UP Election 2022: BJP କୁ ଟାର୍ଗେଟ କରି Akhilesh Yadav ଙ୍କୁ ଏହି ପରାମର୍ଶ ଦେଲା Shiv Sena
Advertisement

UP Election 2022: BJP କୁ ଟାର୍ଗେଟ କରି Akhilesh Yadav ଙ୍କୁ ଏହି ପରାମର୍ଶ ଦେଲା Shiv Sena

ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ଦଳ  ବିଜେପି ଅନ୍ୟ କୌଣସି ଦଳ ସହ ମେଣ୍ଟ ନକରି ରାଜ୍ୟର ପ୍ରାୟ ୫୦-୧୦୦ ଆସନରେ ନିର୍ବାଚନ ଲଢିବ। 

UP Election 2022: BJP କୁ ଟାର୍ଗେଟ କରି Akhilesh Yadav ଙ୍କୁ ଏହି ପରାମର୍ଶ ଦେଲା Shiv Sena

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପୂର୍ବତନ ସହଯୋଗୀ ବିଜେପିକୁ ଟାର୍ଗେଟ କରିବା ସହ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଏକ ପରାମର୍ଶ ଦେଇଛି ଶିବସେନା। ବିହାର, ପଶ୍ଚିମବଙ୍ଗ ପରେ ଏବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଶିବ ସେନା।  

ଦଳୀୟ ମୁଖପତ୍ର 'ସାମନା' ଜରିଆରେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ପରାମର୍ଶ ଦେଇ ଶିବସେନା ପକ୍ଷରୁ କୁହାଯାଇଛି ଏହି ନିର୍ବାଚନ ସବୁ ଦିଗରୁ ବିଚାର କରି ଦଳୀୟ ରଣନୀତି ପ୍ରସ୍ତୁତ କର। କଳା ଧନ, ଘୋଡା ଗାଡି଼, ସୋସିଆଲ ମିଡିଆ କ୍ଷେତ୍ରରେ ବିଜେପି ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହି ଲୋକ ବିରୋଧିଙ୍କ ଅର୍ଥନୈତିକ ଏବଂ ଅନ୍ୟାନ୍ୟ ମାର୍ଗ ବନ୍ଦ କରିବାରେ ପାରଦର୍ଶୀ। ତଥାପି ବିଜେପି ଭଳି ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ନେତା ବିଦାୟ ନେଉଛନ୍ତି।

ଅଖିଳେଶ ଯାଦବଙ୍କୁ ପରାମର୍ଶ ଦେଇ ଶିବସେନା ପକ୍ଷରୁ କୁହାଯାଇଛି ଯଦି ସମାଜବାଦୀ ପାର୍ଟି ସୁପ୍ରିମୋ ବୁଝି ବିଚାରୀ ପଦକ୍ଷେପ ଗ୍ରହଣ କରନ୍ତି ତାହେଲେ ଅଯୋଧ୍ୟାରେ ରାମ ଏବଂ ମଥୁରାର କୃଷ୍ଣ ବିଜେପି ଦଲର ନକଲି ହିନ୍ଦୁତ୍ୱ ପାଇଁ ସହାୟକ ହେବ ନାହିଁ। ଏଭଳି ସମୟ ବିଜେପି ଲାଗି କାହିଁକି ଆସିଛି ସେ ବାବଦରେ ଚିନ୍ତା କରିବାର ସମୟ ଅତିବାହିତ ହୋଇଛି। ଗୋଆ, ମଣିପୁର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆକର୍ଷଣୀୟ ହେବ। ଆମେ ଜିତିବୁ ଆମ ଆଗରେ କୌଣସି ଚ୍ୟାଲେଞ୍ଜ ନାହିଁ। ହେଲେ ଏଭଳି କଥା ଯେତେ କହିଲେ ମଧ୍ୟ ପ୍ରତ୍ୟେକ ରାଜ୍ୟରେ ବିଜେପି ସଂଘର୍ଷ କରୁଛି।

Also Read: Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି

ନିକଟରେ ଉତ୍ତର ପ୍ରଦେଶର ଗସ୍ତରେ ଆସିଥିବା ଶିବସେନା ନେତା ସଞ୍ଜୟ ରାଉତ ଗତ ସପ୍ତାହରେ ଭାରତୀୟ କୃଷକ ସଂଘର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକୈତଙ୍କୁ ମୁଜାଫରନଗର ଜିଲ୍ଲାସ୍ଥିତ ତାଙ୍କ ଘରେ ଭେଟି ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ।

ଏହି ବୈଠକ ସମ୍ପର୍କରେ ମତ ରଖି ଶିବସେନା ନେତା କହିଥିଲେ କେନ୍ଦ୍ରୀୟ କୃଷି ଆଇନକୁ ହଟାଇବା ଦାବିରେ ରାକେଶ ଟିକୈତ ପ୍ରାୟ ବର୍ଷେ କାଳ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିଲେ। ସେ କୃଷକଙ୍କ ପାଇଁ ଲଢେଇ କରି ଏଭଳି ଯୁଦ୍ଧରେ ଜିତିଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଦେବାକୁ ଆସିଛି। 

Also Read: ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା

ଆମର ଲଢେଇ ବିଜେପି ସହ ରହିଛି। ଶିବସେନା ହେଉଛି ସାଧାରଣ ଲୋକଙ୍କ ଦଳ। ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ଦଳ  ବିଜେପି ଅନ୍ୟ କୌଣସି ଦଳ ସହ ମେଣ୍ଟ ନକରି ରାଜ୍ୟର ପ୍ରାୟ ୫୦-୧୦୦ ଆସନରେ ନିର୍ବାଚନ ଲଢିବ। ଆମକୁ କୌଣସି କୃଷକ ସଙ୍ଗଠନ ପକ୍ଷରୁ ମିଳିନାହିଁ ହେଲେ ଆମେ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ ତାଙ୍କ ପାଖକୁ ଆସିଛୁ। କୃଷକଙ୍କ ଲଢେଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। କୃଷକଙ୍କ ସହଯୋଗ ବିନା ଦେଶର ରାଜନୀତି ଚାଲିପାରିବ ନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ ତାହା କୃଷକ ସ୍ଥିର କରିବେ।