ଭୋପାଳ: ହିଜାବ ବିବାଦକୁ ସରଗରମ ହେବାରେ ଲାଗିଛି ରାଜନୀତି। ସଦ୍ୟ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଭୋପାଳ ଲୋକସଭା ସାଂସଦ ତଥା ବିଜେପି ଫାୟର ବ୍ରାଣ୍ଡ ନେତ୍ରୀ ସ୍ୱାଧି ପ୍ରଜ୍ଞା ଠାକୁର। ଏନେଇ ସେ କହିଛନ୍ତି କାହା ଲାଗି ହିଜାବ ପିନ୍ଧିବା ଜରୁରୀ ନୁହେଁ। 


COMMERCIAL BREAK
SCROLL TO CONTINUE READING

ହିଜାବ ବିବାଦ ପ୍ରସଙ୍ଗରେ ମତ ରଖି ସ୍ୱାଧି ପ୍ରଜ୍ଞା ଠାକୁର କହିଛନ୍ତି ଦେଶରେ ହିଜାବ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ହିଜାବ ପିନ୍ଧିବାର ଆବଶ୍ୟକତା ସେହି ଲୋକଙ୍କ ପାଇଁ ରହିଛି ଯେଉଁମାନଙ୍କ ନିଜ ଘରେ ସମସ୍ୟା ରହିଛି ଏବଂ ନିଜ ଘରେ ସେମାନେ ସୁରକ୍ଷିତ ନୁହଁନ୍ତି।


Also Read: ସକାଳେ ଜବରଦସ୍ତ ଶୁଣିବାକୁ ପଡୁଛି ଆଜାନ୍: BJP ସାଂସଦ


ନିଜ ସଂସଦୀୟକ୍ଷେତ୍ର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ ଲୋକସଭା ସାଂସଦ (Bhopal Lok Sabha MP) ସ୍ୱାଧି ପ୍ରଜ୍ଞା ଠାକୁର (Sadhvi Pragya Thakur) କହିଛନ୍ତି କାହା ସହିତ କୌଣସି ବନ୍ଧନ ନାହିଁ। ହିନ୍ଦୁ (Hindu) ହେଉଛି ଏତେ ଶ୍ରେଷ୍ଠ, ଉଚ୍ଚ ବିତାରଧାରା ସମ୍ପନ୍ନ ଏବଂ ଏତେ ସଂସ୍କାରୀ ଯେ ଆମକୁ କୌଣସି ସ୍ଥାନରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ। ଯେଉଁମାନେ ନିଜ ଘରେ ଅସୁବିଧାରେ ଅଛନ୍ତି ସେମାନଙ୍କୁ ହିଜାବ୍ ପିନ୍ଧିବାକୁ ହେବ। କାରଣ ସେମାନେ ନିଜ ଘରେ ସୁରକ୍ଷିତ ନୁହଁନ୍ତି ଏବଂ ତାଙ୍କ ଘରେତାଙ୍କ ସମ୍ମାନ ବିପଦରେ ଅଛି। ସେଥିପାଇଁ ସେମାନେ ଘରେ ମଧ୍ୟ ହିଜାବ ପିନ୍ଧିବା ଆବଶ୍ୟକ। ବାହାରେ ହିନ୍ଦୁ ସମାଜ ଯେଉଁଠାରେ ଜ୍ଞାନ ଆହରଣ କିମ୍ବା ଅଧ୍ୟୟନ କରୁଛି ସେଠାରେ ହିଜାବ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ।