Assembly Election 2022: ଜନ ବିଶ୍ୱାସ ଯାତ୍ରା ଆରମ୍ଭ କଲା UP BJP
Advertisement
Article Detail0/zeeodisha/odisha1051917

Assembly Election 2022: ଜନ ବିଶ୍ୱାସ ଯାତ୍ରା ଆରମ୍ଭ କଲା UP BJP

ଗତ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ରଥଯାତ୍ରା ବାହାର କରି ଦଳ  ନାରା ଦେଇଥିଲା "ନା ଗୁଣ୍ଡରାଜ, ନା ଭ୍ରଷ୍ଟାଚାର, ଏଥର ବିଜେପି ସରକାର"। 

Assembly Election 2022: ଜନ ବିଶ୍ୱାସ ଯାତ୍ରା ଆରମ୍ଭ କଲା UP BJP

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବା ସହ ଦଳୀୟ ରଥଯାତ୍ରା ଆରମ୍ଭ କରିଛି ଉତ୍ତର ପ୍ରଦେଶ ବିଜେପି। ଏନେଇ ଦଳର ରାଜ୍ୟ ଶାଖା ସଭାପତି ସ୍ୱତନ୍ତ୍ର ଦେବ ସିଂହ ଶନିବାର ଦିନ କହିଥିଲେ ଯେ ଦଳ ଆଗାମୀ ନିର୍ବାଚନ ପାଇଁ ଜନ ବିଶ୍ୱାସ ଯାତ୍ରା ନାମରେ ୬ଟି ଦଳୀୟ ରଥଯାତ୍ରା ଆରମ୍ଭ ହେବ। ଯାହା ରବିବାର ରବିବାର ଠାରୁ ଆରମ୍ଭ ହୋଇଛି।

ଉତ୍ତର ପ୍ରଦେଶ ବିଜେପି (Uttar Pradesh BJP) ପକ୍ଷରୁ ଆରମ୍ଭ ହୋଇଥିବା ଜନ ବିଶ୍ୱାସ ଯାତ୍ରା ରାଜ୍ୟର ବିଜନୌର, ମଥୁରା, ଝାନ୍ସୀ, ଗାଜିପୁର, ଆମ୍ବେଦକର ନଗର ଏବଂ ବଲିଆ ପ୍ରଭୃତି ଜିଲ୍ଲାରୁ ଆରମ୍ଭ ହୋଇଯାଇଛି। ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ଦଳୀୟ ପ୍ରସ୍ତୁତିକୁ ଜୋରସୋରରେ ଜାରି ରଖିଛି ବିଜେପି। 

ଗତ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଆମେ ଦଳୀୟ ରଥଯାତ୍ରା ବାହାର କରି ନାରା ଦେଇଥିଲୁ "ନା ଗୁଣ୍ଡରାଜ, ନା ଭ୍ରଷ୍ଟାଚାର, ଏଥର ବିଜେପି ସରକାର"। ଆଉ ଏହାକୁ ଲୋକଙ୍କ ଆଶୀର୍ବାଦ ମିଳିବା ସହ ଆମ ଦଳ ସରକାର ଗଠନ କରିଥିଲା। ଆମ ପୂର୍ବରୁ ଶାସନ କରୁଥିବା ସମାଜବାଦୀ ପାର୍ଟି ସରକାରର ଗୁଣ୍ଡରାଜ ଏବଂ ଦୁର୍ନୀତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଜନସାଧାରଣ। ରାଜ୍ୟରେ ବର୍ତ୍ତମାନ ଗୁଣ୍ଡରାଜ କିମ୍ବା ଦୁର୍ନୀତି ନାହିଁ। ଏବେ ରାଜ୍ୟର ସମସ୍ତ ଅପରାଧି ଏବଂ ଗୁଣ୍ଡା ଭୟଭୀତ ଅଛନ୍ତି। ବର୍ତ୍ତମାନ ଦଳୀୟ ସଙ୍ଗଠନ ଏବଂ ସରକାର ସେମାନଙ୍କର ସଫଳତାକୁ ନେଇ ଜନତାଙ୍କ ନିକଟରେ ପହଞ୍ଚୁଛି। ଦଳର ଏଥର ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା ସହ ପୂର୍ଣ୍ଣ ବହୁମତରେ ରାଜ୍ୟରେ ପୁନର୍ବାର ସରକାର ଗଠନ କରିବ ବୋଲି ଥିବା କହିଛନ୍ତି ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ।

Also Read: Assembly Elections 2022: କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦେଲା BJP?

