ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ
Advertisement
Article Detail0/zeeodisha/odisha1135235

ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ

କେବଳ ଏତିକି ନୁହେଁ ଯୋଗୀ ଆଦିତ୍ୟନାଥ ଜିନ୍ଦାବାଦ ସ୍ଲୋଗାନ ଦେଇ ମୁସଲମାନ ସମାଜର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ

ଲକ୍ଷ୍ନୌ: ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ପୁନର୍ବାର ଦାୟିତ୍ୱ ଗ୍ରହଣ କରିବା ଅବସରରେ ଉତ୍ସବ ପାଳନ କରିଛି ରାଜ୍ୟର ସମ୍ଭଲ ଜିଲ୍ଲାରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ। ଯାହାର ଚିତ୍ର ସାମ୍ନାକୁ ଆସିଛି। 

ଦ୍ୱିତୀୟ ଥର ଲାଗି ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କର ସୁସ୍ଥତା ପାଇଁ ମସଜିଦ ଠାରେ ପ୍ରାର୍ଥନା କରିବା ସହ ମିଠା ବାଣ୍ଟିଛି ମୁସଲିମ ସମାଜ। କେବଳ ଏତିକି ନୁହେଁ ଯୋଗୀ ଆଦିତ୍ୟନାଥ ଜିନ୍ଦାବାଦ ସ୍ଲୋଗାନ ଦେଇ ମୁସଲମାନ ସମାଜର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବା ପରେ ତାଙ୍କର ମଙ୍ଗଳ ପାଇଁ ସମ୍ଭଲ ଜିଲ୍ଲାରେ ବସବାସ କରୁଥିବା ମୁସଲମାନ ସମାଜ ସାର ତାରିନ ଅଞ୍ଚଳରେ ଅବସ୍ଥିତ ମସଜିଦ ଠାରେ କେବଳ ପ୍ରାର୍ଥନା କରିନଥିଲେ ବରଂ ମିଠା ବାଣ୍ଟିବା ସହ ବାଣ ଫୁଟାଇ ଖୁସି ମନାଇଥିଲେ। ଏପରିକି ଯୋଗୀ ଜିନ୍ଦାବାଦ ସ୍ଲୋଗାନ ମଧ୍ୟ ଦେଇଥିଲେ ସେମାନେ। 

Also Read: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଯୋଗୀ ସରକାରଙ୍କୁ ପ୍ରଶଂସା କରିବା ମୁସଲିମ ସମ୍ପ୍ରଦାୟର ହାଜି ଅସଲମ କହିଛନ୍ତି ଯୋଗୀ ସରକାର ମୁସଲମାନଙ୍କୁ ସମସ୍ତ ସୁବିଧା ଦେଇଛନ୍ତି। ସେ ଚାହୁଁଛନ୍ତି ଯେ ଯୋଗୀ ସରକାର ସବୁ ଦିନ ପାଇଁ ରୁହନ୍ତି। ମହମ୍ମଦ ଆଶଫାକ ନାମକ ଅନ୍ୟ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ଭେଦଭାବ ନକରି ମୁସଲମାନଙ୍କ ସହାୟତା ପାଇଁ କାର୍ଯ୍ୟ କରିଛନ୍ତି। ଯୋଗୀ ସରକାରରେ ମୁସଲମାନ ସରକାରୀ ଯୋଜନାରେ ଯେତିକି ଲାଭ ପାଇଛନ୍ତି ଅନ୍ୟ କୌଣସି ସରକାରରେ ମୁସଲମାନ ଏହାର ଏତେ ଲାଭ ପାଇ ନାହାଁନ୍ତି। ସେଥିପାଇଁ ସେ ଚାହୁଁଛନ୍ତି ଯେ ଯୋଗୀ ଆଦିତ୍ୟନାଥ ସବୁଦିନ ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଗତ ଥର ଅପେକ୍ଷା ଏଥର ମୁସଲମାନ ବିଧାୟକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଗତ ଥର ତୁଳନାରେ ଚଳିତ ଥର ୧୦% ଅଧିକ ମୁସଲିମ୍ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଏଥର ନିର୍ବାଚନରେ ବାଜିମାତ କରିଥିବା ମୋଟ ମୁସଲମାନ ବିଧାୟକଙ୍କ ସଂଖ୍ୟା ହେଉଛି ୩୪। ସମସ୍ତ ନିର୍ବାଚିତ ମୁସଲିମ ବିଧାୟକ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ଅଂଶୀଦାର ଦଳ ପକ୍ଷରୁ ନିର୍ବାଚନ ଲଢୁଥିଲେ।

ଗତ ୨୦୧୭ ନିର୍ବାଚନରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ୨୪ ମୁସଲିମ ବିଧାୟକ। ହେଲେ ଏଥର ସେମାନଙ୍କ ସଂଖ୍ୟା ୩୪ ରହିଛି। ଏଥର ନିର୍ବାଚନ ଜିତିଥିବା ମୋଟ ବିଧାୟକଙ୍କ ମଧ୍ୟରୁ ୩୧ ସମାଜବାଦୀ ପାର୍ଟି, ୨ ରାଷ୍ଟ୍ରୀୟ ଲୋକ ଦଳ ଏବଂ ଜଣେ ସୁହଲଦେବ ଭାରତୀୟ ସମାଜବାଦୀ ପାର୍ଟିର ବିଧାୟକ ଅଛନ୍ତି। 

Also Read: UP Election 2022: ମୁସଲିମ ପ୍ରାର୍ଥୀଙ୍କୁ ଜିତାଇ ରେକର୍ଡ ରଚିଲା ସମାଜବାଦୀ ମେଣ୍ଟ

ଏଥର ଯେତିକି ସଂଖ୍ୟକ ମୁସଲିମ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେମାନେ ସମସ୍ତେ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ରାଷ୍ଟ୍ରୀୟ ଲୋକ ଦଳ, ସମାଜବାଦୀ ପାର୍ଟି ଏବଂ ସୁହଲଦେବ ଭାରତୀୟ ସମାଜବାଦୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ଅନ୍ୟପଟେ ବିଏସପି, ଏଆଇଏମଆଇଏମ ଭଳି ମଧ୍ୟ ବହୁ ସଂଖ୍ୟାରେ ମୁସଲମାନ ପ୍ରାର୍ଥୀ କରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ଜଣେ କେହି ନିର୍ବାଚନ ଜିତିବାରେ ସଫଳ ହୋଇନାହାଁନ୍ତି।

ସେହିପରି ବିଜେପି ନେତୃତ୍ୱାଧିନ ମେଣ୍ଟସହଯୋଗୀ ଦଳ ଅପନା ଦଳ ସୋନେଲାଲ ପକ୍ଷରୁ ରାଜ୍ୟର ସ୍ୱାର ଆସନରୁ ନିର୍ବାଚନ ଲଢୁଥିବା ଏକ ମାତ୍ର ମୁସଲିମ ପ୍ରାର୍ଥୀ ହୈଦର ଅଲ୍ଲୀ ଖାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ନେଇ ଦାବି କରୁଥିବା ଏଆଇଏମଆଇଏମ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ଏହାର କାରଣ ହେଉଛି ଉତ୍ତର ପ୍ରଦେଶର ବସବାସ କରୁଥିବା ମୁସଲମାନ ଏକଥା ଜାଣିଛନ୍ତି ଯେ କେବଳ ମୁସଲିମ ଭୋଟ ଆଧାରରେ କୌଣସି ଦଳ ନିର୍ବାଚନ ଜିତିପାରିବ ନାହିଁ। ଯେଉଁ କାରଣରୁ ସେମାନେ ଏଆଇଏମଆଇଏମ ଭଳି ଦଳକୁ ସମର୍ଥନ କରିନଥିଲେ। 

Also Read: କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ

ସେହିପରି ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳି ଯୋଗୀ ସରକାରରେ କେବଳ ଜଣେ ମାତ୍ର ମୁସଲିମ ଚେହେରାଙ୍କୁ ମନ୍ତ୍ରୀ କରାଯାଇଛି। ପ୍ରଥମ ପାଳିରେ ମନ୍ତ୍ରୀ ଦାୟିତ୍ୱରେ ରହିଥିବା ମୋହସିନ ରାଜାଙ୍କୁ ଦ୍ୱିତୀୟ ଥର ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ଦାନିଶ ଆଜାଦ ଅଂସାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ମିଳିଛି।