Lok Sabha elections: ଜୟଶଙ୍କରଙ୍କୁ ମିଳିଲା ମତଦାନ ପ୍ରମାଣ ପତ୍ର, କାହିଁକି?
Advertisement
Article Detail0/zeeodisha/odisha2263293

Lok Sabha elections: ଜୟଶଙ୍କରଙ୍କୁ ମିଳିଲା ମତଦାନ ପ୍ରମାଣ ପତ୍ର, କାହିଁକି?

ସାର୍ଟିଫିକେଟ୍ ହାତରେ ଧରି ଜୟଶଙ୍କର କହିଛନ୍ତି ଯେ, ମୁଁ ଏହି ବୁଥରେ ପ୍ରଥମ ପୁରୁଷ ଭୋଟର ଭାବେ ଭୋଟ ଦେଇଛି ।

Lok Sabha elections: ଜୟଶଙ୍କରଙ୍କୁ ମିଳିଲା ମତଦାନ ପ୍ରମାଣ ପତ୍ର, କାହିଁକି?

Lok Sabha Elections: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି । ଏଥିସହ ତାଙ୍କୁ ମତଦାନ କେନ୍ଦ୍ରରେ ପ୍ରଥମ ପୁରୁଷ ଭୋଟର ହେବାର ପ୍ରମାଣପତ୍ର ମଧ୍ୟ ମିଳିଛି ।  ସାର୍ଟିଫିକେଟ୍ ହାତରେ ଧରି ଜୟଶଙ୍କର କହିଛନ୍ତି ଯେ, ମୁଁ ଏହି ବୁଥରେ ପ୍ରଥମ ପୁରୁଷ ଭୋଟର ଭାବେ ଭୋଟ ଦେଇଛି ।

 

ଏଥିସହ ଜୟଶଙ୍କର କହିଛନ୍ତି ଯେ, ଦିଲ୍ଲୀର ଭୋଟରମାନେ ପୁଣିଥରେ ନିର୍ବାଚନରେ ମୋଦୀ ସରକାରଙ୍କୁ ସମର୍ଥନ କରିବେ ବୋଲି ବିଶ୍ୱାସ ରହିଛି । "ଆମେ ଚାହୁଁଛୁ ଯେ, ଲୋକମାନେ ଘରୁ ଗୋଡ କାଢି ବୁଥରେ ପହଞ୍ଚି ନିଜର ମତଦାନ କରନ୍ତୁ କାରଣ ଏହା ଦେଶ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ । ମୁଁ ନିଶ୍ଚିତ ବିଜେପି କ୍ଷମତାକୁ ଆସିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।"

 

ସୂଚନା ଯୋଗ୍ୟ, ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ବିହାର ଏବଂ ପଶ୍ଚିମବଙ୍ଗରେ ଆଠଟି, ଦିଲ୍ଲୀରେ ସାତଟି, ଓଡ଼ିଶାରେ ୬ଟି, ହରିୟାଣାରେ ଦଶଟି, ଝାଡଖଣ୍ଡରେ ଚାରିଟି, ଉତ୍ତରପ୍ରଦେଶରେ ୧୪ଟି ଏବଂ ଜାମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ନିର୍ବାଚନମଣ୍ଡଳୀରେ ଶେଷ ଆସନ ପାଇଁ ମତଦାନ ଚାଲିଛି।

Also Read- ନିଶା ମାଫିଆଙ୍କ ଉପରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ବିପୁଳ ନିଶା ସାମଗ୍ରୀ ଜବତ

Also Read- ୬ ରାଜ୍ୟକୁ ରେଡ୍ ଆଲର୍ଟ, ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