ଲକ୍ଷ୍ନୌ: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଉତ୍ତର ପ୍ରଦେଶ ଉନ୍ନାଁଓ ଲୋକସଭା ସାଂସଦ ତଥା ଫାୟାରବ୍ରାଣ୍ଡ ବିଜେପି ନେତା ଡ.ସାକ୍ଷୀ ମହାରାଜ। ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ବିଜେପି  ନେତା ଜଣଙ୍କ ଏବେ ନିଜର ଏକ ଫେସବୁକ ପୋଷ୍ଟ ପାଇଁ ଚର୍ଚ୍ଚିତ ହୋଇଉଠିଛନ୍ତି।   


COMMERCIAL BREAK
SCROLL TO CONTINUE READING

ଏକ ବିବାଦୀୟ ପୋଷ୍ଟ କରି ସେ ଲୋକଙ୍କୁ ଆତ୍ମରକ୍ଷା କିପରି କରିବାକୁ ହୁଏ ତାହା କହିବା ସହ ପୋଲିସ ବିଭାଗକୁ ଭୀରୁ ବୋଲି ଦର୍ଶାଇଛନ୍ତି। ଫେସବୁକ ଯୋଗେ ସେ ଏକ ବିଶେଷ ସମୁଦାୟର ଫଟୋ ସେୟାର କରିବା ସହ ଲେଖିଛନ୍ତି  ଯଦି ଏଭଳି ଲୋକଙ୍କ ଭୀଡ଼ ଆପଣଙ୍କ ଘର ଆଡ଼କୁ ମାଡ଼ିଆସେ ତାହାଲେ ଆତ୍ମରକ୍ଷା ପାଇଁ ଆପଣଙ୍କ ପାଖରେ କୌଣସି ଉପାୟ ଅଛି। ଯଦି ନାହିଁ ତାହେଲେ ଏହାର ବ୍ୟବସ୍ଥା କରନ୍ତୁ। ଆପଣଙ୍କୁ ବଞ୍ଚାଇବା ପାଇଁ ପୋଲିସ ଆସିବ ନାହିଁ। ବରଂ ନିଜକୁ ବଞ୍ଚାଇବାକୁ ଯାଇ ପୋଲିସ କେଉଁଠାରେ ଲୁଚିଯିବ।  


ଏଭଳି ଲୋକ ଜିହାଦ କରିବା ପରେ ଫେରିଯିବେ। ସେତେବେଳେ ପୋଲିସ କେବଳ ଲାଠି ଦେଖାଇବାକୁ ଆସିବ। ଏହା ପରେ ଏହି ମାମଲା ତଦନ୍ତରେ ଶେଷ ହୋଇଯିବ। ଜିହାଦ କରୁଥିବା ଲୋକଙ୍କୁ ଜବାବ ଦେବାକୁ ହେଲେ ପାଖରେ ଅସ୍ତ୍ରଶସ୍ତ୍ର ରଖିବା ଆବଶ୍ୟକ। ଏହି ସନ୍ଦେଶ କୌଣସି ପ୍ରଦେଶ ଲାଗି ନୁହେଁ। ବରଂ ସମଗ୍ର ଦେଶ ପାଇଁ ଆବଶ୍ୟକ, "ଜୟ ଶ୍ରୀରାମ"।  


Also Read: 'ଗାଈ ଆମର ମାତା ଥିଲା, ଅଛି ଏବଂ ସର୍ବଦା ରହିବ'


ବିଜେପି ନେତା ଡ.ସାକ୍ଷୀ ମହାରାଜଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୂର୍ବରୁ ସେ ଗତ ଫେବୃଆରୀରେ ହିଜାବ ବିବାଦ ମାମଲାରେ ପ୍ରତିକ୍ରିୟା ରଖି କହିଥିଲେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଶରେ ଏକ ଆଇନ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। 


ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଗାଈ ଉପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ରଖିଥିବା ବୟାନ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଲୋକସଭା ସାଂସଦ (BJP Lok Sabha MP) ସାକ୍ଷୀ ମହାରାଜ (Sakshi Maharaj)। ଏନେଇ ବିଜେପି ସାଂସଦ କହିଛନ୍ତି ଗାଈ ଆମର ମାତା ଥିଲା, ଅଛି ଏବଂ ସର୍ବଦା ରହିବ। ରାଜଭରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ପୂର୍ବରୁ ଏକଥା କହୁଥିଲେ ରାଜଭର। ହେଲେ ବର୍ତ୍ତମାନ ନିଜର ଧର୍ମ ପରିବର୍ତ୍ତନ କରିବା ସହ ଏହାକୁ ଗାଳି ଦେବାରେ ଲାଗିଛନ୍ତି ରାଜଭର। ରାଜଭର ଏବେ ସମଜବାଦୀ ପାର୍ଟି ସହ ଛିଡ଼ା ହୋଇଛନ୍ତି। ହେଲେ ତାଙ୍କୁ ଅତୀତ ଏବଂ ବର୍ତ୍ତମାନ ସମୟର ଇତିହାସ ଦେଖିବା ଆବଶ୍ୟକ ବୋଲି କହିଛନ୍ତି ସାକ୍ଷୀ ମହରାଜ।    


Also Read: 'ମନ୍ଦିର ନିର୍ମାଣ କଥା କହିବା ପାଇଁ ଅଖିଲେଶ ଯାଦବଙ୍କ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ'


ନିର୍ବାଚନ ପ୍ରଚାର କରିବା ଲାଗି  ବାରଣାସୀ ଗସ୍ତରେ ଆସିବା ଅବସରରେ ଗାଈକୁ ମାତା ବୋଲି କହିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ଓମ ପ୍ରକାଶ ରାଜଭର। ଏନେଇ ସେ କହିଥିଲେ ଯେ ଯଦି ଗାଈ ହେଉଛି ଆମର ମାତା ତାହେଲେ ଷଣ୍ଢ କ’ଣ? ଷଣ୍ଢ କୃଷକଙ୍କ ସମ୍ପତ୍ତିକୁ ଦ୍ୱିଗୁଣିତ କରେ ହେଲେ ପ୍ରଧାନମନ୍ତ୍ରୀ ଏହା ଉପରେ କାହିଁକି କହୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ ରାଜଭର। ରାସ୍ତାରେ ୭୦ ପ୍ରତିଶତ ଦୁର୍ଘଟଣା ଷଣ୍ଢ କାରଣରୁ ହୋଇଥାଏ।  


ମୋ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ଆସୁଥିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ବିଜେପି ଲୋକସଭା ସାଂସଦ ସାକ୍ଷୀ ମହାରାଜ। ଏନେଇ ତାଙ୍କୁ କଟାକ୍ଷ କରି ସେ କହିଛନ୍ତି, "ଭଗବାନ ଶ୍ରୀକୃଷ୍ଣ ଅଖିଳେଶ ଯାଦବଙ୍କୁ ସ୍ୱପ୍ନରେ ଏହା କହିବାକୁ ଆସିଥିଲେ ଅଯୋଧ୍ୟା ଏବଂ କାଶୀକୁ ବିଜେପି ଉଦ୍ଧାର କରିଛି। ଯଦି ତମେ ମୋ ବଂଶଧର ତୁରନ୍ତ ଏହି ପ୍ରସଙ୍ଗ ଉଠାଅ, ମୁଁ କେଉଁଠାରେ ଦବି ରହିଯାଇଛି...ମୋତେ ବଞ୍ଚାଅ, ମୋ ମନ୍ଦିର ନିର୍ମାଣ କର। "  


Also Read: ସୁବାଷ ବୋଷଙ୍କୁ ମାରିଛି କଂଗ୍ରେସ: ସାକ୍ଷୀ ମହାରାଜ


ବିଜେପି ଏହି ପ୍ରସଙ୍ଗ ଉଠାଇବା ପୂର୍ବରୁ ଅଖିଲେଶ ଯାଦବଙ୍କ ପାଖେ ଏକ ସୁଯୋଗ ରହିଛି। ବିଜେପି ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଉଠାଇବା ପୂର୍ବରୁ ସେ ମୈଦାନକୁ ଆସି ଖୋଲାଖୋଲି ଏକଥା କୁହନ୍ତି ମୁଁ ଶ୍ରୀକୃଷ୍ଣଙ୍କ ବଂଶଧର। ତେଣୁ ଶ୍ରୀକୃଷ୍ଣଙ୍କ ମନ୍ଦିର ମୁଁ ନିର୍ମାଣ କରିବି।