UP Deputy CM Brijesh Pathak: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ବିରୋଧରେ ଜୋରଦାର ବର୍ଷିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ। ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ରହିଥିବା ମୁସଲମାନ ସମ୍ପ୍ରଦାୟକୁ ବିରିୟାନୀରେ ତେଜ ପତ୍ର ଭଳି ବ୍ୟବହାର କରିଥିଲେ। ଭୋଟ୍ ପାଇବା ପାଇଁ ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି  ଭଳି ଦଳ ହିନ୍ଦୁ-ମୁସଲମାନ ମଧ୍ୟରେ ମିଥ୍ୟା ପ୍ରଚାର ଅଭିଯାନ ଚଳାଇଥିଲେ।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଛନ୍ତି ଯେ କେବଳ ଭୋଟ୍ ପାଇବା ପାଇଁ ବିରୋଧୀ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପାଥର୍କ୍ୟ ସୃଷ୍ଟି କରିଛନ୍ତି। ହେଲେ ବିଜେପି ସରକାର କ୍ଷମତାସୀନ ପର ଠାରୁ ସେପରି କୌଣସି ନିଷ୍ପତ୍ତି ନେଇନାହିଁ ଯେଉଁଥିରେ ପସମାନ୍ଦା ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ଅନ୍ତର୍ଭୂକ୍ତ କରାଯାଇନାହିଁ। ବର୍ତ୍ତମାନ ପସମାନ୍ଦା ମୁସଲମାନଙ୍କୁ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଅନେକ ଯୋଜନାର ଲାଭ ମିଳୁଛି। ପୂର୍ବରୁ ଶାନସ କରିଥିବା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ସରକାରଙ୍କୁ ଟାର୍ଗେଟ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଉତ୍ତର ପ୍ରଦେଶର ଅବସ୍ଥା କିପରି ଥିଲା ଏବଂ ଏହା ପରେ କିପରି ରହିଛନ୍ତି ତାହା ସମସ୍ତେ ଜାଣିଛନ୍ତି।


Also Read: BJP National Executive Meeting: ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଉପରେ ଦଳର ନଜର


ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଛନ୍ତି ଯେ ପୂର୍ବରୁ ପୋଲିସ ଥାନା ମାଫିଆ ଏବଂ ଡକାୟତଙ୍କ ଅଧୀନରେ ଥିଲା। ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ ଆଇନର ଶାସନ ପ୍ରତିଷ୍ଠା କରିଛି। ରାମପୁରବାସୀଙ୍କ ପାଇଁ ରାଜଧାନୀ ଲକ୍ଷ୍ନୌ ଦ୍ୱାର ସବୁବେଳେ ଖୋଲା ରହିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତା ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବେ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏନେଇ ସେ କହିଛନ୍ତି ଯେ "ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ" ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା। ବିଜେପି ସରକାର କୌଣସି ଭେଦଭାବ ନ କରି ସମସ୍ତଙ୍କ ପାଇଁ କାମ କରିଛି। ଆପଣ ସମସ୍ତେ ରାମପୁରର ଚେହେରା ବଦଳାଇବାରେ ସହଯୋଗ କରିବାକୁ ଆଗକୁ ଆସିବା ଆବଶ୍ୟକ। 


Also Read: Uttar Pradesh: ଦଶହରା ଅବସରରେ ମହନ୍ତ ଯୋଗୀ ଆଦିତ୍ୟନାଥଙ୍କ ଅପେକ୍ଷା କରିଥାଏ ମୁସଲିମ ସମାଜ, ଜାଣନ୍ତୁ କାରଣ


ସଦ୍ୟ ଉତ୍ତର ପ୍ରଦେଶ ଖତୌଲି ଏବଂ ରାମପୁର ବିଧାନସଭା ସହ ମୈନପୁରୀ ଲୋକସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଏହି ନିର୍ବାଚନରେ ଦଳିତ ଏବଂ ପଛୁଆ ବର୍ଗର ମୁସଲମାନ ଅର୍ଥାତ ପସମାନ୍ଦା ମୁସଲିମଙ୍କୁ ସମର୍ଥନ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟରେ କ୍ଷମତାସୀନ ବିଜେପି। ମୁସଲମାନ ସମ୍ପ୍ରଦାୟର ମୋଟ ଜନସଂଖ୍ୟାର ୭୫-୮୦ ପ୍ରତିଶତ ହେଉଛନ୍ତି ପସମାନ୍ଦା ମୁସଲିମ। ସୟଦ, ଶେଖ୍, ପଠାନ୍  ଉଚ୍ଚ ଜାତିର ମୁସଲମାନ ହୋଇଥିବାବେଳେ ଅଲଭି, ସୈନି, ଦର୍ଜୀ, ବଢେଇ ହେଉଛନ୍ତି ପସମାନ୍ଦା ମୁସଲମାନ। 


ଗତ ଜୁଲାଇ ମାସରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ  ସ୍ଥାନ ପାଇଥିଲା ପସମାନ୍ଦା ମୁସଲମାନ ସମ୍ପ୍ରଦାୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗ। ଏହି ବୈଠକରେ ଦଳ ପକ୍ଷରୁ କୁହାଯାଇଥି୍ଲା ବିଜେପି ସେମାନଙ୍କ ଜୀବନକୁ ଉନ୍ନତ କରିବାକୁ ପ୍ରତିଶୃତିବଦ୍ଧ। ଆଶା କରୁ ସେମାନେ ଅଧିକ ଉଦାର ଭାବେ ଚିନ୍ତା କରିବେ।


Also Read: ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ


ଏହି ପସମାନ୍ଦା ନାମରେ ଜଣାଶୁଣା ପଛୁଆ-ଦଳିତ ମୁସଲମାନ କିପରି ବିଜେପି ସରକାର ନୀତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଜୀବନକୁ ଶୀଘ୍ର ଉପରକୁ ଉଠାଇବା ପାଇଁ କେଉଁ କାର୍ଯ୍ୟ କରାଯାଇଛି ତାହାକୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥପନ କରିଥିଲା ଉତ୍ତର ପ୍ରଦେଶ ବିଜେପି ସଭାପତି। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ଜଣେ ମୁସଲିମ ମନ୍ତ୍ରୀ ଅଛନ୍ତି। ସେ ହେଉଛନ୍ତି ଦାନିଶ ଅନସାରୀ। ଯିଏ ପସମାନ୍ଦା ମୁସଲମାନ ସମ୍ପ୍ରଦାୟରୁ ଆସୁଛନ୍ତି।