Uddhav Thackeray to Eknath Shinde: ଦଶହରା ଅବସରରେ ଶିବସେନା ପକ୍ଷରୁ କରା ଯାଉଥିବା ପାରମ୍ପରିକ ରାଲି ଆୟୋଜନ କରିଛନ୍ତି ଦଳର ଉଭୟ ଗୋଷ୍ଠୀ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଗୋଷ୍ଠୀ ମୁମ୍ବାଇ ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜନ କରିଛି। ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀ ସହରର କୁର୍ଲା କମ୍ପ୍ଲେକ୍ସ ଠାରେ ଏକ ରାଲି ଆୟୋଜନ କରିଛି। ଉଭୟ ଗୋଷ୍ଠୀ ପକ୍ଷରୁ କରା ଯାଉଥିବା ରାଲିରେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କୁ ସମ୍ମାନ ଜଣାଇଥିବା ମଞ୍ଚ ଉପରେ ଏକ ଚେୟାର ଖାଲି ରଖାଯାଇଛି। 


COMMERCIAL BREAK
SCROLL TO CONTINUE READING

ମୁମ୍ବାଇ ଶିବାଜୀ ପାର୍କ (Mumbai Shivaji Park) ଠାରେ ହୋଇଥିବା ରାଲିରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena President Uddhav Thackeray) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ (Maharashtra CM Eknath Shinde) ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ କଟାକ୍ଷ କରି ଠାକରେ କହିଛନ୍ତି ଯେ ଶିବ ସୈନିକ (Shiv Sainik) କେବେ କଟାପ୍ପାଙ୍କୁ କ୍ଷମା କରିବେ ନାହିଁ। ବିଜେପି (BJP) ସହ ଅଢେଇ ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ ବୁଝାମଣା ହୋଇଥିଲା। ମୁଁ ଏହି କଥା ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେ (Shiv Sena Founder Bala Saheb Thackeray) ଏବଂ ମୋ ମାଆଙ୍କ ଶପଥ ନେଇ କହୁଛି।


Also Read: Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର


ଦଳର ବିଦ୍ରୋହୀ ଗୋଷ୍ଠୀ (Rebel Shiv Sena Group) ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି ଯେ ସେମାନେ ହେଉଛି ଦେଶଦ୍ରୋହୀ ଏବଂ ସେମାନଙ୍କର ପରିଚୟକୁ ଲିଭା ଯାଇ ପାରିବ ନାହିଁ। ମୁଁ ସେମାନଙ୍କୁ ଗଦ୍ଦାର ବୋଲି କହିବି କାରଣ ସେମାନେ ହେଉଛନ୍ତି ଗଦ୍ଦାର। ମନ୍ତ୍ରୀ ପଦ କିଛି ଦିନ ପାଇଁ ହୋଇଥାଏ। ହେଲେ ଗଦ୍ଦାର ମୋହର ଜୀବନ ବ୍ୟାପୀ ଲାଗି ରହିଥାଏ। ଟଙ୍କା ନେଇ ଏଠାକୁ କୌଣସି ଲୋକ ଆସି ନାହାଁନ୍ତି। ସେମାନେ ହେଉଛନ୍ତି ବିଶ୍ୱସ୍ତ ଶିବ ସୈନିକ। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାବଣ ଦହନ ହେବ। କିନ୍ତୁ ଏଥର ଆମ ପାଖରେ ଭିନ୍ନ ଭିନ୍ନ ରାବଣ ଅଛନ୍ତି। ରାବଣ ପାଖରେ ୧୦ ମୁଣ୍ଡ ଅଛି। ହେଲେ ଏହି ରାବଣ (ଏକନାଥ ସିନ୍ଦେ) ପାଖରେ ୫୦ ମୁଣ୍ଡ ଅଛି। ସେମାନେ ମୁଣ୍ଡ ନୁହଁନ୍ତି ବରଂ ୫୦ କୋଟି। 


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚାର୍ଗେଟ କରି ଉଦ୍ଧବ ଠାକରେ କହିଛନ୍ତି ଯେ ସେ ଶିବସେନା ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି। ସେ କହିଥିଲେ ଯେ, 'କ'ଣ ଆପଣ ଏହି ପଦ ପାଇଁ ଯୋଗ୍ୟ? ଆପଣଙ୍କର ନିଜ ବାବଦରେ କୌଣସି ଧାରଣା ଅଛି? ଆପଣ (ଶିବସେନା ପ୍ରତିଷ୍ଠାତା ବାଲ ଠାକରେ) ଅନ୍ୟର ପିତାଙ୍କୁ ଚୋରି କରି ନେଇଛି। ଯଦି ସାହସ ଅଛି, ତାହେଲେ ଆପଣ ଆପଣଙ୍କର ପିତାଙ୍କ ନାମ ବ୍ୟବହାର କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କର। "


Also Read: Shiv Sena: ଦଶହରା ରାଲିକୁ ସରଗରମ ମହାରାଷ୍ଟ୍ର ରାଜନୀତି, ଜାଣନ୍ତୁ କାରଣ


ଦଶହରା ରାଲିକୁ ସମ୍ବୋଧିତ କରିବା ଅବସରରେ ବିଜେପି ବିରୋଧରେ ବର୍ଷିଛନ୍ତି ଶିବସେନା ଅଧ୍ୟକ୍ଷ। ଏନେଇ ଉଦ୍ଧବ ଠାକରେ କହିଛନ୍ତି ଆମକୁ ବିଜେପି ପାଖରୁ ହିନ୍ଦୁତ୍ୱ (Hindutva) ଶିଖିବାର କୌଣସି ଆବଶ୍ୟକତା ନାହିଁ। ଆମ କେବଳ ବିଜେପି ସହ ମେଣ୍ଟ ଭାଙ୍ଗିଛୁ। ଏହାର ଅର୍ଥ ନୁହେଁ ଯେ ଆମେ ହିନ୍ଦୁତ୍ୱ ଛାଡି ଦେଇଛୁ। ମୁଁ ଆଜି ଜଣେ ହିନ୍ଦୁ ଏବଂ ସବୁଦିନ ପାଇଁ ହିନ୍ଦୁ ହୋଇ ରହିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସେ ତାଙ୍କ ଜନ୍ମଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବାକୁ ଯାଇଛନ୍ତି। ଯେଉଁମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମୁଣ୍ଡ ନୁଆଁଇବାକୁ ପାକିସ୍ତାନ ଯାଉଛନ୍ତି ସେମାନଙ୍କ ଠାରୁ ଆମକୁ ହିନ୍ଦୁତ୍ୱ ଶିଖିବାର କୌଣସି ଆବଶ୍ୟକତା ନାହିଁ। ବିଜେପି ଦରଦାମ ବୃଦ୍ଧି କଥା ନୁହେଁ ବରଂ ଗାଇ ବାବଦରେ କଥାବାର୍ତ୍ତା କରୁଛି।