ପୁଣି ଥରେ ନୂଆ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ନିଜେ ନେଇଥିବା ବିଭିନ୍ନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବୁଲଡୋଜର ବାବା ।
ଲକ୍ଷ୍ନୌ: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ନିଜେ ନେଇଥିବା ବିଭିନ୍ନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବୁଲଡୋଜର ବାବା ଭାବେ ଜଣାଶୁଣା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଣିକି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଅଧ ଘଣ୍ଟା ମଧ୍ୟାନ୍ନ ଭୋଜନ ବିରତି ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର।
ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଥିବା ବୈଠକକୁ ସମ୍ବୋଧିତ କରିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ତାଙ୍କୁ ରାଜ୍ୟର ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଲମ୍ବା ମଧ୍ୟାନ୍ନ ଭୋଜନ ବିରତିକୁ ନେଇ ଅନେକ ଅଭିଯୋଗ ମିଳିଛି। ଏଣିକି ମଧ୍ୟାନ୍ନ ଭୋଜନ ବିରତି ଯେପରି ଅଧଘଣ୍ଟାରୁ ଅଧିକ ନ ହୁଏ ତାହା ସୁନିଶ୍ଚିତ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଜଣାଇଲେ ବିଟ୍ରିଶ ସରକାର; ପତ୍ର ଲେଖି କହିଲେ ଏକଥା
ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାନ୍ନ ୧ଟା ୩୦ ମିନିଟରେ ମଧ୍ୟାହ୍ନ ଭୋଜନ ବିରତି ନେବା ସହ ଅପରାହ୍ନ ସାଢେ ୩ଟାରୁ ୪ଟା ବେଳେ କାମକୁ ଫେରିବା ଏକ ସାଧାରଣ କଥା ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଉଥିବା ବରିଷ୍ଠ ଅଧିକାରୀ ମଧ୍ୟ ୩ ଘଣ୍ଟା ପର୍ଯ୍ୟନ୍ତ ବିରତି ନେଇଥାନ୍ତି।