ଲକ୍ଷ୍ନୌ:  ପୁଣି  ଥରେ ନିଜର ବୟାନ ପାଇଁ  ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି  ଲୋକସଭା ସାଂସଦ  ଶଫିକୁର୍ର ରହମାନ ବର୍କ।  ଏଥର ବିଜେପି ଉଦ୍ଦେଶ୍ୟରେ ଚେତାବନୀ  ଦେବା ସହ  ଜାମା ମସଜିଦ ରେ ଜଳ ଛଡାଇ ଚଢାଇବା କଥାକୁ ନେଇ ତାତି ଉଠିଛନ୍ତି  ସେ।         


COMMERCIAL BREAK
SCROLL TO CONTINUE READING

"ଯଦି ମସଜିଦରେ ଜଳ ଚଢାଯାଏ ତାହେଲେ ବହିବ ରକ୍ତ" ଏଭଳି ଧମକପୂର୍ଣ୍ଣ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି   ସମାଜବାଦୀ ପାର୍ଟି  ଲୋକସଭା ସାଂସଦ  ଶଫିକୁର୍ର ରହମାନ ବର୍କ। 


ନିକଟରେ ସମ୍ଭଲ ଠାରେ ଅବସ୍ଥିତ ଜାମା ମସଜିଦ କୁ ନେଇ ଏକ  କଥିତ ଦାବି ହୋଇଥିଲା। ଏନେଇ କୁହାଯାଇଥିଲା ଯେ ସେଠାରେ ଭଗବାନ ଶିବଙ୍କ ଏକ  ମନ୍ଦିର ରହିଛି।  ଏହି ଦାବି ଉପରେ ଜବାବ  ରଖି  ସ୍ଥାନୀୟ ସାଂସଦ କହିଛନ୍ତି  ଯଦି ସେଠାରେ ଜଳ ଚଢାଇବାକୁ  ପ୍ରୟାସ କରାଯାଏ ତାହେଲ ପରିସ୍ଥିତି ଖରାପ ହୋଇପାରେ।  ଏହା ବ୍ୟତୀତ ସମାଜବାଦୀ ପାର୍ଟି ସାଂସଦ ଜୁମା ନମାଜ ଏବଂ ଇଦ ଅବସରରେ ସୁରକ୍ଷା ପ୍ରଦାନ କରିବାକୁ  ଦାବି କରିଛନ୍ତି।   


Also Read:  'ଯେଉଁଠି ରଙ୍ଗ ଖେଳାଯାଉଛି ସେଠାକୁ ଯାଆନ୍ତୁ ନାହିଁ ମୁସଲିମ'


 


ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଜଡ଼ିତ ଲୋକଙ୍କ  ବିରୋଧରେ ଗ୍ରହଣ କରାଯାଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ।  ସରକାରଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି  ଦେଶରେ ବୁଲଡୋଜର ଶାସନ ଚାଲୁଛି।  ଦେଶରେ ଆଇନ ନାହିଁ। ସରକାରଙ୍କ ଇସାରାରେ ମୁସଲମାନଙ୍କୁ ହଇରାଣ କରାଯାଉଛି।  ଜାହାଙ୍ଗୀରପୁରୀ ଘଟଣାରେ କେନ୍ଦ୍ରରେ କ୍ଷମତାସୀନ ବୁଲଡୋଜର ସରକାରଙ୍କ  ଇସାରାରେ ପୋଲିସ ମୁସଲମାନଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।    


ଜାହାଙ୍ଗୀରପୁରୀ ଘଟଣାରେ କରାଯାଉଥିବା ଅତ୍ୟାଚାରରକୁ ବରଦାସ୍ତ କରାଯିବ ନାହିଁ। ରମଜାନ ମାସରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଠାରୁ ଅଧିକ କିଛି  ଖରାପ  ଜିନିଷ ହୋଇପାରିବ ନାହିଁ। ମୁଁ ଏହାକୁ ନିନ୍ଦା କରୁଛି। ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି  ମସଜିଦ ପାଖରେ ଏକ ମନ୍ଦିର ରହିଛି।  ଉଭୟଙ୍କ ଅବସ୍ଥା ସମାନ ଥିଲା।  ହେଲେ    ମସଜିଦ ଉପରେ ବୁଲଡୋଜର ଚଢାଯାଉଛି ହେସେ ମନ୍ଦିର  ଉପରେ କାହିଁକି ନୁହେଁ?