ମୋଦି-ମମତା-ମିଥୁନ; ପଶ୍ଚିମବଙ୍ଗ ନିର୍ବାଚନରେ କାହାର ପଡିବ ପ୍ରଭାବ?
ପଶ୍ଚିମବଙ୍ଗ ନିର୍ବାଚନରେ ମୋଦି, ମମତା ଓ ମିଥିନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ସମସ୍ତଙ୍କ ନାଁର ପ୍ରଥମ ଅକ୍ଷର M ହୋଇଥିବାରୁ ଏହାକୁ ନେଇ ନା ନା ଲୋକା ନା ନା ମତ ଦେଉଛନ୍ତି। ସେପଟେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଆଉ ଏକ ସର୍ଭେ ରିପୋର୍ଟ ଆସିଛି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ହଟଚମଟ ଲାଗିରହିଛି। ମୋଟ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁଥିବା ବେଳେ BJP ପଞ୍ଚିମବଙ୍ଗକୁ ଅଧିକ ଫୋକସ ଦେଉଛି। ନିର୍ବାଚନ ପାଖେଇ ଆସିବା ସହ ଲୋକଙ୍କ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି। ଧିରେ ଧିରେ TMC ନେତାମାନେ BJP ମୁହାଁ ହେଲେଣି। ରବିବାର ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ପଦ୍ମ କୁଣ୍ଡରେ ଡିଆଁ ମାରିଛନ୍ତି। ଏହା ପରେ ପଶ୍ଚିମବଙ୍ଗ ନିର୍ବାଚନରେ ମୋଦି, ମମତା ଓ ମିଥିନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ସମସ୍ତଙ୍କ ନାଁର ପ୍ରଥମ ଅକ୍ଷର M ହୋଇଥିବାରୁ ଏହାକୁ ନେଇ ନା ନା ଲୋକା ନା ନା ମତ ଦେଉଛନ୍ତି। ସେପଟେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଆଉ ଏକ ସର୍ଭେ ରିପୋର୍ଟ ଆସିଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Election) ର ସଦ୍ୟତମ ସର୍ଭେ ଅନୁଯାୟୀ ରାଜ୍ୟର ଶାସକ TMC ୧୫୪ ରୁ ୧୬୪ଟି ଆସନ ଜିତିପାରେ। ଅନ୍ୟପକ୍ଷରେ BJP ଖାତାକୁ ୧୦୨ରୁ ୧୧୨ ସିଟ୍ ଯିବ ବୋଲି ଆଶା କରାଯାଉଛି। ସର୍ଭେରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ରାଜ୍ୟବାସୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଅଧିକ ପସନ୍ଦ କରୁଛନ୍ତି। ରାଜ୍ୟର ୪୨.୬୪ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବାବେଳେ ବଙ୍ଗଳା BJP ରାଜ୍ୟ ସଭାପତି ଦିଲୀପ ଘୋଷ (Dilip Ghose) ଙ୍କ ସପକ୍ଷରେ ୨୪.୧୭ ପ୍ରତିଶତ ଲୋକ ଅଛନ୍ତି।
Also Read: ସଦମାରେ ଦିଦି! ଭୋଟ୍ ପୂର୍ବରୁ ପରାଜୟ ଭୟ, ସାରଳା ଫେରାଇଲେ ଟିକଟ
୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମାତ୍ର ୩ଟି ଆସନ ଜିତିଥିବା BJP ଏହି ସର୍ଭେରେ ୧୦୦ ପାରି ହେଉଥିବା ଦେଖାଯାଉଛି। ଏହା ରାଜ୍ୟ ରାଜନୀତି (State Politics) ରେ ଏକ ବଡ଼ ପରିବର୍ତ୍ତନ ପାଇଁ ଆହ୍ୱାନ ହୋଇପାରେ। ସେପଟେ ପଶ୍ଚିମବଙ୍ଗ ନିର୍ବାଚନରେ 'M' ଫେକ୍ଟରକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଗବେଷଣା ଆରମ୍ଭ କରିଦେଇଛନ୍ତି। ବଙ୍ଗ ନିର୍ବାଚନରେ TMCର ପଲ୍ଲା ଭାରି ଅଛି କିନ୍ତୁ ମମତା ବାନାର୍ଜୀଙ୍କୁ ଚୌକି ବଞ୍ଚାବା କଷ୍ଟକର ହେବ। ତେବେ ରାଜ୍ୟରେ ତିନି ପର୍ଯ୍ୟାୟ ଭୋଟ୍ ପଡିବା ପରେ ସ୍ଥିତି ଜଣାପଡିବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ପ୍ରକାଶ କରିଛନ୍ତି।
