Second Yogi Govt: ଜୁଲାଇ ୪ ତାରିଖ ସୋମବାର ଦ୍ୱିତୀୟ ପାଳି ସରକାରରେ ୧୦୦ ଦିନ ପୂରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଗତ ୧୦୦ ଦିନ ମଧ୍ୟରେ ତାଙ୍କ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର ଗଣନା କରିଥିଲେ। ସଦ୍ୟ ରାଜ୍ୟର ​​ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେପି ବିଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏନେଇ ସେ କହିଛନ୍ତି ରାଜ୍ୟରେ ବିଗତ ୧୦୦ ଦିନ ମଧ୍ୟରେ ଗରିବ ଲୋକଙ୍କ ପାଇଁ୧ ଲକ୍ଷ ୮ ହଜାର ୨୦୦ ଘର ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪୪ ଲକ୍ଷ ଘର ନିର୍ମାଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଅକ୍ଲାନ୍ତ ପରିଶ୍ରମ ସହିତ ନୂତନ ଉତ୍ତର ପ୍ରଦେଶ ନିର୍ମାଣ ହେଉଛି। ସାଧାରଣ ଜନ ଜୀବନକୁ ସହଜ କରିବାକୁ ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାର ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ମନ୍ତ୍ର ସହିତ ଆଗକୁ ବଢୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଜିତିଥିବା ଆଜମଗଡ ଏବଂ ରାମପୁର ଆସନରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ବିଜେପି ବାଜିମାତ କରିଛି। ଉତ୍ତର ପ୍ରଦେଶ ରାଜନୀତିରେ ଏହା ପ୍ରଥମ ଥର ହୋଇଥିଲା ଯେତେବେଳେ ଗୋଟିଏ ସରକାର ସମ୍ପୂର୍ଣ୍ଣ ଭାବେ ଏହାର ୫ ବର୍ଷର କାର୍ଯ୍ୟକାଳ ପୂରଣ କରି ସଂଖ୍ୟାଗରିଷ୍ଠତାର ସହ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିଥିଲା। ଆମେ ଯାହା ପ୍ରତିଶୃତି ଦେଇଥିଲୁ ତାହା ପାଳନ କରିଥିଲୁ।


ରାଜ୍ୟର ଯୁବପିଢିଙ୍କୁ ଉଦ୍ୟୋଗୀ କରିବା ପାଇଁ ୧ ଲକ୍ଷ ୯୦ ହଜାର ଉଦ୍ୟୋଗୀଙ୍କୁ ୧୬ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏହା ବ୍ୟତୀତ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଉତ୍ତରପ୍ରଦେଶ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ୫ ନୂତନ ଏକ୍ସପ୍ରେସୱେ ରହିଛି।


ଜନସଂଖ୍ୟା ଦୃଷ୍ଟିରୁ ଉତ୍ତର ପ୍ରଦେଶ ହେଉଛି ଦେଶର ସବୁଠାରୁ ବଡ ରାଜ୍ୟ ଏବଂ ଏହା ଦେଶକୁ ଆଗକୁ ନେଇପାରିବ। ଆମ ସରକାର ଜନତାଙ୍କ କାରଣରୁ ସଫଳ ହୋଇଛି। କାରଣ ୧୮ ଜଣ ମନ୍ତ୍ରୀ ପ୍ରତ୍ୟେକ କମିଶନରେଟ କ୍ଷେତ୍ରରେ ୭୩ ଘଣ୍ଟା ପାଇଁ ଏକ ଶିବିର ଆୟୋଜନ କରି ଜନତା ଚୌପାଲ ଆୟୋଜନ କରିବା ସହ ବିକାଶ କାର୍ଯ୍ୟର ମୂଲ୍ୟାଙ୍କନ କରିଥିଲେ। ଶିବିର ଆୟୋଜନ ବେଳେ ମନ୍ତ୍ରୀ ରାଜ୍ୟର ବିଭିନ୍ନ ବ୍ଲକ ଗ୍ରାମ ପରିଦର୍ଶନ କରିଥିଲେ।


Also Read: ୩୦ ଦିନରେ ୪୦ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ବୁଲଡ଼ୋଜର ବାବା