ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେବିଜେପି କେଉଁ ଦଳ ସହ ମେଣ୍ଟ କରିବ ସେ ନେଇ ଦଳ ପକ୍ଷରୁ ହୋଇଛି ଘୋଷଣା।
Trending Photos
ଲକ୍ଷ୍ନୌ: ଦିନକୁ ଦିନ ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨। ଗୋଟିଏ ପଟେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଲେ ଅନ୍ୟପଟେ ମେଣ୍ଟ ଗଠନ କରିବାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି ଆଲୋଚନା। ଶାସକ ଠାରୁ ଆରମ୍ଭ କରି ବିରୋଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ୟ ଦଳ ହେବାକୁ ସାମ୍ଭାବ୍ୟ ମେଣ୍ଟ ଗଠନ ବାବଦରେ ଜାରି ରଖିଛନ୍ତି ବିଚାରବିମର୍ଶ।
ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି (BJP) କେଉଁ ଦଳ ସହ ମେଣ୍ଟ କରିବ ସେ ନେଇ ଦଳ ପକ୍ଷରୁ କରାଯାଇଛି ଘୋଷଣା। ଆଗାମୀ ନିର୍ବାଚନରେ ଦଳ ନିଷାଦ ପାର୍ଟି (Nishad Party) ସହ ମେଣ୍ଟ କରାଯିବା ନେଇ ଦଳ ପକ୍ଷରୁ ଦିଆଯାଇଛି ଇସାରା। ମେଣ୍ଟ ଗଠନ କରିବାକୁ ନେଇ ଅନ୍ୟ ଛୋଟ ଛୋଟ ଦଳ ସହ କଥାବାର୍ତ୍ତା ଜାରି ରଖିଛି ବିଜେପି।
ଆଗାମୀ ନିର୍ବାଚନ ପାଇଁ ଶାସକ ଦଳ ବିଜେପି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି କିପରି ରହିଛି ତାହାର ସ୍ଥିତି ତଦାରଖ କରିବା ପାଇଁ ଗତ ସପ୍ତାହରେ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଆସିଥିଲେ ଦଳୀୟ ନିର୍ବାଚନ ପ୍ରଭାରୀ (UP BJP Election In-Charge) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ (Union Minister Dharmendra Pradhan)। ଏହି ଗସ୍ତ ଅବସରରେ ସେ ନିଷାଦ ପାର୍ଟି ମୁଖ୍ୟ ଡ.ସଞ୍ଜୟ ନିଷାଦଙ୍କ (Dr Sanjay Nishad) ସହ କରିଥିଲେ ମାରାଥନ ବୈଠକ। ଏହି ବୈଠକରେ ମେଣ୍ଟ କରିବା ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ହୋଇଥିଲା ଆଲୋଚନା।
Also Read: ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏହି ନେତାଙ୍କୁ ବିଧାନ ପରିଷଦ ପଠାଇଲା BJP
ବୈଠକ ପରେ ବିଜେପି ସହଯୋଗୀ ନିଷାଦ ପାର୍ଟି ସହ ନିର୍ବାଚନ ମେଣ୍ଟ ଗଠନ କରିବ ବୋଲି ଘୋଷଣା କରିଥିଲେ ଦଳୀୟ ନିର୍ବାଚନ ପ୍ରଭାରୀ। ଯଦିଓ ଗତ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ମେଣ୍ଟ ଗଠନ ହୋଇସାରିଛି। ଏହା ସହିତ ଅପନା ଦଳ (Apna Dal) ସହ ମେଣ୍ଟ ଗଠନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଗତ ୨୦୧୪ ଲୋକସଭା ନିର୍ବାଚନ (Lok Sabha Election 2014) ଏବଂ ୨୦୧୭ ଉତ୍ତର ପ୍ରବେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2017) ଅପନା ଦଳ-ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା।
ଏହି ଘୋଷଣା ହେବାର କିଛି ମାସ ପୂର୍ବରୁ ବିଜେପି ଏବଂ ଏହାର ସହଯୋଗୀ ନିଷାଦ ପାର୍ଟି ମଧ୍ୟରେ ଦୂରତା ବଢିବାରେ ଲାଗିଥିଲା। ଏହି କାରଣରୁ ଦିଲ୍ଲୀ ଯାତ୍ରା କରି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କୁ ବାରମ୍ବାର ଭେଟିଥିଲେ ନିଷାଦ ପାର୍ଟି ମୁଖ୍ୟ ଡ.ସଞ୍ଜୟ ନିଷାଦ। ସହଯୋଗୀ ଦଳ ପାଖରୁ ବିଭିନ୍ନ ରାଜନୈତିକ ପଦପଦବୀ ମାଗି ଚର୍ଚ୍ଚାରେ ରହିଥିଲେ ସେ। କେତେବେଳେ ରାଜ୍ୟସଭା ସାଂସଦ ପଦ ଅନ୍ୟ କେତେବେଳେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ମାଗୁଥିଲେ। ତାଙ୍କ ପୁଅ ପ୍ରବୀଣ ନିଷାଦ (Praveen Nishad)ଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Election 2019) ରାଜ୍ୟର ସନ୍ଥକବୀର ନଗର ସଂସଦୀୟ କ୍ଷେତ୍ରରୁ (Sant Kabir Nagar Lok Sabha) ବିଜେପି ପ୍ରାର୍ଥୀ ନିର୍ବାଚନ ଲଢି ସଂସଦକୁ ନିର୍ବାଚିତ ହୋଇଥିଲା।
Also Read: UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା
ଦିଲ୍ଲୀ ଠାରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଡ.ସଞ୍ଜୟ ନିଷାଦଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ ଉଭୟ ଦଳ ମଧ୍ୟରେ ରହିଥିବା ଦୂରତା ହ୍ରାସ ପାଇଥିଲା। ଉତ୍ତର ପ୍ରଦେଶର ମୋଟ ଜନସଂଖ୍ୟାର ୪ ପ୍ରତିଶତ ଲୋକ ହେଉଛନ୍ତି ନିଷାଦ ସମ୍ପ୍ରଦାୟର (Nishad Community)। ରାଜ୍ୟର ମୋଟ ୪୦୩ ବିଧାନସଭା ଆସନରୁ ୧୬୦ ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ନିଷାଦ ଭୋଟ (Nishad Vote)।