ସମସ୍ତଙ୍କୁ ଆକର୍ଷଣ କରୁଛି ପଶ୍ଚିମବଙ୍ଗ। ଏଠାରେ ଚାଲିଥିବା ରାଜନୈତିକ ଡ୍ରାମା ଦିନକୁ ଦିନ ନୂଆ ମୋଡ ନେଉଛି। ପୁଣି ଜଣେ TMC ନେତା ଦିଦିଙ୍କ ହାତ ଛାଡି ଗେରୁଆ ଟିମରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲୁଛି।
Trending Photos
କୋଲକାତା: ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ। କିଛି ଦିନ ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ ସମସ୍ତଙ୍କୁ ଆକର୍ଷଣ କରୁଛି ପଶ୍ଚିମବଙ୍ଗ। ଏଠାରେ ଚାଲିଥିବା ରାଜନୈତିକ ଡ୍ରାମା ଦିନକୁ ଦିନ ନୂଆ ମୋଡ ନେଉଛି। ପୁଣି ଜଣେ TMC ନେତା ଦିଦିଙ୍କ ହାତ ଛାଡି ଗେରୁଆ ଟିମରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲୁଛି।
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ (Mamata Banerjee) ଙ୍କୁ ପୁଣି ଏକ ଶକ୍ତ ଝଟକା ଲାଗିଛି। TMCର ମାଲଦା ଜିଲ୍ଲା ହାବିବପୁର ପ୍ରାର୍ଥୀ ସାରଳା ମୁର୍ମୁ (Sarala Murmu) ନିଜ ଟିକଟ ଫେରାଇ ଦେଇଛନ୍ତି। ସେପଟେ ଦଳ ସାରଳାଙ୍କ ସ୍ଥାନରେ ପ୍ରଦୀପ ବସ୍କି (Pradeep Baskey) ଙ୍କୁ ପ୍ରାର୍ଥୀ କରିଛି। ସାରଳା ଅସୁସ୍ଥ ଥିବାରୁ ରିପ୍ଲେସ କରାଯାଇଥିବା TMC ସ୍ପଷ୍ଟି କରଣ ଦେଇଛି।
Also Read: ପଶ୍ଚିମବଙ୍ଗରେ BJPର ଖେଳ ବିଗାଡିବେ ରାକେଶ ଟିକାୟତ
ସେପଟେ କିନ୍ତୁ ସାରଳାଙ୍କୁ ଟିକଟ ଫେରାଇବାକୁ ନେଇ ଅନ୍ୟ ଏକ ଥିଓରୀ ଶୁଣିବାକୁ ମିଳୁଛି। ସିଟ ବଣ୍ଟନକୁ ନେଇ ସାରଲା ଅସନ୍ତୁଷ୍ଟ ଥିଲେ। ସେ ଆରମ୍ଭରୁ ମାଲଦାରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। କିନ୍ତୁ TMC ତାଙ୍କୁ ହାବିବପୁର ଟିକଟ ଦେଇଥିଲା। ଏଥିରେ ଅସନ୍ତୁଷ୍ଟ ସାରଳା ଟିକଟ ଫାରାଇ BJP ରେ ମିଶିବାକୁ ମନସ୍ତ କରିଛନ୍ତି। କିନ୍ତୁ ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇନାହିଁ।
ହାବିବପୁର ନିର୍ବାଚନ ମଣ୍ଡଳୀରେ TMCର ଦବଦବା ନାହିଁ। ଗତ ୧୫ ବର୍ଷ ଧରି ଏବା ବାମପନ୍ଥୀଙ୍କ ଗଡ ପାଲଟିଛି। ୨୦୦୬ରୁ CPMର ଖାଗେନ ମୁର୍ମୁ ଲଗାତାର ଜିତୁଛନ୍ତି। West Bengal assembly election ରେ ସେ ପ୍ରଥମେ BJP ଓ ଅନ୍ୟ ୨ଟି ନିର୍ବାଚନରେ TMC ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ହୋଇପାରେ ଏହି ପରାଜୟର ଭୟ ସାରଳା ମୁର୍ମୁଙ୍କୁ ଘାରିଛି। ଆଉ ସେ ଭୋଟ ପୂର୍ବରୁ ହିଁ ମଇଦାନ ଛାଡି ଦେଇଛନ୍ତି।