ଶବ୍-ଏ-ବାରାତ୍ ଏବଂ ହୋଲି ଅବସରରେ ମାହୋଲ ଖରାପ ନକରିବାକୁ ମୁସଲମାନଙ୍କୁ ଆହ୍ୱାନ କରିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ।
Trending Photos
ଲକ୍ଷ୍ନୌ: ରଙ୍ଗର ପର୍ବ ହୋଲି ଅବସରରେ ନିଜର ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ। ଏନେଇ ସେ କହିଛନ୍ତି ଶୁକ୍ରବାର ପ୍ରାର୍ଥନା ଅବସରରେ ଶାନ୍ତି ବଜାୟ ରଖିବାକୁ ସେ ସମସ୍ତ ଲୋକଙ୍କୁ ନିବେଦନ କରିଛନ୍ତି। ବିଶେଷ କରି ହୋଲି ସମୟରେ ମୁସଲମାନଙ୍କୁ ନିଜ ଘରେ ରହିବାକୁ ନିବେଦନ କରିଛନ୍ତି। ଏନେଇ ସେ କହିଛନ୍ତି ହୋଲି ଅବସରରେ ଯେଉଁଠାରେ ରଙ୍ଗ ଖେଳାଯାଉଛି ସେଠାକୁ ଯାଆନ୍ତୁ ନାହିଁ ମୁସଲିମ।
ହୋଲି ଅବସରରେ ମୁସଲମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ସମ୍ଭଲ ଲୋକସଭା ସାଂସଦ ଶଫିକୁର୍ର ରହମାନ ବର୍କ। ଏଥର ମାର୍ଚ୍ଚ ୧୮ ତାରିଖ ଶୁକ୍ରବାର ହୋଲି, ଜୁମା ନମାଜ ଏବଂ ଶବ-ଏ-ବାରାତ ଗୋଟିଏ ଦିନରେ ପଡୁଛି। ଏହି ଅବସରରେ ଅରାଜକ ତତ୍ତ୍ୱ ମାହୋଲ ବିଗାଡିବା ପାଇଁ ଚେଷ୍ଟା କରିପାରନ୍ତି। ଏହାର ନଜରରେ ରଖି ପୋଲିସ ପ୍ରଶାସନ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁ। ସମସ୍ତେ ନିଜ ନିଜ ପର୍ବକୁ ସୌଦାର୍ଦ୍ଦ୍ୟପୂର୍ଣ୍ଣ ମାହୋଲ ମଧ୍ୟରେ ପାଳନ କରନ୍ତୁ। ଶବ୍-ଏ-ବାରାତ୍ ଏବଂ ହୋଲି ଅବସରରେ ମାହୋଲ ଖରାପ ନକରିବାକୁ ସେ ମୁସଲମାନଙ୍କୁ ଆହ୍ୱାନ କରିଛନ୍ତି। ଏନେଇ ସେ କହିଛନ୍ତି ଯେଉଁଠାରେ ହୋଲି ଅବସରରେ ହିନ୍ଦୁ ରଙ୍ଗ ଖେଳୁଛନ୍ତି ସେଠାକୁ ଯାଆନ୍ତୁ ନାହିଁ ମୁସଲିମ।
Also Read: UP Poll 2022: କିପରି ମୁସଲିମ ଭୋଟ ପାଇବ BJP? ଉପାୟ କହିଲେ ସମାଜବାଦୀ ପାର୍ଟି ସାଂସଦ
ଯଦିଓ ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ ଶବ-ଏ-ବାରାତ ଏବଂ ହୋଲି ଆଦି ପର୍ବକୁ ସୌଦାର୍ଦ୍ଦ୍ୟପୂର୍ଣ୍ଣ ମାହୋଲ ମଧ୍ୟରେ ପାଳନ କରିବାକୁ ନିବେଦନ କରିଛନ୍ତି ହେଲେ ଯେଉଁଠାରେ ହୋଲି ଅବସରରେ ହିନ୍ଦୁ ରଙ୍ଗ ଖେଳୁଛନ୍ତି ସେହି ସ୍ଥାନକୁ ମୁସଲିମ ଯିବା ଆସିବା କରିବାରୁ ଦୂରେଇ ରୁହନ୍ତୁ ନାହିଁ ବୋଲି ଆହ୍ୱାନ କରିଛନ୍ତି ସେ। କାରଣ ଏହା ଦ୍ୱାରା ମାହୋଲ ବିଗିଡି ଯିବାର ସମ୍ଭାବନା ରହିଛି। ପାରସ୍ପରିକ ଭାଇଚାରା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ପୋଲିସ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ଶଫିକୁର୍ର ରହମାନ ବର୍କ। ସହରରେ ପର୍ବ ପାଳନ ସମୟରେ ସଜାଗ ରହିବାକୁ ସେ ପୋଲିସ ଏବଂ ପ୍ରଶାସନକୁ ନିବେଦନ କରିଛନ୍ତି ଯାହା ଦ୍ୱାରା କୌଣସି ଅରାଜକତତ୍ତ୍ୱ ସକ୍ରିୟ ହୋଇପାରିବେ ନାହିଁ।
Also Read: ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ
ଅନ୍ୟପଟେ ସମ୍ଭଲ ଜିଲ୍ଲାପାଳ ସଞ୍ଜୀବ ରଞ୍ଜନ କହିଛନ୍ତି ଯେ ଏହି ପର୍ବ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ। ସାଧାରଣ ଜନତାଙ୍କର ମଧ୍ୟ ଦାୟିତ୍ୱ ରହିଛି। ପାରସ୍ପରିକ ସମନ୍ୱୟ ସହିତ ସେମାନେ ଏହି ପର୍ବକୁ ପାଳନ କରିବା ଆବଶ୍ୟକ। ଏଥର ମାର୍ଚ୍ଚ ୧୮ ତାରିଖ ଶୁକ୍ରବାର ହୋଲି, ଜୁମା ନମାଜ ଏବଂ ଶବ-ଏ-ବାରାତ ଗୋଟିଏ ଦିନରେ ପଡୁଛି। ଏପରି ପରିସ୍ଥିତିରେ ସମସ୍ତଙ୍କର ଦାୟିତ୍ୱ ରହିଛି। ହୋଲି ଏବଂ ଶବ-ଏ-ବାରାତ ଅବସରରେ ପୋଲିସ କଡା ବ୍ୟବସ୍ଥା ଗ୍ରହଣ କରିଛି ବୋଲି କହିଛନ୍ତି ସମ୍ଭଲ ପୋଲିସ ଅଧିକ୍ଷକ ଚକ୍ରେଶ ମିଶ୍ରା। ପୋଲିସ ଥାନାରେ ଶାନ୍ତି କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ଏହି ଦିନ ଶାନ୍ତିର ବାର୍ତ୍ତା ଦେଇ ପର୍ବ ପାଳନ କରନ୍ତୁ।