ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ମାର୍ଟ ୱାଚ୍ କାଢ଼ି ଭୋଟ୍ ଦେଲେ
Advertisement
Article Detail0/zeeodisha/odisha2263530

ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ମାର୍ଟ ୱାଚ୍ କାଢ଼ି ଭୋଟ୍ ଦେଲେ

ନିୟମ ପାଳନ କଲେ ନିର୍ବାଚନରେ କୌଣସି ସମସ୍ୟା ହେବନି ବୋଲି ଶ୍ରୀ ଧଳ କହିଛନ୍ତି।

ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ମାର୍ଟ ୱାଚ୍ କାଢ଼ି ଭୋଟ୍ ଦେଲେ

ଭୁବନେଶ୍ଵର, ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ପୂର୍ବରୁ ସଚେତନତା ଅଭାବରୁ କେତେକ ଭୋଟର ବୁଥ୍‌ ଭିତରକୁ ମୋବାଇଲ ଫୋନ୍ ନେଇ ଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଅନେକ ସମସ୍ୟା ଉପୁଜଥିଲା। ଯାହାକୁ ନେଇ ପୂର୍ବରୁ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହାର  ପାଳନ କରାଯାଇ ନଥିଲା। ଫଳରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀ କରି ଭୋଟରଙ୍କୁ ସଚେତନ କରାଇଥିଲେ। ସେ କହିଥିଲେ ଯେ, ମତଦାନ ବେଳେ କୌଣସି ଅଧିକାରୀ କିମ୍ବା ଭୋଟର କେହି ବୁଥ୍ ଭିରତକୁ ମୋବାଇଲ ନେଇପାରିବେ ନାହିଁ। ଏପରିକି ମୋବାଇଲ ଫୋନ୍‌କୁ ସ୍ୱିଚ୍ ଅଫ୍ କରି କେହି ବୁଥ୍‌କୁ ନେଇପାରିବେ ନାହିଁ ବୋଲି ସେ ଅପିଲ କରିଛନ୍ତି।

ଏଥିସହ ବୁଥ୍ ଭିତରକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ ବାରଣ କରାଯାଇଥିଲା। ଆଜି ମତଦାନ ଚାଲିଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚ୍ କୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଯାଇ ମତଦାନ କରିଥିଲେ। ଯାହାକୁ ନେଇ ମତଦାନ କେନ୍ଦ୍ରରେ ଉପସ୍ଥିତ ଅନ୍ୟ ଭୋଟର ମାନେ ସଚେତନ ହୋଇଥିଲେ। ନିୟମ ପାଳନ କଲେ ନିର୍ବାଚନରେ କୌଣସି ସମସ୍ୟା ହେବନି ବୋଲି ଶ୍ରୀ ଧଳ କହିଛନ୍ତି।

Also Read- Top 10 Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର