Vice President Election 2022: ଚଳିତ ବର୍ଷ ଅଗଷ୍ଟ ୬ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଲାଣି ଦେଶର ରାଜନୀତି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ପ୍ରାର୍ଥୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପ୍ରକ୍ରିୟା ୫ ଜୁଲାଇରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୧୯ ଜୁଲାଇ। ନାମାଙ୍କନ ଦାଖଲର ପ୍ରଥମ ଦିନରେ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ଅନ୍ୟ ୪ ଜଣଙ୍କ ନାମାଙ୍କନ ଜୁଲାଇ ୨୦ ତାରିଖରେ ଯାଞ୍ଚ କରାଯିବ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ହେଉଛି ୨୦ ଜୁଲାଇ। 


COMMERCIAL BREAK
SCROLL TO CONTINUE READING

ଚଳିତ ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ୨୧ ଜୁଲାଇରେ ରାଷ୍ଟ୍ରପତି ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା ୨୯ ଜୁନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ଜୁନ ୩୦ ତାରିଖରେ ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା ୨ ଜୁଲାଇ।
ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେଉଛି। 


ଉପରାଷ୍ଟ୍ରପତି ନିର୍ବାଚନରେ ​​ଏକ ବୈଧ ନାମାଙ୍କନ ପାଇଁ ପ୍ରତ୍ୟେକ ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବକ ଭାବେ ୨୦ ଜଣ ସାଂସଦ ଏବଂ ସମର୍ଥକ ଭାବେ ଅନ୍ୟ ୨୦ ଜଣଙ୍କ ସମର୍ଥନ ଆବଶ୍ୟକ। ଜଣେ ପ୍ରାର୍ଥୀ ସର୍ବାଧିକ ଚାରୋଟି ନାମାଙ୍କନପତ୍ର ଦାଖଲ କରିପାରିବେ। ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଅମାନତ ରାଶି ଜମା କରିବାକୁ ହୋଇଥାଏ। ଉପରାଷ୍ଟ୍ରପତି ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କରିଥିବା ୫ ପ୍ରାର୍ଥୀ ହେଉଛନ୍ତି....


୧.ତାମିଲନାଡୁରୁ କେ.ପଦ୍ମରାଜନ୍ 


୨.ଗୁଜୁରାଟରୁ ପରେଶ କୁମାର ନାନୁଭାଇ ମୁଲାନୀ


୩.କର୍ଣ୍ଣାଟକର ହୋସମଥ ବିଜୟାନନ୍ଦ 


୪.ଆନ୍ଧ୍ର ପ୍ରଦେଶରୁ ନାଇଡୁଗରୀ ରାଜଶେଖର ଶ୍ରୀମୁଖଲିଙ୍ଗମ 


୫.ମଧ୍ୟ ପ୍ରଦେଶରୁ ଆନନ୍ଦ ସିଂହ କୁଶୱାହା


ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନାଇଡୁଗରୀ ରାଜଶେଖର ଶ୍ରୀମୁଖଲିଙ୍ଗମଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ଲୋକସଭା ନିର୍ବାଚନମଣ୍ଡଳୀର ମତଦାତା ସମ୍ପର୍କିତ ପ୍ରମାଣପତ୍ର ପ୍ରସ୍ତୁତ କରିବାରେ ବିଫଳ ହେବାରୁ ତାଙ୍କ ନାମାଙ୍କନ ଖାରଜ କରାଯାଇଛି। 


ଉପରାଷ୍ଟ୍ରପତି ନିର୍ବାଚନ ଲାଗି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ କିମ୍ବା ବିରୋଧି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି। ବିରୋଧି ଦଳର ନେତାମାନେ ସେମାନଙ୍କ ମିଳିତ ପ୍ରାର୍ଥୀ ଚୟନ କରିବା ବାବଦରେ ଖୁବଶୀଗ୍ର ଏକ ବୈଠକ ଅନୁଷ୍ଠିତ ହୋଇପାରେ। ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧ ଦଳର ପ୍ରାର୍ଥୀ  ଜସୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହେବ।  


Also Read: Presidential Election 2022: ନାମାଙ୍କନ ଭରିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ


Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବେ ଲାଲୁ ପ୍ରସାଦ ଯାଦବ