ଉତ୍ତର ପ୍ରଦେଶ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ରଥଯାତ୍ରା ପ୍ରଥମେ ରାଜ୍ୟର ଆମ୍ବେଦକର ନଗର, ଅଯୋଧ୍ୟା, ଗୋଣ୍ଡା, ବଳରାମପୁର, ସୀତାପୁର, ହରଦୋଇ, ଉନ୍ନାଓ, ରାୟବରେଲି, ବାରବାଙ୍କୀ ଜିଲ୍ଲା ଅତିକ୍ରମ ରାଜଧାନୀ ଲକ୍ଷ୍ନୌ ଠାରେ ଶେଷ ହେବ। ଏହି ଯାତ୍ରା ସହ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ କୌଶଳ କିଶୋର ରହିବେ। 

ଏହା ପରେ ଦ୍ୱିତୀୟ ରଥଯାତ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ମଥୁରା ଠାରୁ ଆରମ୍ଭ ହୋଇ ଆଲିଗଡ଼, ଏଟା, ମୈନପୁରୀ, ଆଗ୍ରା, ହାଥରସ, ଫିରୋଜାବାଦ, କାଂସଗଜ, ବଦାୟୁଁ, ଶାହଜହାଁପୁର, ପିଲିଭୀତ ହୋଇ ବରେଲି ଜିଲ୍ଲା ଠାରେ ଶେଷ ହେବ। ଏହି ଯାତ୍ରାରେ ଦଳର ୨ ଲୋକସଭା ସାଂସଦ ସନ୍ତୋଷ ଗଙ୍ଗୱାର ଏବଂ ରାଜବୀର ସିଂହ ଯୋଗଦେବେ। 

ତୃତୀୟ ରଥଯାତ୍ରା ଝାନ୍ସି ଠାରୁ ଆରମ୍ଭ ହୋଇ ଲଲିତପୁର, ମହୋବା, ଚିତ୍ରକୂଟ, ଫତେହପୁର, ହମୀରପୁର, ଜାଲୌନ, ଔରୈୟା, କାନପୁର ଦେହାତ, ଫର୍ରୁଖାବାଦ ଠାରେ ଶେଷ ହେବ। ଏହି ରଥଯାତ୍ରା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡ.ଦିନେଶ ଶର୍ମା, କେନ୍ଦ୍ରମନ୍ତ୍ରୀ ବି.ଏଲ ବର୍ମା ଏବଂ ନିରଞ୍ଜନ ଜ୍ୟୋତି ରହିବେ।   

ଚତୁର୍ଥ ଯାତ୍ରା ବିଜନୌର ଜିଲ୍ଲାର ବିଡୁର କୁଟି ଠାରୁ ଆରମ୍ଭ ହୋଇ ମୁଜାଫରନଗର, ସାହାରନପୁର, ବାଗପତ, ଶାମଲି, ଗାଜିଆବାଦ, ଗୌତମବୁଦ୍ଧ ନଗର, ବୁଲନ୍ଦ ସହର, ହାପୁଡ, ଆମରୋହା, ମୋରାଦାବାଦ, ସମ୍ଭଲ, ରାମପୁର ଜିଲ୍ଲା ପର୍ଯ୍ୟନ୍ତ ଚାଲିବ। ଏହି ପାଳି ଯାତ୍ରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବାଲ୍ୟାନ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରହିବେ। 

Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?

ପଞ୍ଚମ ଯାତ୍ର ବାଲିଆ ଠାରୁ ଆରମ୍ଭ ହୋଇ ମଉ, ଆଜମଗଡ଼, ଦେଓରିଆ, କୁଶୀନାଗର, ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ସନ୍ଥ କବୀର ନାଗର, ବସ୍ତି ପର୍ଯ୍ୟନ୍ତ ଯିବ। ଏହି ରଥଯାତ୍ରାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦଳୀୟ ସଭାପତି ସତନ୍ତ୍ର ଦେବ ସିଂହ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ବନ ମନ୍ତ୍ରୀ ଦାରା ସିଂ ଚୌହାନ ସାମିଲ ହେବେ।

ଷଷ୍ଠ ଯାତ୍ରା ଗାଜିପୁର ଠାରୁ ଆରମ୍ଭ ହୋଇ ଚନ୍ଦୌଲି, ସୋନଭଦ୍ରା, ମିର୍ଜାପୁର, ପ୍ରୟାଗରାଜ, କୌଶାମ୍ବୀ, ଭଦୋହି, ବାରାଣାସୀ, ଜୌନପୁର, ସୁଲତାନପୁର ଦେଇ ଆମେଠି ଠାରେ ଶେଷ ହେବ। ଯାହା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଉତ୍ତର ପ୍ରଦେଶ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଯୋଗଦେବେ।