ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା
Advertisement
Article Detail0/zeeodisha/odisha1088908

ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା

ଗୁଳିମାଡ଼ ପୂର୍ବରୁ କୌଣସି ପ୍ରକାର ସୁରକ୍ଷା ନେବାକୁ ମନା କରିଦେଇଥିଲେ ଏଆଇଏମ୍ଆଇଏମ୍ ମୁଖ୍ୟ।

 ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ କାର ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଏକ ବଡ ଖୁଲାସା ହୋଇଛି। ଗୁଳି ଚଳାଇଥିବା ଅଭିଯୁକ୍ତ ଜେରା ସମୟରେ ପୋଲିସ ସାମ୍ନାରେ ଏକ ବଡ଼ ଖୁଲାସା କରିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ଉଭୟ ଅଭିଯୁକ୍ତ ବିଗତ କିଛି ଦିନ ହେବ ତାଙ୍କୁ ଅନୁସରଣ କରୁଥିଲେ ଏବଂ ଏହି ଆକ୍ରମଣ କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ଯୋଜନା କରିଥିଲେ। 

ଗୁଳିମାଡ ପରେ ସୁରକ୍ଷା ଜନିତ ବିପଦକୁ ନଜରରେ ରଖି ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief ) ଅସାଦୁଦ୍ଦିନ ଓୱେସିଙ୍କୁ (Asaduddin Owaisi) Z ବର୍ଗର ସୁରକ୍ଷା (Z Category Security) ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

Also Read: UP Elections 2022: ୨ ଦଳ ସହ ମେଣ୍ଟ କଲେ Asaduddin Owaisi, ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଲା AIMIM

ଏ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଗୁଳିମାଡ଼ କରିଥିବା ଅଭିଯୁକ୍ତ ଅସାଦୁଦ୍ଦିନ ଓୱେସିଙ୍କୁ ଅନୁସରଣ କରୁଥିଲେ ଏବଂ ତାଙ୍କ ସଭାରେ ଉପସ୍ଥିତ ରହିବା ସହ ତାଙ୍କ ଭାଷଣ ଶୁଣୁଥିଲେ। ଏପରିକି ଅଭିଯୁକ୍ତଦ୍ୱୟ ମେରଠ ଠାରେ ଏଆଇଏମ୍ଆଇଏମ୍ ମୁଖ୍ୟ କରିଥିବା ସଭାରେ ଯୋଗ ଦେଇଥିଲେ। ଏଭଳି କାଣ୍ଡ ଭିଆଇବା ପାଇଁ ଏକ ସମ୍ପୂର୍ଣ୍ଣ ଯୋଜନା କରାଯାଇଥିଲା ଏବଂ ଏହା କୌଣସି ହଠାତ୍ ଘଟିଥିବା ଘଟଣା ନୁହେଁ। ଅଭିଯୁକ୍ତ ତାଙ୍କ ବୈଠକକରେ ଯୋଗ ଦେବା ସହ ତାଙ୍କ ଉପରେ ଆକ୍ରମଣ କରିବାକୁ ହୁଏତ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କୁ ସୁଯୋଗ ହୁଏତ ମିଳିନଥିଲା।

ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଡିତ ଅଭିଯୁକ୍ତଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ସାହାରନପୁରର ବାସିନ୍ଦା ସଚିନ ବାଦଲପୁର ଏବଂ ଶୁଭମ। ଉଭୟ କଲେଜ ବନ୍ଧୁ ଏବଂ ସେମାନେ ଆଇନ ପାଠ ପଢିଛନ୍ତି। 

Also Read: UP Election 2022: ନଜରରେ ପୂର୍ବାଞ୍ଚଳ, ବାହୁବଳୀ ନେତାଙ୍କ ପତ୍ନୀଙ୍କୁ ଟିକେଟ ଦେଲା AIMIM!

