା ପାଇଁ ତାଙ୍କର ପ୍ରତିଭା ଏବଂ ଏକ ଟିମର ନେତୃତ୍ୱ କରିବାର ଯେଉଁ କ୍ଷମତା କ୍ରିକେଟରେ ପ୍ରଦର୍ଶନ କରିଛନ୍ତି । ତାହା ସାର୍ବଜନିନ ଜୀବନରେ ଆବଶ୍ୟକ । ତାଙ୍କୁ ୨୦୨୪ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ।"


ଅଧିକ ପଢ଼ନ୍ତୁ:-ଦିନେ ସଚିନ ପାଇଲଟଙ୍କୁ କହିଥିଲେ 'ନିକମ୍ମା', ଏବେ ପ୍ରଶଂସାରେ ପୋତି ପକାଇଲେ ଗେହଲଟ୍


ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !


ମହେନ୍ଦ୍ର ସିଂ ଧୋନିଙ୍କ ଏହି ନିଷ୍ପତ୍ତି ସହିତ କ୍ରିକେଟର ଆଉ ଏକ ଯୁଗ ଶେଷ ହୋଇଯାଇଛି । ଧୋନି ନିଜ ଅଧିନାୟକତ୍ୱ ଏବଂ ଖେଳ ମାଧ୍ୟମରେ ଭାରତୀୟ କ୍ରିକେଟ୍ ଇତିହାସରେ ଅନେକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ । ଏମଏସ ଧୋନି ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, '"ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ । ସନ୍ଧ୍ୟା ୭.୨୯ ପରଠାରୁ ମୋତେ ଅବସରପ୍ରାପ୍ତ ବୋଲି ଭାବନ୍ତୁ ।"