SP MLA RK Verma: ସରକାରୀ ପ୍ରକଳ୍ପ ଯଥା ଘର, ପୋଲ, ରାସ୍ତା ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଖବର ଆପଣ ପଢିଥିବେ। ସଦ୍ୟ ଉତ୍ତର ପ୍ରଦେଶ ପ୍ରତାପଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି  ଜଣେ ସରକାରୀ କାର୍ଯ୍ୟର ଗୁଣବତ୍ତା ପରୀକ୍ଷା ଭଳି ଏକ ଚମକାଇବା ଭଳି ଘଟଣା ଘଟିଛି। ଯାହାର ଭିଡ଼ିଓ ସୋସିଆଲ ମିଡି଼ଆ ଯୋଗେ ଭାଇରାଲ ହେବାରେ ଲାଗିଛି।  


COMMERCIAL BREAK
SCROLL TO CONTINUE READING

ପ୍ରତାପଗଡ଼ ଜିଲ୍ଲାରେ ନିର୍ମିତ ହେଉଥିବା ଏକ କଲେଜ ଘର କେତେ ମଜବୁତ ହୋଇଛି ତାହା ବିଧାୟକଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି। ଏହି ଭିଡିଓ ସେୟାର କରି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। 


Also Read: ଗୋଇଠା ମାରି ପାଚେରୀ ଭାଙ୍ଗିଦେଲେ ବିଧାୟକ


ପ୍ରତାପଗଡ଼ ଜିଲ୍ଲାର ରାନିଗଞ୍ଜ ଆସନର ସାମାଜବାଦୀ ପାର୍ଟି ବିଧାୟକ ଡ.ରାକେଶ କୁମାର ବର୍ମା ନିଜ ନିର୍ବାଚନମଣ୍ଡଳୀରେ ନିର୍ମିତ ହେଉଥିବା ଏକ ଇଞ୍ଜିନିୟରିଂ କଲେଜ ନିର୍ମାଣସ୍ଥଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ଏହି କଲେଜ ଲାଗି ନିର୍ମାଣ ହେଉଥିବା ଘରର ଗୁଣବତ୍ତା ପରୀକ୍ଷା କରିଥିଲେ। ଏହି ସମୟରେ ବିଧାୟକ ଏକ ଘରର କାନ୍ଥକୁ ଜୋର୍ ରେ ଧକ୍କା ଦେଇଥିଲେ। ମାତ୍ର ବିଧାୟକଙ୍କ ୨-୩ ଧକ୍କା ମାଡରେ ଘର କାନ୍ଥ ଭୁଷୁଡ଼ି ଯାଇଥିଲା। 



ଇଞ୍ଜିନିୟରିଂ କଲେଜ ଘରର କାନ୍ଥ ଭୁଷୁଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ ଡ.ରାକେଶ କୁମାର ବର୍ମା କହିଛନ୍ତି ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ଚାରି ମହଲା ଘର ନିର୍ମାଣ କରାଯାଉଛି। ଗତ ବୁଧବାର ସେ ନିଜେ ନିଜ ନିର୍ବାଚନମଣ୍ଡଳୀରେ ନିର୍ମିତ ହେଉଥିବା ଏକ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିବାକୁ ଆସି ଏହାର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ। ଏନେଇ ଟ୍ୱିଟ କରି ବିଧାୟକ କହିଥିଲେ ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟରେ ଯୁବୁପିଢିଙ୍କ  ଭବିଷ୍ୟତ ନିର୍ମାଣ ହୋଇପାରିବ ନାହିଁ। ଏହା ସେମାନଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥା କରିବା ଭଳି।



ଏହି ଘଟଣାର ଭିଡିଓ ସେୟାର କରି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି ବିଜେପି ଶାସନ କାଳରେ ଦୁର୍ନୀତିର ଚମତ୍କାରିତା ଅନନ୍ୟ। ଇଞ୍ଜିନିୟରିଂ କଲେଜର ଇଟାକୁ ବିନା ସିମେଣ୍ଟ ଦ୍ୱାରା ଏକାଠି କରାଯାଇଥିଲା।"