ଗୁଳିମାଡ଼ କରିବା ପାଇଁ ଅଭିଯୁକ୍ତ ସଚିନ କିଛି ଦିନ ପୂର୍ବରୁ ଏହି ଅସ୍ତ୍ର କିଣିଥିଲେ ଏବଂ ବର୍ତ୍ତମାନ ପୋଲିସ ଏହି ଅସ୍ତ୍ର ବିକ୍ରୟକାରୀଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି। ଉଭୟ ଅଭିଯୁକ୍ତଙ୍କୁ ଜେରା କରୁଥିବା ପୋଲିସ ଅଧିକାରୀ କହିଛନ୍ତି ସେମାନେ ବିଚାରଗତ ଦୃଷ୍ଟିକୋଣରୁ ଅତ୍ୟଧିକ କଟ୍ଟର। ହେଲେ ଏଭଳି ଗୁଳିମାଡ଼ ଘଟଣା କୌଣସି ବିଚିତ୍ର ଠାରୁ କମ ନୁହେଁ। ଅଭିଯୁକ୍ତଙ୍କ ଯୋଜନା ମଧ୍ୟ ଥିଲା ଯେ ସେମାନେ ଗୁଳିମାଡ଼ କରିବା ପରେ ସେମାନେ ଭିଡ଼କୁ ଏଡାଇବା ପାଇଁ ସିଧା ପୋଲିସ ନିକଟରେ ପହଞ୍ଚିବେ।

ଆକ୍ରମଣ ବାବଦରେ ଖବର ପାଇବା ପରେ ଫୋରେନସିକ୍ ଟିମ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହ ପୋଲିସ ଯେଉଁ ଅସ୍ତ୍ରରେ ଆକ୍ରମଣ ହୋଇଥିଲା ତାହାକୁ ମଧ୍ୟ ଉଦ୍ଧାର କରିଥିଲା। ହାପୁଡ ପୋଲିସ ଅଭିଯୁକ୍ତ ସଚିନକୁ ହେପାଜତକୁ ନେଇଥିଲା। ଏହାର କିଛି ଘଣ୍ଟା ପରେ ଶୁଭମ୍ ନାମକ ଅନ୍ୟ ଜଣେ ଆକ୍ରମଣକାରୀ ଗାଜିଆବାଦସ୍ଥିତ ସିହାନି ଗେଟ୍ ପୋଲିସ୍ ଥାନରେ ଆତ୍ମସମର୍ପଣ କରିଥିଲେ।

fallback

ଗତ ଗୁରୁବାର ଗାଜିଆବାଦ ଜିଲ୍ଲାର ପିଲଖୁୱା ନିକଟସ୍ଥ ଟୋଲ ପ୍ଲାଜା ଠାରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ କାର ଉପରେ ଗୁଳିମାଡ଼ ହୋଇଥିଲା। ସେ ମେରଠ ଠାରେ ନିଜର ନିଜର ନିର୍ବାଚନ ପ୍ରଚାର ଶେଷ କରି ଦିଲ୍ଲୀ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କୌଣସି କ୍ଷତି ହୋଇନାହିଁ। ଏହା ପରେ ସେ ଅନ୍ୟ ଏକ ଗାଡି଼ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଗୁଳମାଡ଼ ଘଟଣା ପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ଉପରେ ସମୀକ୍ଷା କରିବା ସହ ତାଙ୍କୁ ତୁରନ୍ତ CRPF ଯବାନଙ୍କ ଦ୍ୱାରା Z ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି। 

Also Read: UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM

ଗୁଳିମାଡ଼ ପୂର୍ବରୁ କୌଣସି ପ୍ରକାର ସୁରକ୍ଷା ନେବାକୁ ମନା କରିଦେଇଥିଲେ ଅସାଦୁଦ୍ଦିନ ଓୱେସି। ଏନେଇ ସେ କହିଥିଲେ ଗତ ୧୯୯୪ ମସିହାରେ ପ୍ରଥମ ଥର ପାଇଁ ମୁଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସୁରକ୍ଷା ନେଇ ନାହିଁ। ଭବିଷ୍ୟତରେ ମୁଁ କେବେ ମଧ୍ୟ ସୁରକ୍ଷା ଗ୍ରହଣ କରିବି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ। ଯେତେବେଳେ ମୋର ସମୟ ଆସିବ ମୁଁ ଚାଲିଯିବି।  ନିର୍ବାଚନ ଆୟୋଗ ଉଦ୍ଦେଶ୍ୟରେ ମୁଁ ଏହା କହିବାକୁ ଚାହେଁ ଯେ ଏହି ଘଟଣାରେ ନିଶ୍ଚିତ ଭାବରେ କିଛି ମାଷ୍ଟରମାଇଣ୍ଡ ଅଛନ୍ତି। କିଛି ଦିନ ପୂର୍ବେ ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଧର୍ମ ସଂସଦରେ ମୋ ଜୀବନ ନେବାକୁ ନେଇ ଆଲୋଚନା ହୋଇଥିଲା। ଯାହାର ରେକର୍ଡ ରହିଛି। ଏହାକୁ ମଧ୍ୟ ଦେଖିବା ଆବଶ୍ୟକ।