Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି
Advertisement
Article Detail0/zeeodisha/odisha1089055

Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି

ସୁରକ୍ଷା ପ୍ରସଙ୍ଗରେ ସେ ସରକାରଙ୍କ ପାଖରେ ଦୁଇଟି ଦାବି ରଖିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ।

Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି

ନୂଆଦିଲ୍ଲୀ: ଗୁଳିମାଡ଼ ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା Z ବର୍ଗର ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ସୁରକ୍ଷା ପ୍ରସଙ୍ଗରେ ସେ ସରକାରଙ୍କ ପାଖରେ ଦୁଇଟି ଦାବି ରଖିଛନ୍ତି। ନିଜର ଦାବି ଉପସ୍ଥାପନ କରି ସେ କହିଛନ୍ତି ତାଙ୍କୁ ବୁଲେଟ୍ ପ୍ରୁଫ୍ ଗାଡି ଏବଂ ଅସ୍ତ୍ର ରଖିବାକୁ ଅନୁମତି ପ୍ରଦାନ କରଯାଉ। ମୁଁ ସରକାରୀ ସୁରକ୍ଷା ନେବାକୁ ଚାହୁଁନାହିଁ।

ନିଜ ପାଖରେ ବୁଲେଟ୍ ପ୍ରୁଫ୍ ଗାଡି ରଖିବା ପାଇଁ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିବି। ଲାଇସେନ୍ସପ୍ରାପ୍ତ ଅସ୍ତ୍ର ରଖି ନିଜେ ନିଜର ସୁରକ୍ଷା କରିବି ବୋଲି କହିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief ) ଅସାଦୁଦ୍ଦିନ ଓୱେସି (Asaduddin Owaisi)। ନିର୍ବାଚନ ପ୍ରଚାର କରିବା ଅବସରରେ ଗୁରୁବାର ତାଙ୍କ ଉପରେ ହୋଇଥିବା ଗୁଳିମାଡ ପରେ କେନ୍ଦ୍ର ସରକାର ତାଙ୍କୁ Z ବର୍ଗର ସୁରକ୍ଷା (Z Category Security) ଦେବାକୁ  ନିଷ୍ପତ୍ତି ନେଇଥିଲେ।    

ଶୁକ୍ରବାର ସଂସଦର ବଜେଟ ଅଧିବେଶନରେ ଯୋଗ ଦେବା ଅବସରରେ ହାଇଦ୍ରାବାଦ ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସି ନିଜର ସୁରକ୍ଷାକୁ ଦେଶ ସହ ଯୋଡ଼ିଛନ୍ତି। ଏନେଇ ସେ କହିଛନ୍ତି ଯେ ଦେଶର ପ୍ରକୃତ ଧନ ହେଉଛି ପ୍ରେମ। ଗୋଟିଏ ଭାରତ ହେଉଛି ଘୃଣାର ଏବଂ ଅନ୍ୟଟି ପ୍ରେମର। ଯଦି ଆପଣ ପ୍ରେମର ଭାରତ କଥା କହୁଛନ୍ତି ତାହେଲେ ମୋତେ ଚୁପ୍ କରିବା ପାଇଁ ଗୁଳି ଚଳାଇବା ଆବଶ୍ୟକତା ନାହିଁ। 

ମୋ ଉପରେ ଗୁଳି ଚାଳନା ହୁଏ ତେହେଲେ ମୁଁ ଏହାକୁ ଗ୍ରହଣ କରିବି। ମୋ ଜୀବନ ସାଧାରଣ ଲୋକଙ୍କ ଜୀବନ ଠାରୁ ଅଧିକ ନୁହେଁ। ଏହି ଘୃଣାକୁ ଶେଷ କରିବାକୁ ମୁଁ ସରକାରଙ୍କ ନିକଟରେ ନିବେଦନ କରୁଛି। ମୁଁ Z ବର୍ଗର ସୁରକ୍ଷା ଚାହୁଁ ନାହିଁ ମୋତେ ଗୋଟିଏ ବର୍ଗର ନାଗରିକ କରାଯାଉ। ମୁଁ କୌଣସି ଆକ୍ରମଣରୁ ଅଟକି ଯିବି ନାହିଁ। ଉତ୍ତର ପ୍ରଦେଶ ଲୋକେ ଘୃଣାର ଜବାବ ପ୍ରେମ ମାଧ୍ୟମରେ ଦେବେ। ଗୁଳିର ଜବାବ ବାଲାଟ ପେପର ମାଧ୍ୟମରେ ଦେବେ।

