ଭାରତର କିଛି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ (Hindu Minority) ଶ୍ରେଣୀରେ ରଖାଯିବା ଦାବି ଉପରେ ସୁପ୍ରମକୋର୍ଟରେ (Centre produced in Supreme Court) କେନ୍ଦ୍ର ନିଜ ଜବାବ ଦାଖଲ କରିବାକୁ ଯାଇ କହିଛି, ଯେ କୌଣସି ରାଜ୍ୟ ଭାଷା ଏବଂ ସଂଖ୍ୟା ଆଧାରରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ସେଥିପାଇଁ ସେମାନଙ୍କର ସ୍ୱାଧୀନତା ରହିଛି। କେନ୍ଦ୍ର ସରକାର ନିଜ ଉତ୍ତର ସୁପ୍ରିମକୋର୍ଟ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କର ସେହି ଆବେଦନ ଉପରେ ଦେଇଛନ୍ତି, ଯେଉଁଥିରେ ସେ ଜମ୍ମୁ-କାଶ୍ମୀର, ମିଜୋରମ, ନାଗାଲ୍ୟାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ଲାକ୍ଷାଦ୍ୱୀପ, ମଣିପୁର ଏବଂ ପଞ୍ଜାବର ହିନ୍ଦୁମାନେ ସଂଖ୍ୟାଲଘୁ ଥିବା କଥା କହିଥିଲେ ଆଉ ଏକଥା ବି କହିଥିଲେ ଯେ, କିଭଳି ସଂଖ୍ୟାଲଘୁ ହେବାସତ୍ତ୍ୱେ ତାଙ୍କୁ ଅଣଦେଖା କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଯେଉଁ ରାଜ୍ୟରେ ହିନ୍ଦୁ ଅଳ୍ପସଂଖ୍ୟକ
କେବଳ ଯଦି ପରିସଂଖ୍ୟାନର କଥା କୁହାଯାଏ, ତେବେ ୨୦୧୧ ଜଗଣନା ଅନୁସାରେ ମିଜୋରାମରେ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୨.୭%। ନାଗାଲାଣ୍ଡରେ ୮.୭୫%, ମେଘାଳୟରେ ୧୧.୫୩%, ଅରୁଣାଚଳ ପ୍ରଦେଶରେ ୨୯%, ମଣିପୁରରେ ୩୧.୩୯% ରହିଛି। ସେହିପରି ପଞ୍ଜାବରେ ହିନ୍ଦୁଙ୍କ ସଂଖ୍ୟା ୩୮.୪୦%, କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଏବଂ କାଶ୍ମୀରରେ ହିନ୍ଦୁ ୨୮.୪୪% ଏବଂ ଲାକ୍ଷାଦ୍ୱୀପରେ ହିନ୍ଦୁଙ୍କ ସଂଖ୍ୟା ହେଉଛି ୨.୫%। ଏସବୁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମିବା କାରଣରୁ ଏହି ଆଫିଡେଭିଟରେ ସେମାନଙ୍କ କଥା ଉଲ୍ଲେଖ କରାଯାଇଛି। ମାତ୍ର ଦେଶରେ ଏପରି ମଧ୍ୟ କିଛି ରାଜ୍ୟ ରହିଛି, ଯେଉଁଠି ଲୋକସଂଖ୍ୟାରେ ତୀବ୍ର ଗତିରେ ପରିବର୍ତ୍ତନ ହେବାରେ ଲାଗିଛି। ସମ୍ଭବତଃ ଆଗାମୀ କିଛି ବର୍ଷ ଭିତରେ ସେଠାରେ ମଧ୍ୟ ହିନ୍ଦୁମାନେ ସଂଖ୍ୟାଲଘୁରେ ପରିଣତ ହୋଇଯିବେ।


ଅନ୍ୟ ରାଜ୍ୟରେ ମୁସଲିମଙ୍କ ସଂଖ୍ୟାରେ ବୃଦ୍ଧି