ସର୍ଭେ ଅନୁଯାୟୀ TMC ତାର ସଂଖ୍ୟା ଗରିଷ୍ଠତା ହ୍ରାସ କରୁଛି। ଗତ ନିର୍ବାଚନରେ ମମତାଙ୍କ ପାଖରେ ୨୧୧ଟି ଆସନ ଥିଲା। ସେଥିରୁ ଏବେ ପ୍ରାୟ ୫୫ଟି ଆସନ ହ୍ରାସ ପାଉଛି। ସେପଟେ ଦୁଇ ଅଙ୍କ ଛୁଇଁନଥିବା BJP ସେଞ୍ଚୁରୀ ପାର କରିବ। ଏହା BJP ପାଇଁ ସରକାର ନ ଗଢିଲେ ବି ଏକ ବଡ ଉପଲବ୍ଧି। TMC ନେତାମାନେ ମମତାଙ୍କ ହାତ ଛାଡ଼ି ଗେରୁଆ ଦଳରେ ସାମିଲ ହେଉଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ ନିଜ ପୂର୍ବତନ ନିକଟତମ ଶୁଭେନ୍ଦୁ ଅଧିକାରୀ (Shubendu adhikari) ଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ଭବାନୀପୁର ବିଧାନସଭା ଆସନ ଛାଡି ନାନ୍ଦିଗ୍ରାମ (Nandigram) କୁ ଯାଇଛନ୍ତି।
Also Read: 'କଂଗ୍ରେସକୁ ଫେରିବେ ଜ୍ୟୋତିରାଦିତ୍ୟ'
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ସର୍ବାଧିକ ଲୋକ ପସନ୍ଦ କରୁଛନ୍ତି। ସେଠାରେ ମମତାଙ୍କ ଫେସ ଭ୍ୟାଲୁ ଅଧିକ ଥିବାରୁ ଏହା ଅସମ୍ଭବ ନୁହେଁ। ମମତା ବାନାର୍ଜୀ ଦୁଇଥର କେନ୍ଦ୍ରମନ୍ତ୍ରୀ ଓ ୨ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଅଛନ୍ଚି। ତାଙ୍କ ତୁଳନାରେ ଦିଲୀପ ଘୋଷ ପ୍ରଥମ ଥର ପାଇଁ ରାଜ୍ୟ BJP ସଭାପତି ହୋଇଛନ୍ତି। ଏଭଳି ପରିସ୍ଥିତିରେ ଦିଲୀପ ଘୋଷଙ୍କ ଅବସ୍ଥା ପାର୍ଟିର ଅନ୍ୟମାନଙ୍କ ଅପେକ୍ଷା ଭଲ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
ଏହି ନିର୍ବାଚନରେ ମମତା ବାନାର୍ଜୀ ବନାମ ମୋଦି (Narendra Modi) ହେବାକୁ ଯାଉଛି। କିନ୍ତୁ ଏହା ରାଜ୍ୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଲୋକସଭା ନିର୍ବାଚନରେ ସମୀକରଣ ଅଲଗା ହୋଇଥିବାବେଳେ ବିଧାନସଭା ନିର୍ବାଚନର ରାଜନୈତିକ ସମୀକରଣ ଭିନ୍ନ। ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ଦୁର୍ନୀତି ଏବଂ ଆତ୍ମୀୟତା ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏହି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟାୟନ ମମତା ଠାରୁ ଅଧିକ। BJP କ୍ଷମତାରେ ନଥିବାରୁ ରାଜ୍ୟର ଜନତାଙ୍କ ପ୍ରତି ଉତ୍ତରଦାୟିତ୍ୱ ନାହିଁ। ତେଣୁ ଦଳ ସେପରି କୌଣସି ବାଧାବିଘ୍ନର ସମ୍ମୁଖୀନ ହେବ ନାହିଁ, ତେଣୁ ନିର୍ବାଚନରେ TMC ଓ BJP ମଧ୍ୟରେ କଡା ଟକ୍କର ହେବ।
Also Read: ଏବେ ଶ୍ରୀଲଙ୍କାରେ ବି ଗଠନ ହୋଇସାରିଛି ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି!
ପଶ୍ଚିମବଙ୍ଗରେ BJP ଏକ ପ୍ରତୀକାତ୍ମକ ଚେହେରା ଖୋଜୁଥିଲା। ସେଥିପାଇଁ ସୌରଭ ଗାଙ୍ଗୁଲି ଓ ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଙ୍କୁ ଦଳ ବାଛିଥିବା କୁହାଯାଉଥିଲା। ଶେଷରେ ମିଥୁନ BJPରେ ଯୋଗ ଦେଇଛନ୍ତି। କିନ୍ତୁ ନିର୍ବାଚନ ଉପରେ ମିଥୁନଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ନିର୍ବାଚନରେ ନରେନ୍ଦ୍ର ମୋଦି ଏବଂ ମମତାଙ୍କ ମଧ୍ୟରେ ଲଢେଇ ହେବ। ପଶ୍ଚିମବଙ୍ଗରେ BJPର କୌଣସି ବଡ ନେତା ନାହାଁନ୍ତି। ତେଣୁ ଦଳ ମୋଦିଙ୍କୁ ବ୍ୟବହାର କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି।