Gyanvapi Mosque Survey Controversy: ବାରଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ ଠାରେ ହେଉଥିବା ସର୍ଭେ କାର୍ଯ୍ୟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହି ମାମଲାର ଶୁଣାଣି ଜାରି ରହିଛି। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ସର୍ଭେ ଉପର ରୋକ ଲଗାଇବାକୁ ମୁସଲିମ ପକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଏହି ବିବାଦରେ ପ୍ରତିକ୍ରିୟା ରଖି ବିଜେପି ନେତା ସଂଗୀତ ସୋମ କହିଛନ୍ତି ଯେ କେବଳ ଜ୍ଞାନବ୍ୟାପୀ ନୁହେଁ ଦେଶର ସମସ୍ତ ମସଜିଦ ଉପରେ ସର୍ଭେ କରାଯିବା ଆବଶ୍ୟକ। ଯାହା ଦ୍ୱାରା ହିନ୍ଦୁ ସମାଜ ଜାଣିପାରିବ ଯେ କେଉଁ ମନ୍ଦିର ଭଙ୍ଗାଯାଇ ସେଠାରେ ମସଜିଦ ନିର୍ମାଣ କରାଯାଇଛି। ଔରଙ୍ଗଜେବ ଭଳି ଲୋକ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ୧୧୯୨ ମସିହାରେ ବାବ୍ରି ମସଜିଦ ପାଳି ପଡ଼ିଥିବା ବେଳେ ୨୦୨୨ ବର୍ଷରେ ଜ୍ଞାନବ୍ୟାପୀ ମସଜିଦ ପାଳି ପଡ଼ିଛି। ମୁସଲିମ ଆକ୍ରମଣକାରୀ ହିନ୍ଦୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଛନ୍ତି। ପ୍ରଥମେ ୯୯% ମନ୍ଦିର ଥିଲା। ଯାହା ଏବେ ମସଜିଦ ଭାବେ ଦୃଶ୍ୟମାନ ହେଉଛି। ଜ୍ଞାନବ୍ୟାପୀ ମସଜିଦ ଠାରେ ଶିବ ମୂର୍ତ୍ତୀ ସ୍ଥାପିତ ହୋଇଛି। ସେଠାରେ ସ୍ୱସ୍ତିକ ରହିଛି। ଏହି କାରଣରୁ ସେଠାରେ ହେଉଥିବା ସର୍ଭେ କାର୍ଯ୍ୟକୁ ବିରୋଧ କରାଯାଉଛି। କାରଣ ପୂର୍ବରୁ ଏହା ଏକ ମନ୍ଦିର ଥିଲା।


Also Read: BJP ବିଧାୟକଙ୍କ ବିବାଦୀୟ ବୟାନ; Taj Mahal ହେଉ Ram Mahal


ମୋ କହୁଥିବା କଥାରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗିଡ଼ି ଯାଉଛି ମାତ୍ର ସେମାନେ ଯାହା କହୁଛନ୍ତି ତାହା ଦ୍ୱାରା କାହାକୁ କୌଣସି ଅସୁବିଧା ହେଉନାହିଁ। ଏଠାରେ ଗଣତନ୍ତ୍ର ରହିଛି। ଏଠାରେ ଆଇନର ଶାସନ ଚାଲୁଛି। ଆମ ଦଳ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡ଼ି ନ ଥାଏ କିମ୍ବା  ଏପରି କାମ କରିବା ବାବଦରେ ଚିନ୍ତା କରିନଥାଏ।  ହେଲେ ଯେଉଁ ଲୋକ ଗୁଳି ଚଳାଉଛନ୍ତି କିମ୍ବା ପଥର ମାଡ଼ କରୁଛନ୍ତି ସେମାନଙ୍କୁ କେହି କିଛି କହୁନାହାଁନ୍ତି।    


ହିନ୍ଦୁ ମନ୍ଦିର ଭାଙ୍ଗି କିପରି ମସଜିଦ ନିର୍ମାଣ କରାଯାଇଛି ତାହା ଜାଣିବାର ଅଧିକାର କ'ଣ ଆମ ପାଖରେ ନାହିଁ? ଜ୍ଞାନବ୍ୟାପୀ ମସଜିଦ ପୂର୍ବରୁ ସେଠାରେ ଏକ ମନ୍ଦିର ଥିଲା। ବର୍ତ୍ତମାନ ମଧ୍ୟ ସେଠାରେ ମନ୍ଦିର ରହିଛି। ଭବିଷ୍ୟତରେ ମଧ୍ୟ ସେଠାରେ ମନ୍ଦିର ରହିବ। 


Also Read: ହିନ୍ଦୁ ନବ ବର୍ଷ ଅବସରରେ ନୂଆ କ୍ୟାଲେଣ୍ଡର ଜାରି କଲା ହିନ୍ଦୁ ମହାସଭା


ମସଜିଦ ଠାରେ ସର୍ଭେ ଉପରେ ପ୍ରତିକ୍ରିୟା ରଖି ସଙ୍ଗୀତ ସୋମ କହିଛନ୍ତି ଦେଶର ସମସ୍ତ ମସଜିଦ ଉପରେ ସର୍ଭେ କରାଯିବା ଆବଶ୍ୟକ। କେବଳ ମସଜିଦ ନୁହେଁ ମଦ୍ରାସା ଠାରେ କ'ଣ ପଢାଯାଉଛି ତାହା ଉପରେ ମଧ୍ୟ ସର୍ଭେ କରିବା ଦରକାର। ଆଧୁନିକ ଶିକ୍ଷା ପ୍ରଦାନ ପାଇଁ ସେଠାରେ କ'ଣ କରାଯାଉଛି ତାହା ଅନୁସନ୍ଧାନ କରାଯିବା ଉଚିତ। କାରଣ ସେଠାରେ କ'ଣ ଘଟୁଛି ତାହା ସମସ୍ତେ ଜାଣିଛନ୍ତି।