ଉଦାହରଣ ସ୍ୱରୁପପଶ୍ଚିମବଙ୍ଗ କଥା ଆଲୋଚନା କରା ଯାଇପାରେ। କିଛିଦିନ ପୂର୍ବରୁ ହିଁ ଅର୍ଗାନାଇଜର ମ୍ୟାଗାଜିନର ସାମ୍ବାଦିକ ପ୍ରଣୟ କୁମାର ପଶ୍ଚିମବଙ୍ଗର ଜଲପାଇଗୁଡ଼ି, ସିଲିଗୁଡ଼ି, ଇସଲାମପୁର, ମାଲଦା ଟାଉନ, ମୁର୍ଶିଦାବାଦ ଭଳି କିଛି ଜିଲ୍ଲାକୁ ଭିଜିଟ୍ କରିଥିଲେ। ଯେଉଁଠାରେ ସେ ଜନସଂଖ୍ୟାରେ ହେଉଥିବା କ୍ଷୀପ୍ର ପରିବର୍ତ୍ତନକୁ ନୋଟିସ କରିଥିଲେ। ଏଥରୁ ଜଣାପଡ଼ିଛି ଯେ, ଏଠାରେ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ତୀବ୍ରଗତିରେ ବୃଦ୍ଧି ପାଇଛି। ଏହା ମୁସଲମାନଙ୍କ ସଂଖ୍ୟାବୃଦ୍ଧିରେ ପ୍ରଭାବ ପକାଇଛି। ସେମାନଙ୍କ ଯୋଗୁଁ ହିନ୍ଦୁମାନଙ୍କୁ ନିଜ ଜାଗା ଛାଡ଼ିବାକୁ ପଡିଛି। ଏହାପୂର୍ବରୁ ଉତ୍ତରାଖଣ୍ଡର ବହୁ ଅଞ୍ଚଳରେ ମୁସଲିମଙ୍କ ବର୍ଦ୍ଧିତ ଜନସଂଖ୍ୟା ସୁରକ୍ଷା ଏଜେନ୍ସୀଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ନେପାଳକୁ ଲାଗିଥିବା ଅଞ୍ଚଳରେ ହେଉଥିବା ପରିବର୍ତ୍ତନକୁ ଅସାଧାରଣ ଦର୍ଶାଇ ଗୃହ ମନ୍ତ୍ରାଳୟ ପର୍ଯ୍ୟନ୍ତ ରିପୋର୍ଟ ପଠା ଯାଇଥିଲା। ରିପୋର୍ଟରେ କୁମାଉଁର ତିନିଟି ଅଞ୍ଚଳ ଉଧମସିଂହ ନଗର, ଚମ୍ପାୱତ ଏବଂ ପିଥୋରଗଡ଼କୁ ସମ୍ବେଦନଶୀଳ ଶ୍ରେଣୀରେ ରଖା ଯାଇଥିଲା। ଯେତେବେଳେ କି ପିଥୋରଗଡ଼ର ଦୁଇଟି ଅଞ୍ଚଳ ଧାରଚୁଲା ଏବଂ ଜୌଲଜୀବୀକୁ ଅତିସମ୍ବେଦନଶୀଳ ଶ୍ରେଣୀରେ ରଖା ଯାଇଥିଲା। ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ବହୁ ଅଞ୍ଚଳରେ ହେଉଥିବା ପରିବର୍ତ୍ତନକୁ ନେଇ ଚିନ୍ତାବ୍ୟକ୍ତ କରା ଯାଇଥିଲା। ଯେଉଁଠାରେ ହଠାତ୍ ଧାର୍ମିକ ସଂସ୍ଥାସବୁ ଖୋଲିବା ଘଟଣାରେ ବୃଦ୍ଧି ଦେଖା ଯାଇଥିଲା।


୨୦୨୦ ମସିହାରେ ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ ଆବେଦନ
ତେବେ ହିନ୍ଦୁମାନଙ୍କୁ ବହୁ ରାଜ୍ୟରେ ସଂଖ୍ୟାଲଘୁ ମାନ୍ୟତା ଦାବି କଥାକୁ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିକୁ ଅଣାଯାଇଛି। ଏହାପୂର୍ବରୁ ୨୦୨୦ ଫେବ୍ରୁଆରୀ ମାସରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ଘୋଷଣା କରିବାକୁ ଦାୟର ହୋଇଥିଲା ଆବେଦନ। ଯାହାକୁ କୋର୍ଟ ଦ୍ୱାରା ଖାରଜ କରାଯାଇଥିଲା ଏବଂ କୁହା ଯାଇଥିଲା ଯେ, ଆବେଦନକର୍ତ୍ତା ସେହିସବୁ ରାଜ୍ୟର ହାଇକୋର୍ଟକୁ ଯାଆନ୍ତୁ ଯେଉଁଠାରେ ହିନ୍ଦୁମାନେ ସଂଖ୍ୟାଲଘୁ। ସେହି ସମୟରେ ମଧ୍ୟ ଅଶ୍ୱିନୀ ଉପାଧ୍ୟାୟ ଏ କଥାକୁ ନେଇ ଆବେଦନ କରିଥିଲେ। ସେ କହିଥିଲେ, ଜାତୀୟ ପରିସଂଖ୍ୟାନ ଅନୁସାରେ, ଦେଶର ବହୁସଂଖ୍ୟକ ଜନସଂଖ୍ୟା କୁହାଯାଉଥିବା ହିନ୍ଦୁ ସମାଜ ଅନେକ ରାଜ୍ୟରେ ବାସ୍ତବରେ ସଂଖ୍ୟାଲଘୁ ଅଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ସେହିସବୁ ସୁବିଧା ମିଳି ପାରୁନାହିଁ, ଯାହା ସଂଖ୍ୟାଲଘୁମାନଙ୍କୁ ମିଳିଥାଏ।