UP Polls 2022: ଲକ୍ଷ୍ନୌ କ୍ୟାଣ୍ଟ ଆସନ ପାଇଁ ବିଜେପିର କେତେ ପ୍ରତ୍ୟାଶୀ?
ବର୍ତ୍ତମାନ ଚର୍ଚ୍ଚାର ପରିସରରେ ରହିଛି ରାଜ୍ୟର ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନ।
ଲକ୍ଷ୍ନୌ: ସରଗରମ ହୋଇଉଠୁଛି ଉତ୍ତର ପ୍ରଦେଳରଲ ନିର୍ବାଚନୀ ମାହୋଲ। ଦଳ ଡିଆଁଙ୍କ ଶବ୍ଦ ବାଣ ସାଙ୍ଗକୁ ଶାସକ ଓ ବିରୋଧିଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ତା'ସହିତ ତାଳ ଦେଇ ସୋସିଆଲ ମିଡିଆରେ ଜବାବ ସୁଆଲ ଢଙ୍ଗରେ ଜାରି ହେଉଛି ଦଳୀୟ ଭିଡି଼ଓ ଗୀତ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି କେଉଁ ଦଳର ପ୍ରାର୍ଥୀ କେଉଁ ଆସନରୁ ନିର୍ବାଚନ ଲଢିବେ।
ଏହି କ୍ରମରେ ଚର୍ଚ୍ଚାର ପରିସରକୁ ଆସିଛି ରାଜ୍ୟର ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନ। ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ପକ୍ଷରୁ କିଏ ନିର୍ବାଚନ ଲଢିବେ ତାହା ସ୍ଥିର ହୋଇନଥିବା ବେଳେ ଶାସକ ବିଜେପିରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକାଧିକ ପ୍ରାର୍ଥୀ ପ୍ରସ୍ତୁତ ଅଛନ୍ତି। ଏମିତିକି କେତେ ଜଣ ନିଜର ଦାବି ଜାହିର କରି ଦଳୀୟ ନେତୃତକୁ ପ୍ରଭାବିତ କରିବାକୁ ପ୍ରୟାସ କରିଛନ୍ତି।
ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବୁଧବାର (୧୯ ଜାନୁଆରୀ) ବିଜେପିରେ ଯୋଗଦାନ କରିବା ପରେ ଏହି ଆସନ ପାଇଁ ସେ ଆଉ ଜଣେ ନେତ୍ରୀଙ୍କ ନାମର ଖୁଲାସା ହୋଇଛି। କାରଣ ପୂର୍ବରୁ କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ବରିଷ୍ଠ ନେତ୍ରୀ ରୀତ ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀଙ୍କୁ ଟିକେଟ ଦେବାକୁ ବିଜେପି ନେତୃବୃନ୍ଦଙ୍କ ନିକଟରେ ଦାବି କରିଛନ୍ତି।
Also Read: ଅଯୋଧ୍ୟା-କାଶୀ ପରେ ମଥୁରା ପାଳି! ମନ୍ତ୍ରୀ କହିଲେ ନିର୍ମାଣ ହେବ ଭବ୍ୟ କୃଷ୍ଣ ମନ୍ଦିର
ଅନ୍ୟପକ୍ଷରେ ଦେଖିବାକୁ ଗଲେ ୧୯୮୯ ପର ଠାରୁ ବିଜେପି ଗଡ଼ ରହିଆସିଛି ଏହି ଆସନ। ଅର୍ଥାତ ଏଠାରୁ କୌଣସି ଦଳ ସମ୍ମୁଖ ଯୁଦ୍ଧରେ ବିଜେପିକୁ ପରାଜିତ କରିପାରିନାହାଁନ୍ତି। କିନ୍ତୁ ୨୦୧୨ (କଂଗ୍ରେସ ଟିକେଟରେ ବିଜୟୀନି) ଏବଂ ୨୦୧୭ (ବିଜେପି ଟିକେଟରେ ବିଜୟୀନି) ନିର୍ବାଚନରେ ରୀତା ବହୁଗୁଣା ଯୋଶୀ ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଏହି ନିର୍ବାଚନମଣ୍ଡଳୀରେ ତାଙ୍କର ଦବଦବା ରହିଛି ଓ ନିଜ ପୁଅ ଅର୍ଥାତ ମୟଙ୍କଙ୍କୁ ଟିକେଟ ମିଳିଲେ ସେ ରାଜନୀତିରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କର କହିବା କଥା ତାଙ୍କ ଉପରକୁ ପରିବାରବାଦର ଆକ୍ଷେପ ଆସିବା ପୂର୍ବରୁ ସେ ରାଜନୀତି ଛାଡ଼ିବାକୁ ଚାହାଁନ୍ତି।
ହେଲେ ଚଳିତ ଥର ସମାଜବାଦୀ ପାର୍ଟି ପକ୍ଷରୁ ଅପର୍ଣ୍ଣାଙ୍କୁ ମନୋନୀତ ସିଟ୍ ରୁ ନିର୍ବାଚନ ଲଢିବାକୁ ସଂଙ୍କେତ ନମିଳିବାରୁ ସେ ବିଜେପି ହାତ ଧରିଥିବା କୁହାଯାଉଛି। ଗତ ୨୦୧୭ ନିର୍ବାଚନରେ ଅପର୍ଣ୍ଣା ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ପଦ୍ମ ଧରିବାକୁ ଅପର୍ଣ୍ଣାଙ୍କର ଯେଉଁ ଇଚ୍ଛା ରହିଥିଲା ତାହାର କାରଣ କିଛି ଅଲଗା ଥିଲା।
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କୁ ଦଳୀୟ ଚିକେଟ ନ ମିଳିବା ପରେ ଦଳ ପ୍ରତି ଏକରକମ ବିମୁଖ ହୋଇଥିବା ଅପର୍ଣ୍ଣା ଯାଦବ (ପ୍ରତୀକଙ୍କ ପତ୍ନୀ) ଗତ ୨୦୧୭ ବିଧାନସଭା ନିର୍ବାଚନ ପର ଠାରୁ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଥିଲେ। ଏପରିକି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପର୍ଣ୍ଣାଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଗୋଶାଳା ପରିଦର୍ଶନ କରିଥିଲେ। ଯାହାର ଭିଡି଼ଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
Also Read: UP Election 2022: ନିର୍ବାଚନୀ ପ୍ରଚାର ଗୀତରେ ନିର୍ବାଚନ ଲଢୁଛନ୍ତି ରାଜନୈତିକ ଦଳ
ଅନ୍ୟପକ୍ଷରେ ଲକ୍ଷ୍ନୌ ମହାନଗର ନିଗମର ମେୟର ସଂଯୁକ୍ତା ଭାଟିଆ ନିଜ ବୋହୂ ରେଶୁ ଭାଟିଆଙ୍କୁ ବିଜେପି ଟିକେଟରେ ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଶେଷରେ ଦଳର ପୁରୁଖା ନେତା ମହେନ୍ଦ୍ର ସିଂହ ମଧ୍ୟ ମଧ୍ୟ ଏହି ସିଟ୍ ପାଇଁ ନିଜର ଦାବି ଦୋହରାଇଛନ୍ତି। କେବଳ ସେ ନୁହଁନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମେୟର ଡ.ଦୀନେଶ ଶର୍ମା, ରାଜ୍ୟ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଏବଂ ଦଳର ବର୍ତ୍ତମାନର ବିଧାୟକ ସୁରେଶ ତିୱାରୀ ମଧ୍ୟ ଏଥର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।
Also Read: UP Election 2022: BJP କୁ ଟାର୍ଗେଟ କରି Akhilesh Yadav ଙ୍କୁ ଏହି ପରାମର୍ଶ ଦେଲା Shiv Sena
ମୋଟ ୩ ଲକ୍ଷ ୬୫ ମତଦାତା ରହିଥିବା ଲକ୍ଷ୍ନୌ କ୍ୟାଣ୍ଟ ଆସନରେ ପ୍ରାୟ ୧.୫ ଲକ୍ଷ ମତଦାତା ହେଉଛନ୍ତି ବ୍ରାହ୍ମଣ ସମ୍ପ୍ରଦାୟର। ଯାହା ମୋଟ ମତାଦାତାଙ୍କ ସଂଖ୍ୟାର ୪୫ ପ୍ରତିଶତ। ସବୁ ନିର୍ବାଚନରେ ବ୍ରାହ୍ମଣ ସମ୍ପ୍ରଦାୟ ବିଜେପିକୁ ଭୋଟ ଦେଇ ଆସିଛନ୍ତି।। ଏହି କାରଣରୁ ଡ.ଦୀନେଶ ଶର୍ମା, ବ୍ରଜେଶ ପାଠକ, ସୁରେଶ ତିୱାରୀ ଏବଂ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ କହିବାକୁ ଗଲେ ଏହି ଆସନ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ପାଇଁ "ଏକ ଅନାର ଶୌ ଦାବିଦାର" ଭଳି ପରିସ୍ଥିତି ସୃଷ୍ଟି କରିଛି।