ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରସୋରରେ ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନେତା। ନିର୍ବାଚନ ସମୟରେ ରାଜନେତାଙ୍କ ଦ୍ୱାରା କରଯାଉଥିବା ନେଇ ବୟାନବାଜିକୁ ନେଇ ବିଭିନ୍ନ ସମୟରେ ସରଗରମ ହୋଇଉଠୁଛି ଉତ୍ତର ପ୍ରଦେଶ ରାଜନୀତି।


COMMERCIAL BREAK
SCROLL TO CONTINUE READING

ସଦ୍ୟ ଏଭଳି କାରାନାମା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bhartiya Samaj Party) ଏସବିଏସପି ସଭାପତି (SBSP President) ଓମ ପ୍ରକାଶ ରାଜଭାର (Om Prakash Rajbhar)। ସଦ୍ୟ ସେ ରଖିଥିବା ବୟାନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି।


ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ବିରୋଧରେ ଗୁରୁତର ଅଭିଯୋଗ ଆଣି ଓମ୍ ପ୍ରକାଶ ରାଜଭାର କହିଛନ୍ତି, "ମୋତେ ମୁଖ୍ୟମନ୍ତ୍ରୀ ଯୋଗୀ ମାରିବାକୁ ଚାହୁଁଛନ୍ତି। ସେ ମୋର ହତ୍ୟା କରିବାକୁ ଚାହୁଁଛନ୍ତି।" 


Also Read: ମୋତେ ହତ୍ୟା କରିପାରେ ବିଜେପି; ମିଥ୍ୟା ମାମଲାରେ ଫସାଇବାକୁ ହେଉଛି ଷଡ଼ଯନ୍ତ୍ର: OP Rajbhar


ଏକ ଭିଡିଓ ଦେଖାଇ କହିଛନ୍ତି ଯେ ବନାରସ ଠାରେ ତାଙ୍କ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ ଯୋଗୀ ଆଦିତ୍ୟନାଥଙ୍କ ଗୁଣ୍ଡ ତାଙ୍କୁ ଘେରି ରହିଥିଲେ। ସେମାନେ ତାଙ୍କ କଲର ଧରି ପକାଇବା ସହ ତାଙ୍କୁ ମାଡ ମାରିଥିଲେ। ଏପରିକି ତାଙ୍କୁ ଗୁଳି ମାରି ଦେବା କଥା କହିଥିଲେ।



ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣି ଏସବିଏସପି ସଭାପତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଚାହୁଁଛନ୍ତି। ତାଙ୍କର ଗୁଣ୍ଡା ବନାରସ ଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ କେତେକ କଳା ରଙ୍ଗର କୋଟ ପିନ୍ଧିଥିବା ବେଳେ ଅନ୍ୟ କେତେକ ବାହାରୁ ଆସିଥିଲେ। ଲୋକଙ୍କୁ ଡିଏମ ଏବଂ କମିଶନରଙ୍କ ନିର୍ଦ୍ଦେଶରେ ଲୋକଙ୍କୁ ଅଣାଯାଇଥିଲା। ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯାହା ଅନୁଯାୟୀ ନାମାଙ୍କନ କକ୍ଷରେ କେବଳ ୩ ଜଣ ବ୍ୟକ୍ତି ରହିବା ଆବଶ୍ୟକ। ସେମାନେ ହେଉଛନ୍ତି ପ୍ରାର୍ଥୀ, ପ୍ରସ୍ତାବକ ଏବଂ ଓକିଲ। ଯେତେବେଳେ କେବଳ ୩ ଜଣ ଲୋକ ଯାଇପାରିବେ ସେତେବେଳେ ଶହ ଶହ ଲୋକ କିପରି ସେଠାରେ ପହଞ୍ଚିଲେ?


ନିର୍ବାଚନ ଆୟୋଗ ମୋତେ ସୁରକ୍ଷା ପ୍ରଦାନ କରନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ଯୋଗୀ ମୋର ହତ୍ୟା କରିପାରନ୍ତି। ମୁଁ ଚେତାଇ ଦେବାକୁ ଚାହୁଁଛି ଯେ ଦଳିତ, ଗରିବ, ପଛୁଆବର୍ଗଙ୍କ ଏହି ଲଢେଇ ବନ୍ଦ ହେବ ନାହିଁ। ମୁଁ ମୋ ପରି ହଜାରେ ଓପି ରାଜଭାର ଉତ୍ପାଦନ କରିସାରିଛି। ଯଦି କେହି ଗୋଟିଏ ଓପି ରାଜଭାରକୁ ହତ୍ୟା କର ତାହେଲେ ଏକ ହଜାର ଓପି ରାଜଭାର ସାମ୍ନାକୁ ଆସିଯିବେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି ଆରକ୍ଷଣ ଶେଷ କରି ଦେଇପାରେ।


Also Read: ଚର୍ଚ୍ଚାରେ SBSP ଅଧ୍ୟକ୍ଷ OP Rajbhar; ମଦ୍ୟପାନ ଉପରେ ରଖିଲେ ଏପରି ବୟାନ


ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଓପି ରାଜଭାରଙ୍କ ଏହି ବିବୃତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଉଛି।