ରାଷ୍ଟ୍ରପତି ନିର୍ବାଚନ ଲଢିବେ ଲାଲୁ ପ୍ରସାଦ ଯାଦବ
Advertisement

ରାଷ୍ଟ୍ରପତି ନିର୍ବାଚନ ଲଢିବେ ଲାଲୁ ପ୍ରସାଦ ଯାଦବ

ରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ କରିବାକୁ ସେ ଜୁନ୍ ୧୫ ତାରିଖରେ ଦିଲ୍ଲୀରେ ପହଞ୍ଚିବେ। 

 ରାଷ୍ଟ୍ରପତି ନିର୍ବାଚନ ଲଢିବେ ଲାଲୁ ପ୍ରସାଦ ଯାଦବ

Lalu Prasad Yadav: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ୨୧ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳଫଳ। ଏହି ନିର୍ବାଚନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି କିମ୍ବା କଂଗ୍ରେସ ଏହାର କୌଣସି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ହେଲେ ଏହା ମଧ୍ୟରେ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ନାମାଙ୍କନପତ୍ର ଦାଖଲ କରିବାକୁ ଜୁନ୍ ୧୫ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। 

ଯେଉଁ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ନୁହଁନ୍ତି। ଏହି ଲାଲୁ ପ୍ରସାଦ ଯାଦବ ହେଉଛନ୍ତି ବିହାର ସାରନ ଜିଲ୍ଲାର ମଢୌର ନଗର ପଞ୍ଚାୟତ ଯାଦବ ରହିମପୁର ବାସିନ୍ଦା। ଗତ ୨୦୧୭ ବର୍ଷରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମାତ୍ର ସଂଖ୍ୟା ଅଭାବରୁ ତାଙ୍କ ନାମାଙ୍କନ ବାତିଲ ହୋଇଯାଇଥିଲା। ଏଥର ସେ ନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେ ନାମାଙ୍କନପତ୍ର ଦାଖଲ କରିବା ଲାଗି ଜୁନ୍ ୧୫ ତାରିଖରେ ଦିଲ୍ଲୀ ଯାତ୍ରା କରିବାକୁ ବିମାନ ଟିକେଟ ମଧ୍ୟ ବୁକ୍ କରିଛନ୍ତି।  

ନଗର ପଞ୍ଚାୟତ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଲଢି ସାରିଛନ୍ତି ଲାଲୁ ଯାଦବ। ମାତ୍ର କୌଣସି ନିର୍ବାଚନରେ ତାଙ୍କୁ ସଫଳତା ମିଳିନାହିଁ। ଏପରିକି ୨୦୦୧, ୨୦୦୬, ୨୦୦୯ ବର୍ଷରେ ଅନୁଷ୍ଠିତ ହୋଇଥିବା ପଞ୍ଚୟତ ୱାର୍ଡ ସଦସ୍ୟ ନିର୍ବାଚନ ଲଢି ମଧ୍ୟ ପରାସ୍ତ ହୋଇଛନ୍ତି। ଗତ ୨୦୧୪ ଲୋକସଭା, ୨୦୧୫ ବିହାର ବିଧାନସଭା ନିର୍ବାଚନ, ୨୦୧୬ ଏବଂ ୨୦୨୦ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ, ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢିଛନ୍ତି। ମାତ୍ର ବାରମ୍ବାର ନିର୍ବାଚନରେ ପରାସ୍ତ ହେବା ସତ୍ତ୍ୱେ ନିର୍ବାଚନ ଲଢିବା ଛାଡି ନାହାଁନ୍ତି ସେ।    

ନିର୍ବାଚନ ଲଢିବାରେ ରେକର୍ଡ କରିବାକୁ ଚାହୁଁଛନ୍ତି ଲାଲୁ ଯାଦବ। ନିର୍ବାଚନରେ ପରାଜିତ ହେବା ପରେ ଚୁପଚାପ୍ ବସି ଯାଉଥିବା ଲୋକ ସେ ନୁହଁନ୍ତି। ତାଙ୍କର ବିଶ୍ୱାସ ଯେ କେବେ ନା କେବେ ତାଙ୍କୁ ସଫଳତା ମିଳିପାରେ। କେ  ରାଜ୍ୟ କିମ୍ବା କେନ୍ଦ୍ରର ଯେ କୌଣସି ଗୃହର ସଦସ୍ୟ ନିର୍ବାଚିତ ହୋଇପାରନ୍ତି। ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କୁ ୧୦୦ ପ୍ରସ୍ତାବକ ଆବଶ୍ୟକ। ମାତ୍ର ତାଙ୍କ ପାଖରେ ୪୦ ଜଣ ପ୍ରସ୍ତାବକ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ବାକି ପ୍ରସ୍ତାବକଙ୍କ ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ସେ। 

Also Read: ଜ୍ୟୋତିଷଙ୍କ ଭରସାରେ ପ୍ରାର୍ଥୀ; ନିର୍ବାଚନ ଜିତିବା ପାଇଁ କରୁଛନ୍ତି ଏହି କାମ

Also Read: ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