Mahua Moitra Net Worth: କ୍ୟାସ ଫର କ୍ୱେରି ମାମଲାରେ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୂଆ ମୈତ୍ର ଗୁରୁବାର ଦିନ ଲୋକସଭାର ଏଥିକ୍ସ କମିଟି ସହ ସାମ୍ନାସାମ୍ନି ହୋଇଥିଲେ। ପଚରାଉଚରା ସମୟରେ ରାଗି ପାଚି ଲାଲ୍ ହୋଇଯାଇଥିଲେ ମହୂଆ ମୈତ୍ର। ସେ କହିଛନ୍ତି ଯେ, କମିଟି ତାଙ୍କୁ ଅନୈତିକ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ ଯାହାଫଳରେ ସେ ପଚରାଉଚରା ସମୟରେ ଅଧାରୁ ଉଠି ଚାଲିଆସିଥିଲେ। ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ଏ ଅଭିଯୋଗ କରିଥିଲେ ଯେ, ସାଂସଦ ଜଣଙ୍କ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଥାନ୍ତି।  ସେହିପରି ଏହି ମାମଲାରେ ଦର୍ଶନ ହୀରାନନଦାନୀଙ୍କ ନାଁ ବି ସାମ୍ନାକୁ ଆସିଛି। ଯାହାଙ୍କ ସାଥୀରେ ନିଜର ଲୋକସଭା ଆଇଡି ଲଗଇନ୍ ପାସୱାର୍ଡ ସେୟାର କରିବା ସହ ମହଙ୍ଗା ଗିଫ୍ଟ ଟଙ୍କା ନେଣଦେଣର ଅଭିଯୋଗ ମହୂଆଙ୍କ ଉପରେ ରହିଛି। 


COMMERCIAL BREAK
SCROLL TO CONTINUE READING

ସବୁଠୁ ବଡ଼ କଥା ହେଲା ମାମଲାରେ ଦର୍ଶନ ହୀରାନନଦାନୀ ସବୁ ପ୍ରକାରର ଅଭିଯୋଗକୁ ସ୍ୱୀକାର କରିଛନ୍ତି। ହେଲେ ସେପଟେ ମହୂଆ ମୈତ୍ରଙ୍କ ଅଡ଼ୁଆ ବି ବଢିଯାଇଛି। ଦର୍ଶନ କହିଛନ୍ତି ଯେ, ମହୂଆ ତାଙ୍କ ସହ ଲଗ୍ ଇନ ପାସୱାର୍ଡ ସେୟାର କରିଛନ୍ତି ଓ ସଂସଦରେ ପଚରା ହେବାକୁ ଥିବା ପ୍ରଶ୍ନ ସେ ନିଜେ ଅପଲୋଡ କରିଥିଲେ । ହେଲେ ଏହି ମାମଲାରେ ମହୂଆଙ୍କ (Mahua Moitra News) ପାଇଁ ଅଡ଼ୁଆ ବଢୁଛି ନା କମୁଛି ତାହା ତ ସମୟ କହିବ ହେଲେ ଜାଣିଛନ୍ତି ଏଇ କିଛିଦିନ ମଧ୍ୟରେ ଚର୍ଚ୍ଚାରେ ଥିବା ଟିଏମସି ସାଂସଦ ମହୂଆ କେତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି। 


ମହୂଆଙ୍କ ପାଖରେ ୨.୬୪ କୋଟିର ସମ୍ପତ୍ତି
ମହୂଆ ମୈତ୍ର (Mahua Moitra) ୭୦ ଲକ୍ଷ ଟଙ୍କାର ଡାଏମଣ୍ଡ ରିଂ ପିନ୍ଧନ୍ତି । କେବଳ ଏତିକି ନୁହେଁ ଭାରତରେ କୋଟି କୋଟି ଟଙ୍କା ଗଚ୍ଛିତ ରଖିଥିବା ବେଳେ ଲଣ୍ଡନ ବ୍ୟାଙ୍କରେ ବି ତାଙ୍କର ଫିକ୍ସ ଡିପୋଜିଟ୍ ରହିଥିବା ସୂଚନା ରହିଛି। ମହୂଆ ମୈତ୍ର(Mahua Moitra Net Worth)୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣାନଗର ସିଟ୍ ରୁ ନିଜର ନାମାଙ୍କନ ଦାଖଲ ବେଳେ ନିଜ ସମ୍ପତ୍ତିର ତାଲିକା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପାଖରେ ୨.୬୪ କୋଟିର ସର୍ବମୋଟ ସମ୍ପତ୍ତି ରହିଛି। ଯେଉଁଥିରେ ଲଣ୍ଡନ ରେ ଥିବା ସମ୍ପତ୍ତି ମଧ୍ୟ ସାମିଲ ହୋଇଛି। ଏହାପୂର୍ବରୁ ୨୦୧୬ ରେ ୱେଷ୍ଟ ବେଙ୍ଗଲର ବିଧାନସଭା ନିର୍ବାଚନରେ ନାନ୍ଦିଆ ଜିଲ୍ଲାର କରିମପୁର ସିଟ୍ ରୁ ଲଢିଥିଲେ । ସେତେବେଳେ ତାଙ୍କ ପାଖେ ୨.୫ କୋଟି ଟଙ୍କାର ସମ୍ପତ୍ତି ଥିଲା ବୋଲି ଉଲ୍ଲେଖ କରିଥିଲେ। 


୨୫ ଲକ୍ଷର କଳାକୃତି, ଚାନ୍ଦିର ଫୁଲଦାନି ସହ ଟି-ଡିନର ସେଟ୍ 
ନିର୍ବାଚନ ଆୟୋଗଙ୍କ (Election Commission)  ନିକଟରେ ଦାଖଲ କରିଥିବା ନିଜ ଆଫିଡେଭିଟ୍ ରେ ମହୂଆ ମୈତ୍ର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ବିଭିନ୍ନ ପ୍ରକାରର ଦାମୀ ଆର୍ଟ ପିସ୍ ବା କଳାକୃତି ରହିଛି। ଯାହାର ଦାମ ପାଖାପାଖି ୨୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହାସହ ଚାନ୍ଦି ଫୁଲଦାନି, ଚାନ୍ଦିର ଟି ଏବଂ ଡିନର୍ ସେଟ୍ ଓ ବହୁ ଦାମୀ ଜିନିଷ ରଖିଛନ୍ତି। ଯାହାର ଦାମ୍ ୫.୬୮ ଲକ୍ଷ ଟଙ୍କା ହେବ । ସମ୍ପତ୍ତି ତାଲିକାରେ ଏକ କାର୍ ରହିଛି ଯାହାକୁ ସେ ୨୦୧୬ ମସିହାରେ କିଣିଥିଲେ। 


ଲଣ୍ଡନ ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ମହୂଆ?
ଟିଏମସି ସାଂସଦ ମହୂଆ ମୈତ୍ର ଲଣ୍ଡନ ର ନ୍ୟାସନାଲ ୱେଷ୍ଟମିନିଷ୍ଟର ବ୍ୟାଙ୍କ ରେ ୧.୩୦ ଲକ୍ଷ ଟଙ୍କା ଜମା କରି ରଖିଛନ୍ତି। ଆଉ ଭାରତରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୧.୪୩ କୋଟି ଟଙ୍କା ଜମା କରି ରଖିଥିବା କୁହାଯାଇଛି।