ନୂଆଦିଲ୍ଲୀ: Uttarakhand Congress Leader Jot Singh Bisht Resigns: ଉତ୍ତରାଖଣ୍ଡରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ଦଳର ଜଣେ ବରିଷ୍ଠ ନେତା ତଥା ହରିଶ ରାୱତ (Harish Rawat) ଙ୍କ ନିକଟତମ ମନେ କରାଯାଉଥିବା ବର୍ତ୍ତମାନର ପ୍ରଦେଶ ଉପାଧ୍ୟକ୍ଷ ଜୋତ୍ ସିଂ ବିଷ୍ଟ (Jot Singh Bisht) କଂଗ୍ରେସ (Congress) ରୁ ଇସ୍ତଫା ଦେଇଛନ୍ତି । ନିକଟ ଅତୀତରେ ଶେଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ଜୋତ ସିଂ ମଧ୍ୟ ଚର୍ଚ୍ଚାରେ ଆସିଥିଲେ । ନିର୍ବାଚନ ସମୟରେ ସେ ଦଳର କିଛି ନେତାଙ୍କ ବିରୋଧରେ ଦଳକୁ ଦୁର୍ବଳ କରିବାର ଗମ୍ଭୀର ଅଭିଯୋଗ ଆଣିଥିଲେ ।


COMMERCIAL BREAK
SCROLL TO CONTINUE READING

ସେପଟେ ଉତ୍ତରାଖଣ୍ଡରେ ଉପ-ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ଜୋତ ସିଂ କଂଗ୍ରେସ ଛାଡ଼ିବାରୁ ଦଳ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଉତ୍ତରାଖଣ୍ଡର ଚମ୍ପୱାତ ଆସନରେ ଉପ-ନିର୍ବାଚନ ପାଇଁ ମେ' ୩୧ ମତଦାନ ହେବାର ଅଛି ଓ ଫଳାଫଳ ଜୁନ ୩ରେ ଆସିବ । ଇସ୍ତଫା ଦେବା ପରେ ଜୋଟ ସିଂ ବିଷ୍ଟ କହିଛନ୍ତି ଯେ, କିଛି କଂଗ୍ରେସ ନେତା ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ (BJP candidate) ଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ସେମାନେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ ଓ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ବାଣ୍ଟି ଥିଲେ । ସେ କହିଛନ୍ତି ଯେ ମୁଁ ଏହାର ଅଭିଯୋଗ କରିଛି । କିନ୍ତୁ ହାଇକମାଣ୍ଡ ଏହା ଉପରେ କୌଣସି ପଦକ୍ଷେପ ନେଇନାହାଁନ୍ତି ।


ବିଷ୍ଟ କହିଛନ୍ତି ଯେ, ଏଭଳି ମନୋଭାବ ଯୋଗୁଁ ମୋର ହୃଦୟ ଅତ୍ୟନ୍ତ ଦୁଃଖିତ, ଆଜିଠାରୁ ମୋର ଓ କଂଗ୍ରେସ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ ମୁଁ କଂଗ୍ରେସରେ ଆଦର୍ଶଗତ ଭାବରେ କାର୍ଯ୍ୟ କରିଛି । ୪୦ ବର୍ଷ ଧରି ସେବା ପ୍ରଦାନ କରିଛି, କିନ୍ତୁ ବର୍ତ୍ତମାନ ସେହି ବିଚାର ଦଳରେ ଦେଖାଯାଉ ନାହିଁ, ତେଣୁ ବର୍ତ୍ତମାନ କଂଗ୍ରେସରେ ରହିପାରିବି ନାହିଁ ।


ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଲେଖିଛନ୍ତି ଯେ, "ମୁଁ ମୋର ସମସ୍ତ ସହକର୍ମୀଙ୍କୁ ଅତ୍ୟନ୍ତ ଦୁଃଖଦ ହୃଦୟରେ ସୂଚନା ଦେଉଛି ଯେ କଂଗ୍ରେସରେ ଜାରି ରହିଥିବା ବିବାଦ, ଅନୁଶାସନ ହୀନତା, ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କ ଅବହେଳା ଏବଂ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଦଳର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ମୁହାଁଇଛି । ମୁଁ ବର୍ତ୍ତମାନ ବିନା କୌଣସି ବ୍ୟକ୍ତିଗତ ଦୁର୍ଭାବନା ରଖି କଂଗ୍ରେସର ସମସ୍ତ ପଦ ସହ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ।"


ଏହା ବି ପଢ଼ନ୍ତୁ:-ଭାରତରେ କୋରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା WHO, ଏହି ୫ଟି କାରଣରୁ ରିପୋର୍ଟ ଉପରେ ଉଠୁଛି ପ୍ରଶ୍ନ


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଏଣିକି ପରିବାରକୁ ମିଳିବ ୧.୨୫ ଲକ୍ଷ ଟଙ୍କା


ଏହା ବି ପଢ଼ନ୍ତୁ:-ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ


ନିଜ ପୋଷ୍ଟରେ ସେ ଶେଷ କରି କହିଛନ୍ତି ଯେ, "କଥା ଅନେକ ରହିଛି କିନ୍ତୁ ଅଧିକ ଲେଖିବା ସମ୍ଭବ ନୁହେଁ । ମୋର ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ, ଯେଉଁମାନେ ମୋର କାର୍ଯ୍ୟ ଶୈଳୀ ଯୋଗୁଁ ମୋତେ ପସନ୍ଦ କରନ୍ତି କିମ୍ବା ନାପସନ୍ଦ କରନ୍ତି । ନିଷ୍ପତ୍ତି ନେବାବେଳେ ମୁଁ ବହୁତ ଦୁଃଖିତ ଥିଲି ।"


ଆପଣଙ୍କୁ କହିରଖୁଛୁ ଯେ, ଗତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି (BJP) ସର୍ବାଧିକ ସଂଖ୍ୟକ ଆସନ ପାଇଛି । ରାଜ୍ୟର ୭୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୪୭ଟି ଆସନ ଜିତିଛି ।