UP Govt to Farmer: ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ କମ ବର୍ଷା ହୋଇଥିବାରୁ ରାଜ୍ୟରେ ମରୁଡ଼ି ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଚାଷୀଙ୍କୁ ଏକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ୭୫ ଜିଲ୍ଲାର ମରୁଡ଼ି ସ୍ଥିତିର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଯୋଗୀ (Uttar Pradesh Chief Minister Yogi Adityanath) ରାଜ୍ୟରେ ମରୁଡ଼ି ସର୍ଭେ (Uttar Pradesh Drought Survey) କରିବା ପାଇଁ ସମସ୍ତ ୭୫ ଜିଲ୍ଲା (District of Uttar Pradesh) ପାଇଁ ୭୫ ଟିମ୍ ଗଠନ କରିଛନ୍ତି।  ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ (UP Drought Affected Area) ଗସ୍ତ କରି ସେଠାରେ ସର୍ଭେ କରିବା ସହ ଏହାର ରିପୋର୍ଟ (UP Drought Report) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସରକାରଙ୍କୁ (Uttar Pradesh Govt) ଏହି ରିପୋର୍ଟ ଉପଲବ୍ଧ କରାଇବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୭ ଦିନର ସମୟ ଦିଆଯାଇଛି।  ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସର୍ଭେ କରିବା ପରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ପାଖରେ ମରୁଡ଼ି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହେବ।


ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ମରୁଡ଼ି ସର୍ଭେ କରିବାରେ ଅବହେଳା ପ୍ରଦର୍ଶନ କଲେ କିମ୍ବା ଅଧିକ ବିଳମ୍ବ ପାଇଁ କେବଳ ଜିଲ୍ଲାପାଳ ଉତ୍ତରଦାୟୀ ହେବେ। ଉତ୍ତର ପ୍ରଦେଶର ୬୨ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମରୁଡ଼ି ପ୍ରଭାବିତ ଜିଲ୍ଲାରେ (Uttar Pradesh Drought Affected District) ଭଡା ସ୍ଥଗିତ ରହିବ। ଏହି ଅଞ୍ଚଳରେ ଟ୍ୟୁବୱେଲ ବିଲ୍ ସଂଗ୍ରହକୁ ମଧ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯଦି ଜଣେ କୃଷକ ବିଲ୍ ପୈଠ କରିନାହାଁନ୍ତି, ତାହେଲେ  ଟ୍ୟୁବୱେଲ ସଂଯୋଗ ମଧ୍ୟ କଟାଯିବ ନାହିଁ।


ମରୁଡ଼ି ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ଡାଲି, ତୈଳବୀଜ ଏବଂ ପନିପରିବା ବିହନ ଯୋଗାଇବା ପାଇଁ  ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜ୍ୟର ଜଳସେଚନ ବିଭାଗ ଜଳସେଚନ ପାଇଁ କେନାଲରେ ଜଳ ଉପଲବ୍ଧତାକୁ ନିଶ୍ଚିତ କରିବ। ଗ୍ରାମାଞ୍ଚଳରେ ବିଜୁଳି ଯୋଗାଣ ବୃଦ୍ଧି କରିବାକୁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ମରୁଡ଼ି ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇ ପାରିବ। 


Also Read:  Uttar Pradesh: ମଦ୍ରାସା ପରେ ଆଉ ଏକ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ


ମରୁଡ଼ି ପୂ୍ର୍ବରୁ ରାଜ୍ୟରେ ରହିଥିବା ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମାଦ୍ରାସାର ମୌଳିକ ସ୍ଥିତି ବାବଦରେ ଯାଞ୍ଚ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏହା ବ୍ୟତୀତ ଅନୁଦାନ ପ୍ରାପ୍ତ ମଦ୍ରାସାର ସହାୟକ ଶିକ୍ଷକ ଏବଂ ମହିଳାଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ। ସର୍ଭେ ସମୟରେ ମଦ୍ରାସା ନାମ, ଏହାକୁ ପରିଚାଳନା କରୁଥିବା ସଂସ୍ଥାର ନାମ, ମଦ୍ରାସା ନିଜସ୍ୱ ଗୃହ ନା ଭଡ଼ାଘରେ ଚାଲୁଛି,  ଏଠାରେ ପଢୁଥିବା ଛାତ୍ରଙ୍କ ସଂଖ୍ୟା ପାନୀୟ ଜଳ ବ୍ୟବସ୍ଥା, ଆସବାବପତ୍ର, ବିଦ୍ୟୁତ୍ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଶିକ୍ଷକ ସଂଖ୍ୟା, ମଦ୍ରାସାରେ କାର୍ଯ୍ୟକାରୀ ହେଉଥିବା ପାଠ୍ୟକ୍ରମ, ମଦ୍ରାସାର ଆୟ ଉତ୍ସ ଏବଂ ମଦ୍ରାସା ସହ ଅଣସରକାରୀ ସଙ୍ଗଠନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ସମୁଦାୟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟରେ ବିଗତ ୬ ବର୍ଷ ଧରି ଅନୁଦାନ ତାଲିକାରେ ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।