ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!
Advertisement

ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!

ସୂଚନାନୁସାରେ, ଏହି ଟ୍ରେନ୍ ସପ୍ତାହରେ ତିନି ଦିନ (ମଙ୍ଗଳବାର, ଗୁରୁବାର ଏବଂ ଶନିବାର) ଦିଲ୍ଲୀ ସରାଇ ରୋହିଲ୍ଲା ଷ୍ଟେସନରୁ ପ୍ରସ୍ଥାନ କରିବ । 

ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!

ନୂଆଦିଲ୍ଲୀ: ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଅଛି । ଉତ୍ତର ରେଳବାଇ (Northern Railway)  ଦିଲ୍ଲୀ ସରାଇ ରୋହିଲ୍ଲାରୁ ଜୟପୁର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ୍ ସପ୍ତାହରେ ତିନି ଦିନ ଚାଲିବ । ଦିଲ୍ଲୀର ସରାଇ ରୋହିଲ୍ଲା ଛାଡିବା ପରେ ଏହି ଟ୍ରେନ୍ ସିକର ଦେଇ ଜୟପୁରକୁ ଯିବ । ଉତ୍ତର ରେଳ ଏହି ଟ୍ରେନର ସମୟ ଏବଂ ଅଟକିବା ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା

ସୂଚନାନୁସାରେ, ଏହି ଟ୍ରେନ୍ ସପ୍ତାହରେ ତିନି ଦିନ (ମଙ୍ଗଳବାର, ଗୁରୁବାର ଏବଂ ଶନିବାର) ଦିଲ୍ଲୀ ସରାଇ ରୋହିଲ୍ଲା ଷ୍ଟେସନରୁ ପ୍ରସ୍ଥାନ କରିବ । ସେପଟେ ଜୟପୁରରୁ ଏହି ଟ୍ରେନ୍ ବୁଧବାର, ଶୁକ୍ରବାର ଏବଂ ରବିବାର ଦିନ ଚାଲିବ । ଉତ୍ତର ରେଲୱେ ଫେବୃଆରୀ ୧୬ରୁ ଦିଲ୍ଲୀ ସାରାଇ ରୋହିଲ୍ଲା ଷ୍ଟେସନରୁ ଏହି ଟ୍ରେନ୍ ପରିଚାଳନା ଆରମ୍ଭ କରିବ । ଦିଲ୍ଲୀ ସରାଇ ରୋହିଲ୍ଲା ଠାରୁ ଏହି ଟ୍ରେନ୍ (04021) ରାତି ୧୦.୨୫ ମିନିଟରେ ଛାଡିବ । ଏହି ଟ୍ରେନ୍ ଦିଲ୍ଲୀ କ୍ୟାଣ୍ଟ, ଗୁରୁଗାଓଁ, ରେୱାରୀ, ପଟାଉଡି ରୋଡ୍, ମହେନ୍ଦ୍ରଗଡ, ଲୋହରୁ, ସୁରଜଗଡ,ଝୁନଝୁନୁ, ସିକର ଦେଇ ପରଦିନ ସକାଳ ୭.୨୦ ମିନିଟରେ ଜୟପୁରରେ ପହଞ୍ଚିବ । ଏଥି ସହିତ ଫେରିବା ସମୟରେ ଟ୍ରେନ୍ (04022) ରାତି ୮.୩୦ ମିନିଟରେ ଜୟପୁରରୁ ଛାଡି ପରଦିନ ସିକର ଦେଇ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଦିନେ ବିଜେପିକୁ କରୁଥିଲେ ସାହାଯ୍ୟ, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛନ୍ତି ଏହି କୃଷକ ନେତା!

ଉତ୍ତର ରେଳବାଇରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏହି ଟ୍ରେନରେ ଏସି-ଟୁ ଟିୟର, ଏସି -3 ଟିୟର, ସ୍ଲିପର ଏବଂ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ରହିବ । ରେଳବାଇ ଦେଇଥିବା ସୂଚନାରେ ଏହା ମଧ୍ୟ କୁହାଯାଇଛି ଯେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ କୋଭିଡ-19ର ପ୍ରୋଟୋକଲ ଅନୁସରଣ କରିବା ଉଚିତ । ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ଅନୁସରଣ କରନ୍ତୁ । ଆହୁରି ମଧ୍ୟ, ହାତକୁ ପରିଷ୍କାର ରଖନ୍ତୁ । ଯାତ୍ରୀମାନେ ହେଲ୍ପଲାଇନ ନମ୍ବର -139କୁ କଲ କରି ଏହି ଟ୍ରେନର ସମୟ ସାରଣୀ ବିଷୟରେ ଆବଶ୍ୟକ ସୂଚନା ପାଇପାରିବେ ।