Bulldozer: କେତେ ଆଗକୁ ବଢିଛି ବୁଲଡୋଜର? କେତେ ଜିଲ୍ଲାରେ କରିଛି କାର୍ଯ୍ୟାନୁଷ୍ଠାନ?
Advertisement
Article Detail0/zeeodisha/odisha1135372

Bulldozer: କେତେ ଆଗକୁ ବଢିଛି ବୁଲଡୋଜର? କେତେ ଜିଲ୍ଲାରେ କରିଛି କାର୍ଯ୍ୟାନୁଷ୍ଠାନ?

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ ସ୍ଥାନରେ ବୁଲଡୋଜର ଦ୍ୱାରା ବେଆଇନ ସମ୍ପତ୍ତି ଭଙ୍ଗାଯାଇଛି।

Bulldozer: କେତେ ଆଗକୁ ବଢିଛି ବୁଲଡୋଜର? କେତେ ଜିଲ୍ଲାରେ କରିଛି କାର୍ଯ୍ୟାନୁଷ୍ଠାନ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ଗୁଣ୍ଡା, ମାଫିଆ, ଅପରାଧିଙ୍କ ବିରୋଧରେ ଆରମ୍ଭ ହୋଇଛି ବୁଲଡୋଜର ଅଭିଯାନ। ରାଜ୍ୟରେ ପୁଣି ଥରେ ​​ବିଜେପି ସରକାର ଗଠିତ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ ସ୍ଥାନରେ ବୁଲଡୋଜର ଦ୍ୱାରା ବେଆଇନ ସମ୍ପତ୍ତି ଭଙ୍ଗାଯାଇଛି। ପ୍ରଶାସନ ପକ୍ଷରୁ ଜାରି ରହିଥିବା ବୁଲଡୋଜର ଅଭିଯାନ କାରଣରୁ ମାଫିଆଙ୍କ ମଧ୍ୟରେ ଭୟ ବୃଦ୍ଧି ପାଇଛି।

ପ୍ରଶାସନିକ ସୂତ୍ର ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜିଆବାଦ, ଶାମଲି, ଜୌନପୁର, ଦେୱବନ୍ଦ, ବାହରାଇଚ, ପ୍ରୟାଗରାଜ, ଦେୱରିୟା, ନୋଏଡା, ଆମରୋହା ପ୍ରଭୃତି ସ୍ଥାନରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଉପରେ ଚାଲିସାରିଛି ଯୋଗୀ ବାବାଙ୍କ ବୁଲଡୋଜର। ରାଜ୍ୟର ଗୋଟିଏ ସ୍ଥାନରେ ପ୍ରାୟ ୭୦୮୪ ହଜାର ବର୍ଗ ମିଟର ଜମିରୁ ବେଆଇନ ଭାବେ ଦଖଲ କରି ସେଠାରେ ନିର୍ମାଣ କରାଯାଇଥିବା ଏକ ଘରକୁ ଭାଙ୍ଗିସାରିଛି ପ୍ରଶାସନ।

ସେହିପରି ରାଜ୍ୟର ଶାମଲି ଜିଲ୍ଲାର କୈରାନା ଅଞ୍ଚଳରେ ନିର୍ମିତ ହୋଇଥିବା ଅନେକ ଅବୈଧ ନିର୍ମାଣକୁ ବୁଲଡ଼ୋଜର ଲଗାଇ ଭାଙ୍ଗିସାରିଛି ପ୍ରଶାସନ। ସେହିପରି ଗୌତମବୁଦ୍ଧ ଜିଲ୍ଲାର ନୋଏଡ଼ା ସେକ୍ଟର-୬୩ ସ୍ଥିତି ବହଲୋଲପୁର ଗ୍ରାମର ଲୋକଙ୍କ ଅଭିଯୋଗ କ୍ରମେ ସେଠାରେ ଥିବା ଏକ ମାଂସ ଦୋକାନ ଉପରେ ବୁଲଡୋଜର ଲଗାଇ ମାଟିରେ ମିଶାଇ ସାରିଛି ପ୍ରଶାସନ। 

Also Read: ଘାରିଲା ବୁଲଡୋଜର ଭୟ: ୨ ଘଣ୍ଟା ମଧ୍ୟରେ ଥାନାରେ ଆତ୍ମସମର୍ପଣ କଲା ଦୁଷ୍କର୍ମ ଅଭିଯୁକ୍ତ

 ଅନ୍ୟପଟେ ଜୌନପୁର ଜିଲ୍ଲାରେ ଅବସ୍ଥିତ ଏକ ସୁନା ଦୋକାନ ଉପରେ ଚଢି ଯାଇଛି ବୁଲଡୋଜୋର। ଏହି ଜିଲ୍ଲାର ଖମପୁର ଗ୍ରାମରେ ମଧ୍ୟ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଢାଉଛି ପ୍ରଶାସନ। ଯେଉଁମାନେ ବେଆଇନ ଭାବେ ସରକାରୀ ଜମି ଦଖଲ କରିଥିଲେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ବାହରାଇଚ ଜିଲ୍ଲାରେ ମଧ୍ୟ ପ୍ରଶାସନ ବେଆଇନ ନିର୍ମାଣ ଉପରେ  ବୁଲଡୋଜର ଚଳାଇଛି। କୋର୍ଟ ଆଦେଶ ପରେ ପ୍ରଶାସନ ଭୂମିରେ ବେଆଇନ ଭାବେ ନିର୍ମିତ ଅଧାରୁ ଅଧିକ ଘର ଭାଙ୍ଗି ଦେଇଛି।

