BJP ବିଧାୟକଙ୍କ ବିବାଦୀୟ ବୟାନ; Taj Mahal ହେଉ Ram Mahal
Advertisement
Article Detail0/zeeodisha/odisha867838

BJP ବିଧାୟକଙ୍କ ବିବାଦୀୟ ବୟାନ; Taj Mahal ହେଉ Ram Mahal

ଯେଉଁସ୍ଥାନରେ ତାଜମହଲ ରହିଛି ସେଠାରେ ପୂର୍ବରୁ ଏକ ଶିବମନ୍ଦିର ରହିଥିଲା।

BJP ବିଧାୟକଙ୍କ ବିବାଦୀୟ ବୟାନ; Taj Mahal ହେଉ Ram Mahal

ଲକ୍ଷ୍ନୌ: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଉତ୍ତର ପ୍ରଦେଶର କ୍ଷମତାସୀନ ଶାସକ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ଏଥର ସେ ତାଜମହଲ ପ୍ରସଙ୍ଗରେ ରଖିଥିବା ବୟାୟକୁ ନେଇ ଚର୍ଚ୍ଚା ଜୋରଧରିଛି। 

ବିଶ୍ୱର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳ ଉପରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ (BJP MLA) ସୁରେନ୍ଦ୍ର ସିଂହ (Surendra Singh) କହିଛନ୍ତି ଯେଉଁସ୍ଥାନରେ ତାଜମହଲ ପ୍ରତିଷ୍ଠା ହୋଇଛି ସେଠାରେ ପ୍ରଥମେ ଏକ ଶିବ ମନ୍ଦିର ରହିଥିଲା। ଚାହାକୁ ଧ୍ୱଂସ କରାଯିବା ପରେ ଏହାକୁ ନିର୍ମାଣ କରାଯାଇଛି। ଏହାର ନାମ ପରିବର୍ତ୍ତନ କରି ରାମହଲ କରାଯାଉ।  

Also Read: 'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'

 

ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଯେଉଁସ୍ଥାନରେ ତାଜମହଲ ରହିଛି ସେଠାରେ ପୂର୍ବରୁ ଏକ ଶିବମନ୍ଦିର ରହିଥିଲା। ତାହାକୁ ମୋଗଲ ଶାସନକାଳରେ ଭାଙ୍ଗି ଦିଆଯାଇଥିଲା। ଏହାର ନାଁ ପରିବର୍ତ୍ତନ କରି ରାମ ମହଲ ରଖିବାକୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କ ଆଗରେ ଦାବି ରଖିଛନ୍ତି ଦଳୀୟ ବିଧାୟକ। 

Also Read: 'ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ'

 

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ସମ୍ରାଟ ଶିବାଜୀଙ୍କ ବଂଶଧର। ଶିବାଜୀଙ୍କ ବଂଶଧର ଉତ୍ତରପ୍ରଦେଶ ମାଟିକୁ ଆସିଛନ୍ତି। ଯେପରି ସମର୍ଥ ଗୁରୁ ରାମଦାସ ଭାରତକୁ ଶିବାଜୀଙ୍କୁ ଦେଇଛନ୍ତି, ସେହିପରି ଗୋରଖନାଥ ଜୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ଦେଇଛନ୍ତି।

Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

 

ଭାରତୀୟ ଜାତୀୟତା ବିରୋଧି ମାନସିକତା ଥିବା ଲୋକଙ୍କୁ ବିଜେପି ସରକାରରେ କୌଣସି ପ୍ରାଥମିକତା ଦିଆଯିବ ନାହିଁ। ଯେଉଁମାନେ କେବଳ ଭାରତ ଏବଂ ଭାରତୀୟତାର ଗୌରବ ପ୍ରଚାର କରିବେ ସେମାନେ ଏଠାକାର ନେତା ହୋଇପାରିବେ। ବିଧାୟକ ସୁରେନ୍ଦ୍ର ସିଂ ତାଙ୍କର ଏପରି ଅନେକ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିସାରିଛନ୍ତି। ଗତ ବର୍ଷ ହାଥରସ ଠାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ  ଘଟଣା ଉପରେ ପ୍ରତିକ୍ରିୟ ରଖି ସେ କହିଥିଲେ ଝିଅଙ୍କୁ 'ସଂସ୍କାର ଶିଖାଯାଏ ତାହେଲେ ବଳାତ୍କାର ବନ୍ଦ ହୋଇପାରିବ।