Also Read: ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା

ନିଜ ଉପରେ ହୋଇଥିବା ଆକ୍ରମଣ କଥା ଉଠାଇ ଶୁକ୍ରବାର ସଂସଦରେ ସେ କହିଛନ୍ତି ମୁଁ ମୃତ୍ୟୁକୁ ଭୟେ କରେ ନାହିଁ। ହୁଏତ ମୁଁ କାଲି ନଥାଇପାରେ। ହେଲେ ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ଲୋକସଭା ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ସେ  କହିଛନ୍ତି ତାଙ୍କୁ Z ବର୍ଗର ସୁରକ୍ଷା ଆବଶ୍ୟକ ନାହିଁ। ହେଲେ ଲୋକେ କିପରି ଏତେ କଟ୍ଟରପନ୍ଥୀ (Radical) ହୋଇଛନ୍ତି ତାହାର ଉତ୍ତର ମୁଁ ଜାଣିବାକୁ ଚାହୁଁଛି।

ଦେଶରେ ଏଭଳି କେଉଁ ଲୋକ ଅଛନ୍ତି ଯେଉଁମାନେ ବାଲାଟ ପେପର ବଦଳରେ ଗୁଳି ଉପରେ ବିଶ୍ୱାସ କରୁଛନ୍ତି। ଏଭଳି ଲୋକ କିଏ ଯିଏ ଦେଶର ସମ୍ବିଧାନ ଉପରେ ବିଶ୍ୱାସ କରୁନାହାଁନ୍ତି। ଗୁଳିମାଡ ଘଟଣାରେ ମୁଁ କୌଣସି ରାଜନୈତିକ ବୟାନବାଜି କରିବାକୁ ଚାହୁଁନାହିଁ। ମୁଁ ୨ ବିଧାୟକ ଏବଂ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛି। ଗୁଳିମାଡ଼ କରିଥିବା ଲୋକ ଏବେ ଘୃଣାରେ ପରିପୂର୍ଣ୍ଣ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା ଏବଂ ଆତଙ୍କବାଦ ବୃଦ୍ଧି ପାଇବ। ଆପଣ ଭୁଲ୍ କରୁଛନ୍ତି। ଏହା କେବଳ ଆପଣଙ୍କୁ ଏବଂ ଆପଣଙ୍କ ସରକାରକୁ କ୍ଷତି ପହଞ୍ଚାଇବ।

ହରିଦ୍ୱାର ଏବଂ ଅନ୍ୟାନ୍ୟ ସ୍ଥାନରେ ମୋ ବାବଦରେ କ’ଣ କୁହାଯାଇଛି ତାହା ଦେଖିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଏହା ଉପରେ ନଜର ରଖିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରିବାକୁ ଚାହେଁ। ସେମାନଙ୍କ ବିରୁଦ୍ଧରେ UAPA ଆଇନ ଲଗାନ୍ତୁ | ୧୯୯୪ ମସିହାରୁ ମୁଁ ରାଜନୀତିରେ ଅଛି। ମୁଁ ଏକ ମୁକ୍ତ ଜୀବନଯାପନ କରିବାକୁ ଚାହୁଁଛି। ଯଦି ମୁଁ ଜୀବିତ ରହିବାକୁ ଚାହେଁ ତାହେଲେ ମୋତେ ସ୍ୱର ଉତ୍ତୋଳନ କରିବାକୁ ହେବ। ସରକାରରେ ଯିଏ ରହୁ ମୋତେ ସ୍ୱର ଉତ୍ତୋଳନ କରିବାକୁ ହେବ।