ଭୁବନେଶ୍ୱର, ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ରାଜ୍ୟବାସୀ ଚାହାଁନ୍ତି ମୋଦୀଙ୍କ ଗ୍ୟାରେଣ୍ଟି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ।  କୁଜଙ୍ଗରେ ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଏଭଳି ଆହ୍ଵାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ସେ ଆହୁରି କହିଛନ୍ତି ଯେ, ଲୋକତନ୍ତ୍ରରେ ଆପଣମାନେ ଜଣେ ଜଣେ ହନୁମାନ ସାଜି ରାଜ୍ୟରେ ଅନ୍ୟାୟ ଅତ୍ୟାଚାରକୁ ପୋଡି ପାଉଁଶ କରିବେ। ଏଥିପାଇଁ ମୋଦିଙ୍କୁ ଭୋଟ ଦିଅନ୍ତୁ ରାଜ୍ୟରେ ବିକାଶର ବର୍ଷା ହେବ। କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଉଥିବା ଆର୍ଥିକ ଅନୁଦାନ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ଏଥର ରିମୋର୍ଟ କଣ୍ଟ୍ରୋଲ ସରକାରକୁ ହଟାନ୍ତୁ ବୋଲି ଭୋଟର ମାନଙ୍କୁ ବକ୍ତବ୍ୟରେ କହିଥିଲେ। ବିଜେପି ଆସିଲେ ରତ୍ନଭଣ୍ଡାର ଚାବି ଚୋରୀର ତଦନ୍ତ ହେବା ସହ ମାଗଣା ସୋଲାର ବିଜୁଳି ଓ ସୁଭଦ୍ରା ଯୋଜନାର ସୁଫଳ ଘରେ ଘରେ ପହଞ୍ଚିବ ବୋଲି ସୂଚନା ଦେଇଥିଲେ।


ଆହୁରି କହିଛନ୍ତି ଯେ, ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲ ବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲ ବାବୁ। ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଭଳି ମାଫିଆ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ଦେଲେ, ମୁଁ ତାମିଲ ବାବୁଙ୍କୁ ଚେତାବନୀ ଦେଉଛି, ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ରିପୋର୍ଟର ଯାଞ୍ଚ କରାଯିବ। ଯାଞ୍ଚ ପରେ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡ଼ା କିଷାନ୍ ସମ୍ମାନନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିବେଦନ କରିଛନ୍ତି। ସଭାରେ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ପାରାଦ୍ଵୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ।


Also Read- ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ମାର୍ଟ ୱାଚ୍ କାଢ଼ି ଭୋଟ୍ ଦେଲେ


Also Read- Lok Sabha elections: ଜୟଶଙ୍କରଙ୍କୁ ମିଳିଲା ମତଦାନ ପ୍ରମାଣ ପତ୍ର, କାହିଁକି?