ଅଯୋଧ୍ୟା-କାଶୀ ପରେ ମଥୁରା ପାଳି! ମନ୍ତ୍ରୀ କହିଲେ ନିର୍ମାଣ ହେବ ଭବ୍ୟ କୃଷ୍ଣ ମନ୍ଦିର
Advertisement
Article Detail0/zeeodisha/odisha1074184

ଅଯୋଧ୍ୟା-କାଶୀ ପରେ ମଥୁରା ପାଳି! ମନ୍ତ୍ରୀ କହିଲେ ନିର୍ମାଣ ହେବ ଭବ୍ୟ କୃଷ୍ଣ ମନ୍ଦିର

ରାଜ୍ୟରେ କ୍ଷମତାସୀନ ଶାସକ ଦଳ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱକାର୍ଡ ଖେଳିଛି।

ଅଯୋଧ୍ୟା-କାଶୀ ପରେ ମଥୁରା ପାଳି! ମନ୍ତ୍ରୀ କହିଲେ ନିର୍ମାଣ ହେବ ଭବ୍ୟ କୃଷ୍ଣ ମନ୍ଦିର

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଜନ ସମର୍ଥନ ହାତେଇବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଉତ୍ତର ପ୍ରଦେଶ ରାଜନୀତିରେ ଉଚ୍ଚଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମତଦାତାଙ୍କ ମିଳିତ ସମୀକରଣ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥାଏ। ଏହି ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ଦଳର ବିଜୟର ଜାତିଗତ ସମୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏହା ମଧ୍ୟରେ ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱକାର୍ଡ ଖେଳିଛି। ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଦଳ ବ୍ରାହ୍ମଣ ଚେହେରା ବ୍ରଜେଶ ପାଠକ (Brajesh Pathak) ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ମଥୁରା ଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମହାନ ମନ୍ଦିର ନିର୍ମାଣ ହେବା ଆବଶ୍ୟକ। ଏହା ହେଉଛି ଆମର ସବୁଠୁ ବଡ଼ ଲକ୍ଷ୍ୟ। 

Also Read: ଅଯୋଧ୍ୟା-କାଶୀ ପରେ ମଥୁରା-ବୃନ୍ଦାବନ ପାଳି! ରାମ ପରେ ସରଗରମ ହୋଇଉଠିଲା କୃଷ୍ଣ ଜନ୍ମଭୂମି ମାମଲା

ଏନେଇ ସେ କହିଛନ୍ତି ଯେ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ହେଉଛି, ବାବା ବିଶ୍ୱନାଥଙ୍କ ଧାମ କାଶୀରେ ନିର୍ମିତ ହୋଇଛି ଏବଂ ବର୍ତ୍ତମାନ ମଥୁରା ଠାର ଏକ ବୃହତ୍ କୃଷ୍ଣ ମନ୍ଦିର ପାଇଁ ପ୍ରସ୍ତୁତି ଚାଲିଛି। ରାଜ୍ୟର ବ୍ରାହ୍ମଣ ସମ୍ପ୍ରଦାୟ ଆମ ସହିତ ଅଛନ୍ତି। ବ୍ରାହ୍ମଣଙ୍କ ଘର ହେଉଛି ବିଜେପି। ବ୍ରାହ୍ମଣ ଲୋକ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ସହିତ ନାହାଁନ୍ତି।

Also Read: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ମନ୍ତ୍ରୀ ପାଠକଙ୍କ ପୂର୍ବରୁ  ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) କହିଥିଲେ ଅଯୋଧ୍ୟା ଠାରେ ପ୍ରଭୁ ରାମଲାଲାଙ୍କ (Lord Ram) ଏକ ଭବ୍ୟ ମନ୍ଦିର (Ayodhya Ram Mandir) ନିର୍ମାଣ ହେଉଥିବାରୁ ଏହାକୁ ନେଇ ଖୁସି ଅଛନ୍ତି ଭକ୍ତ। ଯେପରି ଆମେ ଆନ୍ଦୋଳନ ସମୟରେ ନାରା ଦେଇଥିଲୁ ଯେ ଅଯୋଧ୍ୟା (Ayodhya) ଆମର ହୋଇସାରିଛି ଏବେ କାଶୀ-ମଥୁରା (Kashi-Mathura) ପାଳି ପଡି଼ଛି। ଉଭୟ କାଶୀ ଏବଂ ମଥୁରା ହେଉଛି ଆମର। କାଶୀ ଠାରେ କରିଡର (Kashi Corridor) ନିର୍ମାଣ କରାଯାଇଛି। ବର୍ତ୍ତମାନ କୃଷ୍ଣ ଜନ୍ମଭୂମି (Krishna Janmabhoomi) ପାଳିପଡି଼ଛି।