ନୂଆଦିଲ୍ଲୀ: West Bengal elections 2021: ଆସନ୍ତା କିଛି ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly polls 2021) ହେବାର ଅଛି । ଏଥିପାଇଁ ଶାସକ ଦଳ ଟିଏମସି (TMC), ବିଜେପି (BJP), ବାମପନ୍ଥୀ (Left Parties) ଏବଂ କଂଗ୍ରେସ (Congress) ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଏଥର ବିଜେପି ସମ୍ପୂର୍ଣ୍ଣ ଶକ୍ତି ସହ ଲଢୁଛି । ସେପଟେ ମମତା ବାନାର୍ଜୀ (Mamata Banerjee) ଙ୍କ ସାମ୍ନାରେ ନିଜର ଗଡ଼କୁ ବଞ୍ଚାଇବାର ଚ୍ୟାଲେଞ୍ଜ ରହିଛି । ଏହା ମଧ୍ୟରେ ବିଭିନ୍ନ ସଂସ୍ଥା ଦ୍ୱାରା ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସର୍ଭେ କରାଯାଉଛି । ଏହି କ୍ରମରେ ନିର୍ବାଚନ ଘୋଷଣା ପୂର୍ବରୁ ହିଁ ପ୍ରଶ୍ନମ ପ୍ରାୟ ୧୮୪୭ ବୟସ୍କ ବ୍ୟକ୍ତିଙ୍କଠାରୁ ଜାଣିବାକୁ ଚାହିଁଥିଲା ଯେ ସେମାନେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?


ପ୍ରଶ୍ନମର ପ୍ରଶ୍ନର ଉତ୍ତରରେ ଚାରୋଟି ବିକଳ୍ପ ଦେଇଥିଲା- ମମତା ବାନାର୍ଜୀ (Mamta Banerjee), ଦିଲୀପ ଘୋଷ (Dilip Ghosh), ମୁକୁଲ ରୟ (Mukul Roy), ଆଧୀର ରଂଜନ ଚୌଧୁରୀ (Adhir Ranjan Chaudhary) । ବିଶେଷ କଥା ହେଉଛି ୬୩ ପ୍ରତିଶତ ଲୋକ ଜବାବ ଦେଇଛନ୍ତି ଯେ ମମତା ବାନାର୍ଜୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ଅର୍ଥାତ୍ ଏହି ସର୍ଭେ ଅନୁଯାୟୀ ଲୋକମାନେ କ୍ରମାଗତ ତୃତୀୟ ଥର ପାଇଁ ମମତା ବାନାର୍ଜୀଙ୍କୁ ସେମାନଙ୍କର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ।


ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!


ସର୍ଭେର ପ୍ରଶ୍ନ ଓ ଲୋକଙ୍କ ଉତ୍ତର 


ମୁଖ୍ୟମନ୍ତ୍ରୀ ଭାବରେ କିଏ ଭଲ?


୬୩% - ମମତା ବାନାର୍ଜୀ 


୨୧% - ଦିଲୀପ ଘୋଷ 


୭% - ମୁକୁଲ ରୟ 


୬% - ଅଧିର ରଂଜନ ଚୌଧୁରୀ 


ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା


ଏଠାରେ କହି ରଖୁଛୁ ଯେ, ୨୦୧୪ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦିଙ୍କ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିବା ଟେକ୍ନୋଲୋଜି ଏଣ୍ଟରପ୍ରେନ୍ୟୋର ରାଜେଶ ଜୈନଙ୍କ 'ପ୍ରଶ୍ନମ' ହେଉଛି ଏକ ଏପରି ମାର୍କେଟ ଅନୁସନ୍ଧାନକାରୀ ସଂସ୍ଥା ଯାହା ସର୍ଭେ ପାଇଁ ଆର୍ଟିଫିଶିୟଲ ଇଣ୍ଟେଲିଜେନ୍ସ ବ୍ୟବହାର କରିଥାଏ ।