UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar
ଆମେ ଉଠାଉଥିବା ପ୍ରସଙ୍ଗରେ ଯଦି ଯେକୌଣସି ଦଳ ଆମକୁ ସମର୍ଥନ କରେ ତାହେଲେ ଆମେ ମଧ୍ୟ ତାକୁ ସମର୍ଥନ କରିବୁ।
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସମୟ ପାଖେଇ ଆସୁଥିବାରୁ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିପଡି଼ଛନ୍ତି ବିଭିନ୍ନ ରାଜନୈତିକ ଦଳ। ଅନ୍ୟପଟେ ଏହି ନିର୍ବାଚନ ଲାଗି ସାମ୍ଭାବ୍ୟ ମେଣ୍ଟ ଗଠନ କରିବାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା।
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttaar Pradesh Assembly Election 2022) ଲାଗି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି (BJP) ବିରୁଦ୍ଧରେ ମେଣ୍ଟ ଗଠନ କରିବାକୁ ପ୍ରୟାସ କରୁଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ସଭାପତି (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ପୁଣି ଥରେ ବିଜେପି ସହ ଯିବାକୁ ରାଜି ହୋଇଛନ୍ତି। ହେଲେ ଏନେଇ ପୁରୁଣା ସହଯୋଗୀ ବିଜେପି ଆଗରେ କିଛି ସର୍ତ୍ତ ରଖିଛନ୍ତି ସେ।
ବିଜେପି ଆଗରେ ଏସବିଏସପି ସଭାପତି ରଖିଥିବା ସର୍ତ୍ତ ହେଉଛି ଜାତିଗତ ଜନଗଣନା କରିବା, ଘରୋଇ ବିଦ୍ୟୁତ୍ ବିଲ୍ ଛାଡିବା, ସମାନ ବାଧ୍ୟତାମୂଳକ ଏବଂ ମାଗଣା ଶିକ୍ଷା ପାଇଁ ବ୍ୟବସ୍ଥା କରିବା। ଏହା ବ୍ୟତୀତ ଅନ୍ୟ ସର୍ତ୍ତ ରଖି ସେ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ହାତ ଧରିବାରେ ଆମର କୌଣସି ଅସୁବିଧା ନାହିଁ ଯଦି ବିଜେପି ଆମ ସର୍ତ୍ତ ପୂରଣ କରିବା ପାଇଁ ରାଜି ହୁଏ। ରାଜନୀତିରେ ସମ୍ଭାବନା ସୃଷ୍ଚି ହେବା ଜାରି ରହିଥାଏ। ଆମର ସମସ୍ୟା ସହିତ ଆସୁଥିବା ଦଳକୁ ଆମେ ସମର୍ଥନ କରିବୁ।
Also Read: UP Election 2022: ଜାଣନ୍ତୁ କିଏ ହେବ BJP ମେଣ୍ଟ ସହଯୋଗୀ
ଏହା ସହିତ ଏସବିଏସପି ସଭାପତି ଆହୁରି ମଧ୍ୟ କହିଛନ୍ତି ସାମାଜିକ ନ୍ୟାୟ କମିଟିର ରିପୋର୍ଟ ନେଇ ଆମେ ବିଜେପି ପାଖକୁ ଯାଇଥିଲୁ ହେଲେ ବିଜେପି ଆମ କଥା ଶୁଣିଲା ନାହିଁ। ଯଦି ବିଜେପି ଏହାକୁ ବର୍ତ୍ତମାନ ଗ୍ରହଣ କରେ ତାହେଲେ ଆମେ ସେମାନଙ୍କ ସହ ଯାଇପାରିବୁ। ଏହା ବ୍ୟତୀତ ଯଦି ବିଜେପି ରାଜ୍ୟରେ ମଦ ନିଷେଧ, ପୋଲିସ୍ ଫୋର୍ସକୁ ସାପ୍ତାହିକ ଛୁଟି ଦେବା ଏବଂ ହୋମଗାର୍ଡଙ୍କୁ ପୋଲିସ୍ ଭଳି ସୁବିଧା ଦେବାକୁ ସହମତ ହୁଏ ତାହେଲେ ଆମେ ବିଜେପି ସହ ଗଠବନ୍ଧନ କରିବୁ।
ପୋଲିସ୍ କର୍ମଚାରୀଙ୍କ ଲାଗି ସୀମା ଶେଷ କରିବା, ସେମାନଙ୍କୁ ସେମାନଙ୍କ ନିଜ ନିଯୁକ୍ତ ଦେବାରେ କୋହଳ କରିବା, ପୋଲିସ୍ ଡ୍ୟୁଟି ସମୟକୁ ୮ ଘଣ୍ଟା କରିବା, ସାପ୍ତାହିକ ଛୁଟି, ପୁରୁଣା ପେନସନର ପୁନଃରୁଦ୍ଧାର, , PRD ତଥା ହୋମଗାର୍ଡଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି ସେ।
Also Read: UP Election 2022: ଖାତା ଖୋଲିବାକୁ ସକ୍ଷମ ହେବେକି Shiv Sena?
