Uttar Pradesh: ରାଜ୍ୟରେ ନିବେଶ ଲାଗି ମନ୍ତ୍ରୀଙ୍କୁ ବିଦେଶ ପଠାଇବେ ମୁଖ୍ୟମନ୍ତ୍ରୀ ଯୋଗୀ
Global Investor Summit in UP: ରାଜ୍ୟର ନିବେଶ ଅନୁକୂଳ ପରିବେଶକୁ ଦର୍ଶାଇ ଶିଳ୍ପ ଜଗତର ଲୋକଙ୍କୁ ଭେଟି ନିବେଶ ପାଇଁ ଆମନ୍ତ୍ରିତ କରାଯିବ।
Global Investor Summit in UP: ରାଜ୍ୟର ବିଶ୍ୱ ବ୍ରାଣ୍ଡିଂ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ ପ୍ରସ୍ତାବିତ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ପୂର୍ବରୁ ବିଦେଶ ଗସ୍ତ କରିବେ ଉତ୍ତର ପ୍ରଦେଶ ସରକାରଙ୍କ ସମସ୍ତ ମନ୍ତ୍ରୀ। ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବରେ ମନ୍ତ୍ରୀ ଦଳ ବିଭିନ୍ନ ଦେଶରେ ରୋଡ୍ ଶୋ ଆୟୋଜନ କରି ସେମାନେ ରାଜ୍ୟର ସମ୍ଭାବନା ବାବଦରେ ଅବଗତ କରାଇବେ।
ରାଜ୍ୟର ନିବେଶ ଅନୁକୂଳ ପରିବେଶକୁ ଦର୍ଶାଇ ଶିଳ୍ପ ଜଗତର ଲୋକଙ୍କୁ ଭେଟି ନିବେଶ ପାଇଁ ଆମନ୍ତ୍ରିତ କରାଯିବ। କେବଳ ଏତିକି ନୁହେଁ, ସେହି ଦେଶରେ ପ୍ରବାସୀ ଭାରତୀୟ ବିଶେଷକରି ଉତ୍ତର ପ୍ରଦେଶର ଲୋକଙ୍କ ସହିତ କଥାବାର୍ତ୍ତା କରି ରାଜ୍ୟର ପରିବର୍ତ୍ତିତ ପରିବେଶ ଏବଂ ରାଜ୍ୟର ଭବିଷ୍ୟତ କାର୍ଯ୍ୟ ଯୋଜନା ବାବଦରେ ଅବଗତ କରାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ମଧ୍ୟ ଗୋଟିଏ ଦେଶ ଗସ୍ତରେ ଯିବାର ସମ୍ଭାବନା ରହିଛି।
ମୁଖମନ୍ତ୍ରୀ ଯୋଗୀ ଗ୍ଲୋବାଲ୍ ଇନଭେଷ୍ଟର୍ ସମ୍ମିଳନୀକୁ ନୂତନ ଉତ୍ତର ପ୍ରଦେଶ ପାଇଁ ଏକ ବଡ଼ ସୁଯୋଗ ବୋଲି ବର୍ଣ୍ଣନା କରିଛନ୍ତି। ଏହା ଅଧିନରେ ମନ୍ତ୍ରୀଙ୍କୁ ବିଦେଶ ପଠାଯିବ। ବର୍ତ୍ତମାନର ଯୋଜନା ଅନୁଯାୟୀ ବିଦେଶ ଗସ୍ତରେ ଯିବାକୁ କ୍ୟାବିନେଟ ମନ୍ତ୍ରୀଙ୍କ ଦଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ଏବଂ ଅନ୍ୟଜଣେ ରାଷ୍ଟ୍ରମନ୍ତ୍ରୀ ରହିପାରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
ଉତ୍ତର ବୈଶ୍ୱିକ ନିବେଶକ ସମ୍ମିଳନୀ ପାଇଁ ପ୍ରଥମ ଦେଶ ଭାବେ ସିଙ୍ଗାପୁର ଆଗକୁ ଆସି ସହଭାଗୀ ହେବାକୁ ଇଚ୍ଛା ପ୍ରକାଶ କରିଛି। ଏହାପୂର୍ବରୁ ୨୦୧୮ ନିବେଶକ ସମ୍ମିଳନୀ ନେଦରଲ୍ୟାଣ୍ଡ, ଜାପାନ, ସ୍ଲୋଭାକିଆ, ଫିନଲ୍ୟାଣ୍ଡ, ଚେକ୍ ରିପବ୍ଲିକ୍, ମରିସସ୍, ଥାଇଲ୍ୟାଣ୍ଡ, ନେପାଳ, ବେଲଜିୟମ ଦେଶ ଅଂଶୀଦାର ହୋଇଛନ୍ତି। ଏହି ଦେଶ ସହ ବ୍ରିଟେନ, ଆମେରିକା, କାନାଡା, ୟୁଏଇ, ସ୍ୱୀଡେନ, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ଇସ୍ରାଏଲ, ଫ୍ରାନ୍ସ, ଜର୍ମାନୀ, ଦକ୍ଷିଣ କୋରିଆ, ମରିସସ୍, ଋଷିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ରୋଡ୍ ଶୋ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ତ୍ରୀଙ୍କ ଏହି ଗସ୍ତ ସେପ୍ଟେମ୍ବର-ନଭେମ୍ବର ମାସରେ ହୋଇପାରେ।
ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରି ବିପୁଳ ନିଯୁକ୍ତି ସୁଯୋଗକୁ ଦୃଷ୍ଟିରେ ରଖି ଶିଳ୍ପ ପୁଞ୍ଜି ବିନିଯୋଗ ପରିବେଶକୁ ଆହୁରି ସୁଦୃଢ କରିବା ପାଇଁ ନିୟମରେ ଠିକ ସମୟରେ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ହ୍ୟାଣ୍ଡଲୁମ୍, ପାୱାରଲୁମ୍, ଆଇଟି, ବାୟୋ ଇନ୍ଧନ, ଚଳଚ୍ଚିତ୍ର ଏବଂ ମିଡିଆ, ପର୍ଯ୍ୟଟନ, ସୌର ଶକ୍ତି, ବୈଦ୍ୟୁତିକ ଯାନ, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଖେଳ ଏବଂ ବ୍ୟଙ୍ଗ ଶିଳ୍ପ, ଖେଳନା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଗୃହ ଏବଂ ରିଏଲ୍ ଇଷ୍ଟେଟ ନୂତନ କ୍ଷେତ୍ର ନୀତି ଅନ୍ତର୍ଭୂକ୍ତ କରି ରାଜ୍ୟକୁ ନିବେଶକଙ୍କୁ ଆମନ୍ତ୍ରଣ କରାଯିବଷ କେବଳ ଏତିକି ନୁହେଁ ଗ୍ରାମ ଠାରୁ ମେଟ୍ରୋ ପର୍ଯ୍ୟନ୍ତ ରାଜ୍ୟରେ ଲ୍ୟାଣ୍ଡ ବ୍ୟାଙ୍କ ବିସ୍ତାର ପାଇଁ ପ୍ରସ୍ତୁତି ଚାଲିଛି।
Also Read: Uttar Pradesh: ମନ୍ତ୍ରୀଙ୍କୁ ଏପରି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