ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ରାଜ୍ୟସଭାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଜବାବ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଆସାଦୁଦ୍ଦିନ ଓୱାଇସି Z  ବର୍ଗର ସୁରକ୍ଷା ନେବା ଆବଶ୍ୟକ।


COMMERCIAL BREAK
SCROLL TO CONTINUE READING

ଏକ ଜନସମ୍ପର୍କ କାର୍ଯ୍ୟକ୍ରମ କରିବା ପରେ ଦିଲ୍ଲୀ ଫେରୁଥିଲେ ଅସାଦୁଦ୍ଦିନ ଓୱେସି। ଯେତେବେଳେ ତାଙ୍କ କନଭୟ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଅବସ୍ଥିତ ଟୋଲ୍ ପ୍ଲାଜା, ଜାତୀୟ ରାଜପଥ -୯, ଥାନା- ପିଲଖୁୱା ଦେଇ ଯାଇଥିଲା ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡି଼ ଉପରେ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଓୱେସି ସୁରକ୍ଷିତ ଭାବେ ବଞ୍ଚିଯାଇଥିଲେ। ହେଲେ ଗୁଳି ତାଙ୍କ ଗାଡିର ତଳ ଭାଗରେ ବାଜିଥିଲା। ଏହି ଘଟଣାକୁ ୩ ଜଣ ସାକ୍ଷୀ ମଧ୍ୟ ସାକ୍ଷୀ ଦେଖିଛନ୍ତି। 


Also Read: ଓୱେସୀଙ୍କୁ ମାରିବା ପାଇଁ ବନ୍ଧୁ ସଲିମ ଠାରୁ ହତିଆର ନେଇଥିଲା ଅଭିଯୁକ୍ତ ସଚିନ


ଏହି ଘଟଣାରେ IPC ଧାରା ୩୦୭ ଏବଂ ୧୯୩୨ ଅପରାଧି ଆଇନ ସଂଶୋଧନ ନିୟମ ଧାରା ୭ ଅନୁଯାୟୀ ଜିଲ୍ଲା ହାପୁର ଜିଲ୍ଲାର ପିଲଖୁୱା ଥାନାରେ ଏକ ମାମଲା ଦାଏର କରାଯାଇଛି। 


ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ କାର୍ଯ୍ୟକ୍ରମ ହାପୁଡ଼ ଜିଲ୍ଲାରେ ଆୟୋଜିତ ହେବାର ଥିଲା ନା ଏନେଇ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଅବଗତ କରାଯାଇଥିଲା। ଗୁଳିମାଡ଼ ପରେ ଅସାଦୁଦ୍ଦିନ ଓୱେସି ନିରାପଦରେ ଦିଲ୍ଲୀରେ ପହଞ୍ଚିଥିଲେ। ଆକ୍ରମଣ ପରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ଏ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଥିଲା ​​ଏବଂ ୨ ଅଣସ୍ୱୀକୃତ ପିସ୍ତଲ ସହ Alto କାର ଜବତ କରାଯାଇଥିଲା। 


Also Read: Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି


ଫରେନସିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳ ଏବଂ ଜବତ ହୋଇଥିବା ଗାଡି଼ର ଯାଞ୍ଚ କରାଯିବା ସହ ପ୍ରମାଣ ସଂଗ୍ରହ କରାଯାଉଛି। ଉଭୟ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶ ପୋଲିସ ଜେରା କରୁଛି। ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କଠୋର ସତର୍କତା ମଧ୍ୟ ଅବଲମ୍ବନ କରାଯାଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଗ୍ରହଣ କରିଛି। ଅତୀତରେ ଅନେକ ଥର, କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ବିପଦ ମୂଲ୍ୟାଙ୍କନ ଆଧାରରେ ଅସାଦୁଦ୍ଦିନ ଓୱେସିଙ୍କୁ ସୁରକ୍ଷା ଯୋଗାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସେ ସୁରକ୍ଷା ନେବାକୁ ଅନିଚ୍ଛା ପ୍ରକାଶ କରିବାରୁ ଉଭୟ ଦିଲ୍ଲୀ ଏବଂ ତେଲେଙ୍ଗାନା ପୋଲିସ ଦ୍ୱାରା ତାଙ୍କୁ ସୁରକ୍ଷା ଯୋଗାଇବା ଉଦ୍ୟମ ସଫଳ ହୋଇପାରିଲା ନାହିଁ।


Also Read: ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା


ଅସାଦୁଦ୍ଦିନ ଓୱେସିର ପୁନର୍ବାର ମୂଲ୍ୟାଙ୍କନ କରାଯାଇଛି ଏବଂ ବିପଦ ଉପରେ ହୋଇଥିବା ମୂଲ୍ୟାଙ୍କନ ଆଧାରରେ ତାଙ୍କୁ  ଦିଲ୍ଲୀରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (Central Reserve Police Force) ସିଆରପିଏଫ (CRPF) ଦ୍ୱାରା ପ୍ରଦାନ କରାଯାଉଥିବା Z ବର୍ଗର ସୁରକ୍ଷା ସବ ବୁଲେଟ ପ୍ରୁଫ୍ ଗାଡି଼ ଯୋଗାଇ ଦିଆଯାଇଛି। ଆମେ ପାଇଥିବା ମୌଖିକ ସୂଚନା ହେଉଛି ଯେ ସେ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। ଆମ ସମସ୍ତଙ୍କ ଚିନ୍ତା ଦୂର କରି ସେ ତୁରନ୍ତ ସୁରକ୍ଷା ନେବାକୁ ମୁଁ ତାଙ୍କୁ ଗୃହ ମାଧ୍ୟମରେ ଅନୁରୋଧ କରିବାକୁ ଚାହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।