ଓମପ୍ରକାଶ ରାଜଭାର କହିଛନ୍ତି ଆସନ୍ତା ୨୭ ତାରିଖରେ ରାଜ୍ୟର ମଉ ଜିଲ୍ଲାର ହଳଧରପୁରରେ ଏକ ପଞ୍ଚାୟତ ଆୟୋଜନ କରିବା ସହିତ ଆମେ ଭାଗିଦାରୀ ସଙ୍କଳ୍ପ ମୋର୍ଚ୍ଚା (Bhagidari Sankalp Morcha) ବିଏସଏମ ମେଣ୍ଟ (BSM Alliance) ଗଠନ ବିଷୟରେ ମଧ୍ୟ ଘୋଷଣା କରିବୁ। ଆମେ ଉଠାଉଥିବା ପ୍ରସଙ୍ଗରେ ଯଦି ଯେକୌଣସି ଦଳ ଆମକୁ ସମର୍ଥନ କରେ ତାହେଲେ ଆମେ ମଧ୍ୟ ତାକୁ ସମର୍ଥନ କରିବୁ। ଏହି ବୈଠକରେ ଏଆଇଏମଆଇଏମ ମୁଖିଆ ଆସାଦୁଦ୍ଦିନ ଓୱେସି ଏବଂ ଏଏସପି ପାର୍ଟି ଚନ୍ଦ୍ରଶେଖର ଆଜାଦଙ୍କ ସମେତ ଏହି ମେଣ୍ଟରେ ସାମିଲ ଥିବା ଅନ୍ୟ ଦଳର ନେତା ମଧ୍ୟ ମଉ ଠାରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତରେ ଯୋଗ ଦେବେ।
Also Read: UP Election 2022: ଅଯୋଧ୍ୟାକୁ ଫୈଜାବାଦ ଲେଖିବାକୁ ନେଇ ବିବାଦରେ ଏଆଇଏମଆଇଏମ ସୁପ୍ରିମୋ
ବିଏସଏମ ମେଣ୍ଟରେ ସାମିଲ ଥିବା ଦଳ ହେଉଛନ୍ତି ଓମପ୍ରକାଶ ରାଜଭରଙ୍କ ନେତୃତ୍ୱାଧି୍ନ ଏସବିଏସପି, ବାବୁ ସିଂହ କୁଶୱାହାଙ୍କ (Babu Singh Kushwaha) ନେତୃତ୍ୱାଧିନ ଜନ ଅଧିକାର ପାର୍ଟି (Jan Adhikar Party), ବାବୁ ରାମପାଲଙ୍କ (Babu Rampal) ନେତୃତ୍ୱାଧିନ ରାଷ୍ଟ୍ରୀୟ ଉଦୟ ପାର୍ଟି (Rashtra Uday Party), ପ୍ରେମଚନ୍ଦ୍ର ପ୍ରଜାପତିଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଉପେକ୍ଷିତ ସମାଜ ପାର୍ଟି (Rashtriya Upekshit Samaj Party), ଜନତା କ୍ରାନ୍ତି ପାର୍ଟି (Jan Kranti Party), ରାମକରଣ କଶ୍ୟପଙ୍କ (Ramkaran Kashyap) ନେତୃତ୍ୱାଧିନ ଭାରତୀୟ ବଞ୍ଚିତ ସମାଜ ପାର୍ଟି (Bharatiya Vanchit Samaj Party), ରାମଧାନୀ ବିନ୍ଦଙ୍କ (Ramdhani Bind) ନେତୃତ୍ୱାଧିନ ଭାରତୀୟ ମାନବ ସମାଜ ପାର୍ଟି, ଚନ୍ଦ୍ରଶେଖର ଆଜାଦ ରାବଣଙ୍କ (Chandrashekhar Azad Ravan) ନେତୃତ୍ୱାଧିନ ଆଜାଦ ସମାଜ ପାର୍ଟି (Azad Samaj Party) ଏବଂ କ୍ରୀଷ୍ଣା ପଟେଲଙ୍କ (Krishna Patel) ଅପନା ଦଳ (Apna Dal) ଏବଂ ଆସାଦୁଦ୍ଦିନ ଓୱେସିଙ୍କ (Asaduddin Owaisi) ନେତୃତ୍ୱାଧିନ ଏଆଇଏମଆଇଏମ (AIMIM)।