ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଟିକେଟ୍ ବଣ୍ଟନ ବାବଦରେ ଆଲୋଚନା କରୁଥିବାବେଳେ ଦଳୀୟ ଟିକେଟ ପାଇବାକୁ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଦଳର ନେତା। ଏହି ସମୟରେ ଉତ୍ତର ପ୍ରଦେଶ ପୋଲିସ ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଯାହାକୁ ଶୁଣିଲେ ଉଡି଼ଯିବ ଆପଣଙ୍କ ହୋସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। 
 
କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ଟିକେଟ ପାଇବାକୁ ବିଭିନ୍ନ ଉପାୟରେ ପ୍ରୟାସ କରିଥାନ୍ତି ରାଜନେତା। ହେଲେ କେବେ ଶୁଣିଛନ୍ତି କି ଟିକେଟ୍ ପାଇବା ପାଇଁ କୌଣସି ନିଜକୁ ଗୁଳି ଚଳାଇଥିବାର? ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତ୍ରୀ ନିଜ ଉପରକୁ ଗୁଳି ଚଳାଇଛନ୍ତି। ଏ ଘଟଣାରେ ପୋଲିସ ସମ୍ପୃକ୍ତ ନେତ୍ରୀଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି।      


COMMERCIAL BREAK
SCROLL TO CONTINUE READING

Also Read: ପ୍ରିୟଙ୍କା ଗାନ୍ଧୀ କହିଲେ...ସେ ପର୍ଯ୍ୟନ୍ତ ଚାଲିବ ଧର୍ମ ରାଜନୀତି!


ଏନେଇ ମିଳିଥିବା ଖବର ଅନୁସାରେ ଗତ ୩ ତାରିଖରେ କଂଗ୍ରେସ ନେତ୍ରୀ ରୀତା ଯାଦବଙ୍କ ଠାରୁ ପୋଲିସ ଖବର ପାଇଥିଲା ଯେ ଅଜ୍ଞାତ ବାଇକ ଚାଳକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ତାଙ୍କ ଗୋଡରେ ଗୁଳି ବାଜିଥିଲା। ଗୁଳି ମାଡ଼ରେ ଆହତ ହୋଇଥିବା ନେତ୍ରୀଙ୍କୁ ଚିକିତ୍ସା ପାଇଁ ସୁଲତାନପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।


Also Read: UP Elections 2022 କୁ Priyanka Gandhi ଙ୍କ ବଡ ଘୋଷଣା


ଏହି ଘଟଣାରେ କରାଯାଇଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀ ହେବା ଏବଂ ରାଜନୈତିକ ସ୍ଥିତି ବଢାଇବା ପାଇଁ ରୀତା ଯାଦବ ଏହି ଷଡଯନ୍ତ୍ର କରିଛନ୍ତି। ଏହି ଘଟଣାର ପର୍ଦ୍ଦାଫାଶ କରି ପୋଲିସ କହିଛି ଧର୍ମେନ୍ଦ୍ର ଯାଦବ ଏବଂ ମହମ୍ମଦ ମୁସ୍ତାକିମ ନାମକ ୨ ଯୁବକଙ୍କ ସହ ରୀତା ଯାଦବ ପୁରା ଘଟଣାର ଯୋଜନା କରିଥିଲେ ଏବଂ ଗୁଳି ମାଡରେ ଗୁଳି ତାଙ୍କ ଗୋଡରେ ବାଜିଥିଲା।


Also Read: ରାଜସ୍ଥାନ ବେକାରୀଙ୍କ ଧାରଣା ଜାରି; ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ କଲେ ଦଣ୍ଡବତ ପ୍ରଣାମ


ବର୍ତ୍ତମାନ ଏ ଘଟଣାରେ ପୋଲିସ ରୀତା ଯାଦବଙ୍କ ସହ ଧର୍ମେନ୍ଦ୍ର ଯାଦବ ଏବଂ ମହମ୍ମଦ ମୁସ୍ତାକିମଙ୍କୁ ଗିରଫ କରିବା ଗୁଳି ମାଡ଼ରେ ବ୍ୟବହୃତ ହତିଆର ମଧ୍ୟ ଜବତ କରିଛି। ଏ ହେଉଛନ୍ତି ସେହି ରୀତା ଯାଦବ ଯିଏ ଗତ ବର୍ଷ ୧୬ ନଭେମ୍ବରରେ ସୁଲତାନପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଳା ପତାକା ଦେଖାଇ ଗିରଫ ହୋଇଇଥିଲେ।