Presidential Election 2022: ନାମାଙ୍କନ ଭରିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ
Advertisement
Article Detail0/zeeodisha/odisha1225863

Presidential Election 2022: ନାମାଙ୍କନ ଭରିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ

Presidential Election 2022:  ଜୁନ ୧୭ ତାରିଖ ବୁଧବାର ଠାରୁ ଏହି ପକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। 

Presidential Election 2022: ନାମାଙ୍କନ ଭରିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା। ଜୁନ ୧୭ ତାରିଖ ବୁଧବାର ଠାରୁ ଏହି ପକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନାମଙ୍କନ ମଧ୍ୟରୁ ୧୦ ମଞ୍ଜୁର ହୋଇଥିବା ବେଳେ ଗୋଟିଏ ଖାରଜ ହୋଇଯାଇଛି। 

ରାଷ୍ଟ୍ରପତି ନିର୍ବାଚନ   ଲାଗି ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ଜୁନ ୩୦ ତାରିଖରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରର କରାଯିବ ଯାଞ୍ଚ। ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ଜୁଲାଇ ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି। ଦେଶର ନୂତନ ରାଷ୍ଟ୍ରପତି
୨୫ ଜୁଲାଇରେ ଶପଥ ଗ୍ରହଣ କରିବେ।

ରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରେ ଉଭୟ ଲୋକସଭା-ରାଜ୍ୟସଭା ସାଂସଦ, ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ଏବଂ ଦିଲ୍ଲୀ-ପୁଦୁଚେରୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ସଦସ୍ୟ ମତଦାନ କରିଥାନ୍ତି। ମାତ୍ର ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେଉଥିବା ସଦସ୍ୟ ଏବଂ ଲୋକସଭା, ରାଜ୍ୟସଭା, ବିଧାନସଭାକୁ ମନୋନୀତ ହେଉଥିବା ସଦସ୍ୟଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି ଅଧିକାର ମିଳି ନ ଥାଏ।

ଜୁନ ୧୭ ତାରିଖ ବୁଧବାର ଯେଉଁ ୧୧ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ସେମାନେ ହେଉଛନ୍ତି ବିହାର ସାରନ ଜିଲ୍ଲାର ଲାଲୁ ପ୍ରସାଦ ଯାଦବ ଏବଂ ତାମିଲନାଡୁ ସାଲେମ ଜିଲ୍ଲାର କେ.ପଦ୍ମରାଜନ। ଏହା ବ୍ୟତୀତ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

  • ୧.କେ ପଦ୍ମରାଜନ: ତାମିଲନାଡୁ
  • ୨. ଜୀବନ କୁମାର: ଦିଲ୍ଲୀ
  • ୩.ମୋହମ୍ମଦ ଏ ହମିଦ ପଟେଲ: ମହାରାଷ୍ଟ୍ର
  • ୪.ସାୟରାବାନୋ ମହମ୍ମଦ ପଟେଲ : ମହାରାଷ୍ଟ୍ର
  • ୫.ଟି.ରମେଶ
  • ୬. ଶ୍ୟାମ ନନ୍ଦନ ପ୍ରସାଦ: ବିହାର
  • ୭.ଦୟା ଶଙ୍କର ଅଗ୍ରୱାଲ: ଦିଲ୍ଲୀ
  • ୮.ଓମ ପ୍ରକାଶ: ଦିଲ୍ଲୀ
  • ୯.ଲାଲୁ ପ୍ରସାଦ ଯାଦବ: ବିହାର
  • ୧୦.ଏ.ମନିଥନ: ତାମିଲନାଡୁ
  • ୧୧.ଏମଟି ରେଡ୍ଡୀ: ଆନ୍ଧ୍ର ପ୍ରଦେଶ

ଯେଉଁ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ନୁହଁନ୍ତି। ଏହି ଲାଲୁ ପ୍ରସାଦ ଯାଦବ ହେଉଛନ୍ତି ବିହାର ସାରନ ଜିଲ୍ଲାର ମଢୌର ନଗର ପଞ୍ଚାୟତ ଯାଦବ ରହିମପୁର ବାସିନ୍ଦା। ଗତ ୨୦୧୭ ବର୍ଷରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମାତ୍ର ସଂଖ୍ୟା ଅଭାବରୁ ତାଙ୍କ ନାମାଙ୍କନ ବାତିଲ ହୋଇଯାଇଥିଲା। ଏଥର ସେ ନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ନଗର ପଞ୍ଚାୟତ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଲଢି ସାରିଛନ୍ତି ଲାଲୁ ଯାଦବ। ମାତ୍ର କୌଣସି ନିର୍ବାଚନରେ ତାଙ୍କୁ ସଫଳତା ମିଳିନାହିଁ। 

ଏପରିକି ୨୦୦୧, ୨୦୦୬, ୨୦୦୯ ବର୍ଷରେ ଅନୁଷ୍ଠିତ ହୋଇଥିବା ପଞ୍ଚୟତ ୱାର୍ଡ ସଦସ୍ୟ ନିର୍ବାଚନ ଲଢି ମଧ୍ୟ ପରାସ୍ତ ହୋଇଛନ୍ତି। ଗତ ୨୦୧୪ ଲୋକସଭା, ୨୦୧୫ ବିହାର ବିଧାନସଭା ନିର୍ବାଚନ, ୨୦୧୬ ଏବଂ ୨୦୨୦ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ, ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢିଛନ୍ତି। ମାତ୍ର ବାରମ୍ବାର ନିର୍ବାଚନରେ ପରାସ୍ତ ହେବା ସତ୍ତ୍ୱେ ନିର୍ବାଚନ ଲଢିବା ଛାଡି ନାହାଁନ୍ତି ସେ। ନିର୍ବାଚନ ଲଢି ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେ। ଗତ ୨୦୧୭ ନିର୍ବାଚନ ସେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।

ଏହି ୪୨ ବର୍ଷୀୟ ଲାଲୁ ଏକ ବଡ଼ ପରିବାରର ଦେଖାଶୁଣା କରିଥାନ୍ତି। ତାଙ୍କର ସାତୋଟି ପିଲା ଅଛନ୍ତି। ତାଙ୍କର ଜୀବିକା ହେଉଛି କୃଷି। ସମାଜ ସେବା କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଥାନ୍ତି ସେ। ପଞ୍ଚାୟତ ଆରମ୍ଭ ଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ସବୁ ନିର୍ବାଚନ ଲଢିଛି ମୁଁ। ନିର୍ବାଚନ ଲଢି ରେକର୍ଡ ସୃଷ୍ଟି କରିବାକୁ ଚାହୁଁଥିବା କହିଛନ୍ତି ସେ।

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବେ ଲାଲୁ ପ୍ରସାଦ ଯାଦବ