ଅମରୋହା ଜିଲ୍ଲାରେ ପ୍ରଶାସନର ଆଭିମୁଖ୍ୟ ବେଶ କଠୋର ରହିଛି। ବେଆଇନ ନିର୍ମାଣ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲାର ପନୱାରୀ ପୋଖରୀକୁ ମାଫିଆଙ୍କ ବେଆଇନ ଦଖଲରୁ ମୁକ୍ତ କରିବା ପାଇଁ ବୁଲଡୋଜର ବ୍ୟବହାର କରିଛି ସ୍ଥାନୀୟ ପ୍ରଶାସନ। ଦେୱରିୟା ଜିଲ୍ଲାର ସାଲେମପୁର ଥାନା ପରିସରରେ ପୋଲିସ ବୁଲଡୋଜର ଲଗାଇ ୧୫ ହଜାର ଲିଟର ମଦ ନଷ୍ଟ କରିଛି।

ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସୁଥିବା ବୁଲଡୋଜର ଏବେ ବିବାଦ ଘେରକୁ ଚାଲିଯାଇଛି। ରାଜ୍ୟର ଗୌତମବୁଦ୍ଧ ନଗର ଜିଲ୍ଲାର ମୁଖ୍ୟାଳୟ ନୋଏଡ଼ା ଠାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଏଠାର ଆଖୁ ରସ ବିକ୍ରି କରୁଥିବା ଜଣେ ବ୍ୟକ୍ତି ଆଖୁ ପେଡା ମେସିନ ବୁଲଡୋଜର ଲଗାଇ ଉଠାଇ ନେଇଥିଲେ ନୋଏଡ଼ା କର୍ତ୍ତୃପକ୍ଷ। ଏହି ଘଟଣାରେ ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଥିଲେ। 

Also Read: ପୁଣି ଥରେ ଆକ୍ସନ ମୋଡ଼କୁ ଆସିଲା ବାବାଙ୍କ ବୁଲଡୋଜର; ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟାର

ଏପରି କାମକୁ ଲୋକଙ୍କ ପକ୍ଷରୁ ସମାଲୋଚନା କରାଯିବା ପରେ ନୋଏଡ଼ା କର୍ତ୍ତୃପକ୍ଷ ଆଖୁ ରସ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ମେସିନ ଫେରାଇ ଦେଇଥିଲେ। ବ୍ୟବସାୟ କରିବା ଲାଗି ତାଙ୍କୁ ସେକ୍ଟର-୫୦ ସ୍ଥିତ ଭେଣ୍ଡିଂ ଜୋନ ଠାରେ ତାଙ୍କୁ ଜାଗା ଦିଆଯାଇଛି। ଏ ଘଟଣାରେ ପ୍ରତିକ୍ରିୟା ରଖି ନୋଏଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ମାର୍ଚ୍ଚ ୨୩ ତାରିଖରେ ଡିଏସସି ରୋଡ ସ୍ଥିତ ଅଣ-ଭେଣ୍ଡିଂ ଜୋନ୍ ଠାରେ ବେଆଇନ ଭାବେ ଆଖୁ ରସ ବିକ୍ରି କରୁଥିବା ସତୀଶ ଗୁର୍ଜର ନାମକ ଜଣେ ବ୍ୟବସାୟୀଙ୍କ ଆଖୁ ପେଡା ମେସିନକୁ ଜବତ କରାଯାଇଥିଲା। ଭାଇରଲା ଭିଡ଼ିଓ ମାଧ୍ୟମରେ ନିଜ ଭୁଲ ସ୍ୱୀକାର କରି ସେ କହିଥିଲେ ମୋ ପାଖରେ କୌଣସି ଲାଇସେନ୍ସ ନଥିଲା। ମୁଁ ଦାଦ୍ରି ଠାରେ ଆଖୁ ପେଡା ମେସିନ ରଖିଥିଲି। ନୋଏଡା କର୍ତ୍ତୃପକ୍ଷଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ମୁଁ ଏହାକୁ ହଟାଇ ନଥିଲି। ଯେଉଁ କାରଣରୁ ନୋଏଡା କର୍ତ୍ତୃପକ୍ଷ ମୋ ମେସିନ ନେଇଯାଇଥିଲେ। ହୋଲେ ପରେ ମୋତେ ସେମାନେ ମୋ ମେସିନ ମୋତେ ଫେରାଇ ଦେଇଥିଲେ।