ଯାତ୍ରା ବେଳେ ଅଚାନକ କାରକେଡ଼ ଅଟକାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ
ଯାତ୍ରା ବେଳେ ଅଚାନକ କାରକେଡ଼ ଅଟକାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
ଲକ୍ଷ୍ନୌ: ରାସ୍ତାରେ ଫସି ରହିଥିବା ଏକ ଆମ୍ବୁଲାନ୍ସକୁ ଯିବା ପାଇଁ ନିଜ ଗାଡ଼ି ଅଟକାଇ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସାଧାରଣ ଯାତାୟତ କାରଣରୁ ଏହି ଆମ୍ବୁଲାନ୍ସ ରାସ୍ତାରେ ଅଟକି ରହିଥିଲା। କାରଣ ଯେଉଁଠାରେ ଏହି ଆମ୍ବୁଲାନ୍ସ ଅଟକି ଥିଲା ସେହି ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଯାତ୍ରା କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ କନଭୟ ସୁରକ୍ଷିତ କରିବା ପାଇଁ ସେହି ରାସ୍ତାରେ ଗାଡି଼ ଚଳାଚଳକୁ ନିୟନ୍ତ୍ରଣ କରାଯାଇଥିଲା।
ଏନେଇ ପ୍ରତିକ୍ରିୟା ରଖି ଟ୍ରାଫିକ ପୋଲିସ ଡେପୁଟି କମିଶନର ସୁଭାଷ ଚନ୍ଦ୍ର ଶାକ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କନଭୟ ହଜରତଗଞ୍ଜ ଠାରୁ ବନ୍ଦରିଆ ବାଗ ପର୍ଯ୍ୟନ୍ତ ଯିବାର ଥିଲା। ସାମାନ୍ୟ ପ୍ରକ୍ରିୟା ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କନଭୟ ଯେଉଁ ରାସ୍ତାରେ ସେହି ମାର୍ଗରେ ଯାତାୟତକୁ ବନ୍ଦ କରାଯାଇଥିଲା।
ରାଜଭବନସ୍ଥିତ ଟ୍ରାଫିକ ଠାରେ ଏକ ଆମ୍ବୁଲାନ୍ସ ଅଟକି ରହିଥିବାର ଦେଖିବା ପରେ ନିଜ କନଭୟ କୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଅଟକାଇବା ପାଇଁ ସୁରକ୍ଷାକର୍ମୀକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଏହା ପରେ ଆମ୍ବୁଲାନ୍ସକୁ ରାସ୍ତାର ଅନ୍ୟ ପାର୍ଶ୍ୱରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ସେ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରଂଶସା କରାଯାଇଛି।
Also Read: କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ
ଟ୍ରାଫିକ କାରଣରୁ ରାସ୍ତାରେ ଅଟକି ରହିଥିବା ଆମ୍ବୁଲାନ୍ସକୁ ଯିବା ପାଇଁ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ମାନବିକତାର ପରିଚୟ ଦେଇଥିବା କହିଛନ୍ତି ମଡିୟାଁୱ ଭାସ୍କର ସିଂହ। ଏହା ହୁଏତ କାହାର ଜୀବନ ରକ୍ଷା କରିଥାଇପାରେ।