Advertisement
Article Detail0/zeeodisha/odisha861698

ଏବେ ଶ୍ରୀଲଙ୍କାରେ ବି ଗଠନ ହୋଇସାରିଛି ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି!

ନିକଟ ଅତୀତରେ ଯେତେବେଳେ ବିଜେପି ନେତା ତଥା ତ୍ରିପୁରାର ମୁଖ୍ୟମନ୍ତ୍ରୀ  ବିପ୍ଲବ କୁମାର ଦେବ (Tripura CM Biplab Kumar Deb) କହିଥିଲେ ଯେ, "ଅମିତ ଶାହ ନେପାଳ ଓ ଶ୍ରୀଲଙ୍କାରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯୋଜନା କରିଛନ୍ତି ।" ଯାହାକୁ ନେଇ ଭାରତରେ ବହୁତ ବିବାଦ ଦେଖାଦେଇଥିଲା ।

ଏବେ ଶ୍ରୀଲଙ୍କାରେ ବି ଗଠନ ହୋଇସାରିଛି ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି!

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି (Sri Lanka Bharatiya Janata Party) ଗଠନ ହୋଇସାରିଛି! ଯଦି ଏହା ବିଶ୍ୱାସ ହେଉନାହିଁ! ତେବେ ବିଜେପି ନେତା (BJP Leader) ଙ୍କ ଟ୍ୱିଟ୍ ପଢ଼ିନିଅନ୍ତୁ । ବିଜେପି ମହାସଚିବ ରାମ ମାଧବ (Ram Madhav) ନିଜେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି- ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି । ଯଦିଓ ସେ ଏହାକୁ ଥଟ୍ଟାରେ ଲେଖିଛନ୍ତି, କିନ୍ତୁ ସେ ଏହାସହ ଏକ ନ୍ୟୁଜ୍ ଚ୍ୟାନେଲର ସ୍କ୍ରିନସଟ୍ ସେୟାର କରିଛନ୍ତି । 'ନ୍ୟୁଜ୍ ଫର୍ଷ୍ଟ' ନାମକ ଚ୍ୟାନେଲର ସ୍କ୍ରିନସଟରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଏବଂ ଅନେକ ଚ୍ୟାନେଲର ମାଇକ୍ ଆଇଡି ଲାଗିଛି । ଏହାର ତଳେ '୬ ମାର୍ଚ୍ଚ ୨୦୨୧' ଏବଂ 'ଜାଫ୍ନା' ଲେଖାହୋଇଛି । ଏହା ସହିତ ଲେଖାଯାଇଛି- 'ଭି. ମୁଥ୍ୟୁସାମି, ଶ୍ରୀଲଙ୍କା ଭାରତୀୟ ଜନତା ଦଳର ନେତା ' ।

ଅଧିକ ପଢ଼ନ୍ତୁ:-ସଙ୍କଟରେ ହରିୟାଣାର ବିଜେପି ସରକାର, ଅନାସ୍ଥା ପ୍ରସ୍ତାବ ଜିତିପାରିବେ କି ଖଟ୍ଟର?

ନିକଟ ଅତୀତରେ ଯେତେବେଳେ ବିଜେପି ନେତା ତଥା ତ୍ରିପୁରାର ମୁଖ୍ୟମନ୍ତ୍ରୀ  ବିପ୍ଲବ କୁମାର ଦେବ (Tripura CM Biplab Kumar Deb) କହିଥିଲେ ଯେ, "ଅମିତ ଶାହ ନେପାଳ ଓ ଶ୍ରୀଲଙ୍କାରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯୋଜନା କରିଛନ୍ତି ।" ଯାହାକୁ ନେଇ ଭାରତରେ ବହୁତ ବିବାଦ ଦେଖାଦେଇଥିଲା । ନେପାଳ ଓ ଶ୍ରୀଲଙ୍କାରୁ ମଧ୍ୟ ପ୍ରତିକ୍ରିୟା ଆସିଥିଲା । କିନ୍ତୁ ଯଦି ଆପଣ 'ନ୍ୟୁଜ୍ ଫର୍ଷ୍ଟ' ଚ୍ୟାନେଲର ୟୁଟ୍ୟୁବ୍ ଚ୍ୟାନେଲର ଖବରକୁ ବିଶ୍ୱାସ କରନ୍ତି, ତେବେ ଶ୍ରୀଲଙ୍କାରେ ମଧ୍ୟ ବିବାଦ ଦେଖାଦେଇଛି । ସେହି ଚ୍ୟାନେଲ ଅନୁଯାୟୀ ଶ୍ରୀଲଙ୍କା ନିକଟରେ ଭାରତୀୟ ଜନତା ପାର୍ଟି ଅର୍ଥାତ୍ ଶ୍ରୀଲଙ୍କା ବିଜେପି ଗଠନ ହୋଇଛି ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ଓଡ଼ିଶା-ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କୋରୋନା ସ୍ଥିତି ଭଲ ନୁହେଁ

ଚ୍ୟାନେଲ ଦାବି କରିଛି ଯେ 'ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି ନେତା ଭି ମୁଥ୍ୟୁସାମି କହିଛନ୍ତି ଯେ, ନୂତନ ଭାବେ ଗଠିତ ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟିର ଭାରତର ବିଜେପି ସହ କୌଣସି ସମ୍ପର୍କ ନାହିଁ । ଏହି ଖବରରେ ଦାବି କରାଯାଇଛି ଯେ, 'ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ଭାରତ ତାଙ୍କ ସହ ସହଯୋଗ କରିବ ତେବେ ସେ ଏ ବିଷୟରେ ଗଣମାଧ୍ୟମକୁ ଜଣାଇବେ ।' ଖବର ଅନୁଯାୟୀ, 'ମୁଥୁସାମି କହିଛନ୍ତି ଯେ ତାମିଲମାନଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ାର ମାନ ବିକାଶ ପାଇଁ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଦଳର ଉଦ୍ଦେଶ୍ୟ ।' ଏହି ଖବରରେ ଦାବି କରାଯାଇଛି ଯେ ଏହି ଦଳ ଗଠନ ପାଇଁ ଯୋଜନା ୬ ବର୍ଷ ପୂର୍ବେ କରାଯାଇଥିଲା ଏବଂ ଏହି ଦଳ ଶ୍ରୀଲଙ୍କାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହେବ ।

About the Author