ଲକ୍ଷ୍ନୌ: ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଏହା ପୂର୍ବରୁ ସୋମବାର ରାଜଧାନୀ ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି। ଏହା ପରେ ଆସନ୍ତାକାଲି ଦିଲ୍ଲୀ ଠାରେ ହେବାକୁ  ଯାଉଥିବା ଦଳୀୟ ବୈଠକରେ ଟିକେଟ୍ ବଣ୍ଟନ ଉପରେ ମନ୍ଥନ କରାଯିବ। ଏନେଇ ଦଳର ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇଛି।


COMMERCIAL BREAK
SCROLL TO CONTINUE READING

ଏହି ବୈଠକରେ ଯୋଗ ଦେବା ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath), ୨ ଉପମୁଖ୍ୟମନ୍ତ୍ରୀ (UP Deputy CM) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya), ଡ.ଦୀନେଶ ଶର୍ମା (Dr.Dinesh Sharma),ରାଜ୍ୟ ବିଜେପି ଅଧ୍ୟକ୍ଷ (Uttar Pradesh BJP President) ସ୍ୱତନ୍ତ୍ର ଦେବ ସିଂହ (Swatantra Dev Singh), ଦଳର ରାଜ୍ୟ ଶାଖା ସଙ୍ଗଠନ ମହାମନ୍ତ୍ରୀ ସୁନୀଲ ବଂଶଲ ପ୍ରମୁଖଙ୍କୁ ଦିଲ୍ଲୀ ଡକାଯାଇଛି। ଏହି ସମସ୍ତ ବିଜେପି ନେତା ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଟିକେଟ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିବେ। ହେଲେ ଏହା ପୂର୍ବରୁ ସୋମବାର ରାଜଧାନୀ ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ବିଜେପି (Uttar Pradesh BJP) ପକ୍ଷରୁ ହେବାକୁ ଯାଉଥିବା ନିର୍ବାଚନୀ ବୈଠକ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି।   


Also Read: Assembly Election 2022: ଜନ ବିଶ୍ୱାସ ଯାତ୍ରା ଆରମ୍ଭ କଲା UP BJP


ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ଦଳୀୟ ନିର୍ଦ୍ଦେଶାବଳୀକୁ ଦଳ ସ୍ୱାଗତ କରିବା ସହ ଏହାର ପାଳନ କରିବ। ନିର୍ବାଚନରେ ଜନ ଜନାର୍ଦ୍ଦନ ସ୍ୱତଃପ୍ରବୃତ୍ତ ଭାବେ ଅଂଶଗ୍ରହଣ କରନ୍ତୁ। ନିର୍ବାଚନ ରାଲି ଉପରେ ନିର୍ବାଚନ ଆୟୋଗ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଦ୍ୱାରା ଯଦିଓ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ହେଲେ ଏହା ଦ୍ୱାରା କୌଣସି କ୍ଷତି ହେବାର ନାହିଁ।  


Also Read: Assembly Elections 2022: କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦେଲା BJP?


ନିର୍ବାଚନ ଲଢିବା ପାଇଁ ଦଳୀୟ ସଙ୍ଗଠନ ପ୍ରସ୍ତୁତ ରହିଛି। Virtua ମାଧ୍ୟମରେ ଦଳ ନିର୍ବାଚନ ଲଢିବା ଲାଗି ପ୍ରସ୍ତୁତ ହେଉଛି। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ଏବଂ ଦଳ ୩ ଶହରୁ ଅଧିକ ଆସନ ହାସଲ କରିବ। ଦଳର ବର୍ତ୍ତମାନର କୌଣସି ବିଧାୟକଙ୍କ ଟିକେଟ କାଟିବ ନାହିଁ ହେଲେ ଚଳିତ ନିର୍ବାଚନରେ କାହାକୁ ଟିକେଟ ମିଳିବ ସେ ନିଷ୍ପତ୍ତି ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ।