TRS Supremo KCR: ବେଶ ଲମ୍ବା ସମୟ ଧରି ରାଷ୍ଟ୍ରୀୟ ରାଜନୀତିରେ ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପ୍ରୟାସ କରୁଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କିଛି ଦିନ ପୂର୍ବେ
ଦେଶର ତୃତୀୟ ସାମ୍ମୁଖ୍ୟର କୌଣସି ଆବଶ୍ୟକତା ନାହିଁ। ତୃତୀୟ ସାମ୍ମୁଖ୍ୟ ବଦଳରେ ସେ ଏକ ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ବିଦେଶ ଶାଖା ପକ୍ଷରୁ ଏହି ସୂଚନା ଦିଆଯାଇଛି।  


COMMERCIAL BREAK
SCROLL TO CONTINUE READING

ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samiti) ଟିଆରଏସ ଅଧ୍ୟକ୍ଷ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K.Chandrashekar Rao) କେସିଆର (KCR) ଙ୍କୁ ରାଷ୍ଟ୍ରୀୟ ରାଜନୀତିକୁ (Indian Politics) ଆଣିବା ଲାଗି ନିକଟରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ତେଲେଙ୍ଗାନା ବିଦେଶ ବିଭାଗ ଶାଖା ସଂଯୋଜକ ବି.ଗଣେଶ ଏହି ପ୍ରସ୍ତାବ ଆଗତ କରିଥିଲେ। ଯେଉଁଥିରେ ଟିଆରଏସ ଅଧ୍ୟକ୍ଷଙ୍କୁ ସମର୍ଥନ ଦେବା ଲାଗି ଘୋଷଣା ହୋଇଥିଲା। ଏନେଇ ଆୟୋଜିତ ହୋଇଥିବା ବୈଠକରେ ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ତେଲେଙ୍ଗାନା ବାସିନ୍ଦା ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। 


ନିକଟରେ ଟିଆରଏସ ଏହାର ୨୧ ତମ ଜନ୍ମଦିନ ପାଳନ କରିଛି। ଗତ ୨୦୦୧ ମସିହା ଅପ୍ରେଲ ୨୭ ତାରିଖରେ ଗଠିତ ହୋଇଥିଲା ଦଳ। ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ କରିବା ଦିଗରେ ଆନ୍ଦୋଳନ ଚଳାଇ ଚର୍ଚ୍ଚାକୁ ଆସିଥିଲା ଟିଆରଏସ। ନିକଟରେ ଟିଆରଏସ ସୁପ୍ରିମୋ 
କେସିଆର (TRS Supremo KCR) ରାଜ୍ୟ (Telangana Politics) ପରେ ଦେଶ ରାଜନୀତିରେ ଅବତୀର୍ଣ୍ଣ ହେବାକୁ ଘୋଷଷା କରିଥିଲେ। ରାଜଧାନୀ ହାଇଦ୍ରାବାଦ ଠାରେ ଦଳୀୟ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ରାଷ୍ଟ୍ରୀୟ ରାଜନୀତିରେ ଅବତୀର୍ଣ୍ଣ ହେବା ନେଇ ସଂଙ୍କେତ ଦେଇଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR)।   


ଅନ୍ୟପଟେ ଟିଆରଏସ ବିଦେଶ ଶାଖା ନେତା ମହେଶ କହିଥିଲ ଯେ ଟିଆରଏସ ରାଜ୍ୟ କାର୍ଯ୍ୟକାରିଣୀ ଦାୟିତ୍ୱ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ କେସିଆର ବର୍ତ୍ତମାନ ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ସଙ୍କେତ ଦେଇ ସାରିଛନ୍ତି। ହେଲେ ଜୁନ୍ ୧୯ ତାରିଖରେ ହେବାକୁ ଯାଉଥିବା ଦଳର ଦ୍ୱିତୀୟ ବୈଠକରେ ଟିଆରଏସ ନାମ ପରିବର୍ତ୍ତନ କରି ଭାରତ (Bharat Rashtra Samithi) ବିଆରଏସ (BRS) କରାଯିବ।


Also Read: ଜିଏଚଏମସି ନିର୍ବାଚନ: ବିଜେପି ଝଡରେ ହଜିଗଲା ଟିଆରଏସ