ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ନିର୍ବାଚନ ଲାଗି ଆୟୋଜିତ ହେଉଥିବା ଦଳୀୟ ରାଲି ଅଥବା ସଭା ସମିତିକୁ ସମ୍ବୋଧନ କରିବା ବେଳେ ସୀମା ଟପିଯାଉଛନ୍ତି ବିଭିନ୍ନ ଦଳର ନେତା। ସେମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଉଥିବା ଭାଷଣକୁ ନେଇ ସୃଷ୍ଟି ହେଉଛି ବିବାଦ। ସଦ୍ୟ ରାଜ୍ୟରେ ରାଜ୍ୟର ପ୍ରୟାଗ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ।    


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସମାଜବାଦୀ ପାର୍ଟି (Samajwadi Party) ହାତ ଛାଡି଼ ବିଜେପି (BJP) ହାତ ଧରିଥିବା ପୂର୍ବତନ ବିଧାୟକ ରାମସେବକ ପଟେଲ (Ramsevak Patel)। ସଦ୍ୟ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିର୍ବାଚନ ଜିତିବା ପାଇଁ ତାଙ୍କ ସମର୍ଥକଙ୍କ ଦଙ୍ଗା କିମ୍ବା ହିଂସାକାଣ୍ଡ କରିବାକୁ ତାଙ୍କ ସମର୍ଥକଙ୍କୁ କହୁଛନ୍ତି।  


Also Read: UP Election 2022: BJP ବିଧାୟକଙ୍କୁ ମହଙ୍ଗା ପଡି଼ଲା ନିର୍ବାଚନ ପ୍ରଚାର


ପ୍ରୟାଗରାଜ ଠାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଲାଗି ରାଲି କରିବା ଅବସରରେ ପୂର୍ବତନ ବିଧାୟକ ରାମସେବକ ପଟେଲ କହିଛନ୍ତି ଯେ ନିର୍ବାଚନ ଜିତିବା ପାଇଁ ଯଦି ଦଙ୍ଗା ହୋଇଯାଏ ତାହେଲେ କିଛି ଫରକ ପଡ଼ିବ ନାହିଁ। ଫେବୃଆରୀ ୨୭ ତାରିଖରେ ଏଠାରେ ହେବାକୁ ଥିବା ମତଦାନ ପୂର୍ବରୁ ପୂର୍ବତନ ବିଧାୟକ ତାଙ୍କ ସମର୍ଥକଙ୍କୁ ଯେକୌଣସି ସୀମା ଅତିକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ ପୂର୍ବତନ ବିଧାୟକ ରାମସେବକ ପଟେଲ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମାଣ୍ଡା ଥାନାରେ ମାମଲା ଦାଏର କରିଛି ପୋଲିସ।  


Also Read: ଦଳର ସଭାପତିଙ୍କୁ ବେଇମାନ କହି ଗୁରୁତର ଅଭିଯୋଗ ଆଣିଲେ BJP ବିଧାୟକ


ମାଣ୍ଡା ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀ ନୀଲମ କରୱରିଆଙ୍କ ସମର୍ଥନରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ବେଳେ ପୂର୍ବତନ ବିଧାୟକଙ୍କ ଏପରି ଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସଭା ମଞ୍ଚରେ ଭାଷଣ ଦେବା ବେଳେ ସେ କହିଥିଲେ ଯେ ଯଦି ଯେ ଦଙ୍ଗା କରିବାକୁ ପଡୁଛି ତାହା କର ହେଲେ କୌଣସି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଜିତାଅ। ତାଙ୍କର ଏହି ଭିଡିଓ ମେଜା ବିଧାନସଭା ଆସନରୁ ଆସିଛି। ଏହି ବୈଠକରେ ସେ କହିଛନ୍ତି ଯେ ସମସ୍ତ ପରିସ୍ଥିତିରେ ନିର୍ବାଚନ ଜିତିବାକୁ ହେବ। ପ୍ରତ୍ୟେକ ବୁଥ ଜିତିବା ପାଇଁ ତୁମକୁ ଯାହା କରିବାକୁ ହେବ ତାହା ତୁମକୁ କରିବାକୁ ପଡିବ। ଯଦି ନିର୍ବାଚନ ଜିତିବାକୁ ଦଙ୍ଗା କରିବାକୁ ପଡୁଛି କିମ୍ବା ଗୋଇଠା ଜୋତ ମାରିବାକୁ ପଡୁଛି ଅଥବା ଟଙ୍କା ମଦ ବାଣ୍ଟିବାକୁ ପଡୁଛି ହେଲେ କର ହେଲେ ଯେ କୌଣସି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଜିତାଅ। ନିର୍ବାଚନ ଜିତିବାକୁ ହେଲେ ଶକ୍ତି ପ୍ରଦର୍ଶନ କରିବାକୁ କିମ୍ବା ସବୁକିଛି କରିବାକୁ ପଡିବ। ସଭା ମଞ୍ଚରୁ ସେ ଲୋକଙ୍କୁ ଉସକାଇବା ଭଳି କାମ ଏକ ନିର୍ଦ୍ଦିଷ୍ଟ ଜାତି ବିରୋଧରେ ବିବାଦୀୟ ବୟାନ ମଧ୍ୟ ଦେଇଥିଲେ।