ଯେତେବେଳେ ଆମେ ଉଚ୍ଚ ସ୍ୱରରେ ଭଜନ ବଜାଇଥାଉ ସେତେବେଳେ ସେମାନେ କୁହନ୍ତି ଯେ ଏହା ଇସଲାମ ଅନୁମୋଦିତ ନୁହେଁ
Trending Photos
ଭୋପାଳ: ବିଭିନ୍ନ ସମୟରେ ବୟାନବାଜି କରି ଚର୍ଚ୍ଚାରେ ରହିଥାନ୍ତି ଭୋପାଳ ଲୋକସଭା ଆସନର ବିଜେପି ସାଂସଦ ସ୍ୱାଧି ପ୍ରଜ୍ଞା ସିଂହ ଠାକୁର। ସଦ୍ୟ ଧାର୍ମିକ ପ୍ରାର୍ଥନା ଆଜାନ୍ ଉପରେ ରଖିଥିବା ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେ। ସକାଳ ସମୟରେ କରାଯାଉଥିବା ଏପରି ପ୍ରାର୍ଥନା କରିବା ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ କାରଣରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଅସୁବିଧା ଭୋଗୁନାହାଁନ୍ତି ବରଂ ସାଧନା ମଧ୍ୟ ଭଙ୍ଗ ହେଉଛି।
ରାମ ମନ୍ଦିର ପ୍ରସଙ୍ଗରେ ନିଜ ସଂସଦୀୟ କ୍ଷେତ୍ର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ ଲୋକସଭା ଆସନର ବିଜେପି ସାଂସଦ (Bhopal Lok Sabha BJP MP) ସ୍ୱାଧି ପ୍ରଜ୍ଞା ସିଂହ ଠାକୁର (Sadhvi Pragya Singh Thakur) ସକାଳ ୫ଟା ସମୟରେ କ୍ରମାଗତ ଭାବେ ବହୁତ ଜୋରରେ ଶବ୍ଦ ଆସିବାରେ ଲାଗୁଛି ଯାହା ଦ୍ୱାରା ସମସ୍ତଙ୍କ ନିଦ୍ରା ପ୍ରଭାବିତ ହେଉଛି। ଏହା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଏହା ଦ୍ୱାରା ଅସୁବିଧା ଭୋଗିବାକୁ ପଡୁ଼ଛି। ସକାଳ ସମୟ ହେଉଛି ସାଧୁସନ୍ଥଙ୍କ ସାଧନା ସମୟ। ହେଲେ ଆଜାନ (Azan) ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ କାରଣରୁ ସେମାନଙ୍କ ସାଧନା ଭଙ୍ଗ ହେଉଛି।
Also Read: ଧାର୍ମିକ ଆନ୍ଦୋଳନକୁ ନେଇ ଖପ୍ପା ଶିବରାଜ ସରକାର, ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ସାଧୁ ସାଧୁଙ୍କ ଦ୍ୱାରା କରାଯାଉଥିବା ପୂଜାର୍ଚ୍ଚନା, ସାଧାନ, ଆରତୀ ଆଦି ସକାଳ ସମୟରେ କରାଯାଇଥାଏ। ହେଲେ ଏହି ସମୟରେ ଡାକବାଜି ଯନ୍ତ୍ର ବ୍ୟବହାର କରି କରାଯାଉଥିବା ଆଜାନ ଆମକୁ ଜବରଦସ୍ତ ଶୁଣିବାକୁ ପଡୁଛି। ହେଲେ ଯେତେବେଳେ ଆମେ ଉଚ୍ଚ ସ୍ୱରରେ ଭଜନ ବଜାଇଥାଉ ସେତେବେଳେ ସେମାନେ କୁହନ୍ତି ଯେ ଏହା ଇସଲାମ (Islam) ଅନୁମୋଦିତ ନୁହେଁ। ଆମେ ହିନ୍ଦୁ ଏହାକୁ ସମ୍ମାନ କରିଥାଉ ହେଲେ ଅନ୍ୟ କୌଣସି ଧର୍ମ ଏହାକୁ ଗ୍ରହଣ କରିଥାଏ।
Also Read: ମହଙ୍ଗା ପଡିଲା ଇସଲାମିକ ମୌଳବାଦକୁ ସମର୍ଥନ, ମାଟିରେ ଘର ମିଶାଇଦେଲା ପ୍ରଶାସନ
ସାଧୁ ସନ୍ଥଙ୍କ ଧ୍ୟାନ ସାଧନା କରିବା ସମୟ ହେଉଛି ବ୍ରାହ୍ମ ମୂହୂର୍ତ୍ତ ଏବଂ ସକାଳ। ଅନ୍ୟ କାହା ପ୍ରତି ଧ୍ୟାନ ନଦେଇ ଡାକବାଜି ଯନ୍ତ୍ର ବ୍ୟବହାର କରି ଧାର୍ମିକ ପ୍ରାର୍ଥନା ଆଜାନ୍ କରାଯାଇଥାଏ। ଆଉ ଏହାର ଶବ୍ଦକୁ ଆମକୁ ଜୋର ଜବରଦସ୍ତ ଶୁଣିବାକୁ ପଡିଥାଏ। ହେଲେ ଯେତେବେଳେ ଆମ ଉଚ୍ଚ ସ୍ୱରରେ କୌଣସି ଭଜନ ବଜାଇଥାଉ ସେତେବେଳେ ସେମାନେ ବିରୋଧ କରିଥାନ୍ତି। ଏନେଇ ସେମାନେ କୁହନ୍ତି ଆମେ ଅନ୍ୟ କୌଣସି ଧର୍ମର ପ୍ରାର୍ଥନା ଶବ୍ଦ ଶୁଣିପାରିବୁ ନାହୁଁ। କାରଣ ଆମ ଧର୍ମ ଇସଲାମ ଏହାକୁ ଠିକ୍ ବୋଲି ବିବେଚନା କରେନାହିଁ। ହେଲେ ଏହା ଯଥାର୍ଥ ନୁହେଁ।